ETV Bharat / state

ଗ୍ରାମରେ ତୁହାକୁ ତୁହା ଲାଗୁଛି ନିଆଁ, ଗାଁ ଉପରେ ପଡିଛି ମା’ଙ୍କ କୋପ !

ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ରୋକଟ ଗ୍ରାମରେ ତୁହାକୁ ତୁହା ଲାଗୁଛି ନିଆଁ । ହନ୍ତସନ୍ତ ଗ୍ରାମବାସୀ । କାରଣ ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ

author img

By

Published : Apr 21, 2023, 1:17 PM IST

ଗ୍ରାମରେ ତୁହାକୁ ତୁହା ଲାଗୁଛି ନିଆଁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଗ୍ରାମରେ ତୁହାକୁ ତୁହା ଲାଗୁଛି ନିଆଁ । ନିଆଁ ଲିଭାଇ ଲିଭାଇ ନୟାନ୍ତ ଗାଁ ଲୋକ ଓ ଦମକଳବାହିନୀ । ୩ ଦିନ ହେଲା ଅଗ୍ନିଶମ ବାହିନୀ ଗାଁରେ ରହି ନିଆଁ ଲିଭାଉଥିବା ବେଳେ ଅଲୌକିକ ଘଟଣା ପାଇଁ ନିଆଁ ଲାଗୁଥିବା ଗାଁ ଲୋକେ ଆଶଙ୍କା କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ରୋକଟ ଗ୍ରାମରେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ବିଶ୍ୱାସ ଓ ଅନ୍ଧବିଶ୍ୱାସର ଦୋଛକିରେ ଗ୍ରାମବାସୀ । କାରଣ ଗୋଟିଏ ସ୍ଥାନରୁ ନିଆଁ ଲିଭାଇଲା ବେଳକୁ ଆଉ ଏକ ସ୍ଥାନରେ ନିଆଁ ଦେଖିବାକୁ ମିଳୁଛି । ଏହାକୁ ନେଇ ଗାଁରେ ଭୟ ଉପୁଜିଥିବା ବେଳେ ଗାଁରେ ରହି ନିଆଁ ଲିଭାଉଛନ୍ତି ଅଗ୍ନିଶମ ବାହିନୀ ।

ଗ୍ରାମବାସୀ କହିଛନ୍ତି, ‘‘ଗାଁରେ ନିଆଁ ଲାଗିବା ଫଳରେ ଗାଁରେ ଭୟର ବାତାବରଣ ରହିଛି । କେତେବେଳେ ଚାଳଘରେ ତ ଆଉ କେତବେଳେ ନଡ଼ାଗଦାରେ ମନକୁ ମନ ଲାଗିଯାଉଛି ନିଆଁ । ମା' ହିଙ୍ଗୁଳାଙ୍କ କୋପରୁ ଏଭଳି ଘଟୁଛି । ଖାଲି ସେତିକି ନୁହେଁ ମାଆଙ୍କ କୋପରୁ ହିଁ ଗାଁ ଲୋକେ ହୀନସ୍ତା ହେଉଛନ୍ତି । ବିନା କାରଣରେ ନିଆଁ ଲାଗିବା ମାନେ ମା‘ଙ୍କ ନୀତିନୀୟମରେ କିଛି ବାଧା ଆସିଛି ।’’

ତେବେ ଖବର ପାଇ ନିଆଁ ଲିଭା କାମରେ ଲାଗିଛି ୨ଟି ଅଗ୍ନିଶମ ଟିମ । ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ଉତ୍ତ୍ୟକ୍ତ ସ୍ଥାନରେ ପାଣି ସିଞ୍ଚନ କରାଯାଉଛି । ସେହି ସ୍ଥାନରେ ଅର୍ଥାତ ରୋକଟ ଗାଁରେ ଅଗ୍ନିଶମ ଗାଡି ସେଭଳି ଜଗିରହୁଛି ନିଆଁ ଲିଭାଇବା ପାଇଁ । ତଥାପି ଓଦା ହୋଇଥିବା ସ୍ଥାନରେ ପୁଣି ନିଆଁ ଲାଗୁଥିବାରୁ ଏହାକୁ ଅଲୌକିକ ଘଟଣା କହିଛନ୍ତି ଗ୍ରାମବାସୀ ।

ସୂଚନାମୁତାବିକ ୧୮ ବର୍ଷ ତଳେ ୨୦୦୫ ମସିହାରେ ଏହିଠାରେ ଘଟିଥିଲା ସମାନ ଘଟଣା । ସାରା ଗାଁ ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଥିଲେ ସୁଦ୍ଧା ଏହା ପଛର କାରଣ କେହି ଜାଣିପାରିନଥିଲେ । ପରେ ଜଣେ ଗୁଣିଆଙ୍କ କହିବା ମୁତାବକ ରଜ ପରେ ପରେ ଗାଁରେ ଯଜ୍ଞ ହୋଇଆସୁଥିଲା । ଏହାକୁ ନେଇ ଆଉ ନିଆଁ ଲାଗିବା ଦେଖିବାକୁ ମିଳିନଥିଲା । କିନ୍ତୁ ଗତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେବାରୁ ଏଭଳି କାଣ୍ଡ ଘଟୁଥିବା ଗ୍ରାମବାସୀ କହୁଥିବା ବେଳେ ଏ କଥାକୁ ଖଣ୍ଡନ କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲେ ବେଳେ କାରଣ କିଛି ବି ହେଉ ନାଁ କାହିଁକି ଲୋକେ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ସେପଟେ କୌଣସି ବଡ଼ ବିପତ୍ତିକୁ ନଜରରେ ରଖି ପ୍ରଶାସନ ମଧ୍ୟ ସଜାଗ ରହିଛି ।

ବି.ଦ୍ର: ଇଟିଭି ଭାରତ କୌଣସି ଅନ୍ଧବିଶ୍ବାସକୁ ପ୍ରୋତ୍ସାହିତ କରେ । ଆଲେଖ୍ୟ ବିଷୟଟି ଲୋକଙ୍କ ମତ ଅନୁଯାୟୀ ଲିଖିତ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.