ETV Bharat / state

‘ଲୋକମତକୁ ପ୍ରଭାବିତ କରୁଥିବାରୁ ଶ୍ରୀମନ୍ଦିର ପ୍ରସଙ୍ଗରେ ନିଶ୍ଚୟ ହେବ ରାଜନୀତି’ - ଶ୍ରୀମନ୍ଦିର ପ୍ରସଙ୍ଗ

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ଜଗନ୍ନାଥ ପରିକ୍ରମା ପ୍ରକଳ୍ପଟି ବାରମ୍ବାର ବିଳମ୍ବିତ ହେବାର କାରଣ ଜଣାପଡୁନାହିଁ । ପ୍ରଶାସନ ପକ୍ଷରୁ କୁହାଯାଉଛି ଯେ ପ୍ରକଳ୍ପ କାର୍ଯ୍ୟ ସରିଗଲା ପରେ ଶ୍ରୀମନ୍ଦିରର 4 ଦ୍ଵାର ଖୋଲିବ । ସମସ୍ତ ଦ୍ବାର ନଖୋଲିବା ଦ୍ବାରା ସାଧାରଣ ଲୋକ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ବିଶେଷ କରି ବୟସ୍କ, ମହିଳା ଓ ଶିଶୁଙ୍କ ଲାଗି ଅନେକ କଷ୍ଟ ଦାୟକ । ପ୍ରକଳ୍ପଟି ବାରମ୍ବାର ବିଳମ୍ବିତ ହେବାର କାରଣ ସହ ଦ୍ବାର କେବେ ଖୋଲିବ ଘୋଷଣା ହେଉ । ଅଧିକ ପଢନ୍ତୁ

‘ଲୋକମତକୁ ପ୍ରଭାବିତ କରୁଥିବାରୁ ଶ୍ରୀମନ୍ଦିର ପ୍ରସଙ୍ଗରେ ନିଶ୍ଚୟ ହେବ ରାଜନୀତି’

author img

By ETV Bharat Odisha Team

Published : Oct 18, 2023, 8:50 PM IST

‘ଲୋକମତକୁ ପ୍ରଭାବିତ କରୁଥିବାରୁ ଶ୍ରୀମନ୍ଦିର ପ୍ରସଙ୍ଗରେ ନିଶ୍ଚୟ ହେବ ରାଜନୀତି’

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଚାରି ଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ଏହାର ଗଣନା କାରିବାକୁ ଦାବି ଜୋର ଧରିଛି । ଚାରି ଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ କରିଛି କଂଗ୍ରେସ । ସେପଟେ ରତ୍ନଭଣ୍ଡାର ଖୋଲିବା ଲାଗି ସରକାରଙ୍କ ଉପରେ ଚାପ ପକାଇବା ଲାଗି ଗଜପତି ମହାରାଜାଙ୍କୁ ଭେଟିଛି ବିଜେପି । ଶ୍ରୀମନ୍ଦିର ଓ ରତ୍ନ ଭଣ୍ଡାରକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି । ଲୋକମତକୁ ପ୍ରଭାବିତ କରୁଥିବାରୁ ଶ୍ରୀମନ୍ଦିର ପ୍ରସଙ୍ଗରେ ନିଶ୍ଚୟ ହେବ ରାଜନୀତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ଜଗନ୍ନାଥ ପରିକ୍ରମା ପ୍ରକଳ୍ପଟି ବାରମ୍ବାର ବିଳମ୍ବିତ ହେବାର କାରଣ ଜଣାପଡୁନାହିଁ । ପ୍ରଶାସନ ପକ୍ଷରୁ କୁହାଯାଉଛି ଯେ ପ୍ରକଳ୍ପ କାର୍ଯ୍ୟ ସରିଗଲା ପରେ ଶ୍ରୀମନ୍ଦିରର 4 ଦ୍ଵାର ଖୋଲିବ । ସମସ୍ତ ଦ୍ବାର ନଖୋଲିବା ଦ୍ବାରା ସାଧାରଣ ଲୋକ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ବିଶେଷ କରି ବୟସ୍କ, ମହିଳା ଓ ଶିଶୁଙ୍କ ଲାଗି ଅନେକ କଷ୍ଟ ଦାୟକ । ପ୍ରକଳ୍ପଟି ବାରମ୍ବାର ବିଳମ୍ବିତ ହେବାର କାରଣ ସହ ଦ୍ବାର କେବେ ଖୋଲିବ ଘୋଷଣା ହେଉ । ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡିବ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ ସରକାର ବାଧ୍ୟ । ଲୋକମତକୁ ପ୍ରଭାବିତ କରୁଥିବାରୁ ରାଜନୀତି ନିଶ୍ଚୟ ହେବ । ଲୋକଙ୍କ ମନରେ ସନ୍ଦେହ ନିଶ୍ଚୟ ବଢିବାରେ ଲାଗିଛି । ରତ୍ନଭଣ୍ଡାର ଓ ଚାରି ଦ୍ବାର ଖୋଲିବା ପାଇଁ ଜଗନ୍ନାଥ ମନ୍ଦିର କମିଟି ଓ ଗଜପତି ମହାରାଜ ମଧ୍ୟ କହିଛନ୍ତି । ହେଲେ ରତ୍ନ ଭଣ୍ଡାର ଖୋଲା ଯାଉନାହିଁ । ରାଜ୍ୟ ସରକାର ନଚାହିଁଲେ ଏହା ଖୋଲିବା ଅସମ୍ଭବ । କାହିଁକି ରାଜ୍ୟ ସରକାର ଚାହୁଁନାହାନ୍ତି ସେ ରହସ୍ୟ ସରକାର ଜାଣନ୍ତି ।

ଅଧିକ ପଢନ୍ତୁ- ଚିନ୍ତା ବଢ଼ାଉଛି ଶ୍ରୀମନ୍ଦିର ଓ କୋଟିଆ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ପ୍ରତାପ ଷଡ଼ଙ୍ଗୀ

ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି ଯେ, ରତ୍ନ ଭଣ୍ଡାର କଥା ବହୁତ ଦିନ ଧରି ଆଲୋଚନା ଚାଲିଛି । ହାଇକୋର୍ଟ ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ପରିଚାଳନା କମିଟି ଖୋଲିବା ନେଇ ନିଷ୍ପତ୍ତି ନେବେ । ଏହାକୁ ନେଇ କେବଳ ରାଜନୀତି କରାଯାଉଛି । କଂଗ୍ରେସ ପୁରୀରେ ଯାଇ କିଛି ଦିନ ତଳେ ରାଲି କଲା । ବିଜେପି ମଧ୍ୟ ସବୁ ବେଳେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରୁଛି । ଖାଲି ରାଜନୀତିକ ଉଦ୍ଦେଶ୍ୟ ରଖି ଏହା ବିରୋଧୀଙ୍କ ପକ୍ଷରୁ କରାଯାଉଛି । ଏହା ଠିକ ନୁହେଁ । ବିଜେପି ବିଜେଡି ମେଣ୍ଟ ସରକାର ସମୟରେ ବିଜେପିର ଜଣେ ଆଇନ ମନ୍ତ୍ରୀ ଥିଲେ । ସେତେବେଳେ କଣ ପାଇଁ ଉଠାଇଲେନି ରତ୍ନଭଣ୍ଡାର ଖୋଲିବା କଥା । କାହିଁକି ସେତେବେଳେ ଚୁପ ଥିଲେ । ଏବେ ଯେହେତୁ ବିରୋଧୀ ଦଳରେ ଅଛନ୍ତି ବିରୋଧ କରିବା ଲାଗି ଏ କଥା କହୁଛନ୍ତି । ପରିଚଳନ କମିଟି ବୈଠକ କରି କେବେ ଖୋଲିବେ କଣ କରିବେ ନିଷ୍ପତ୍ତି ନେବେ । ବିରୋଧୀ ଦଳ ସରକାର ବିରୋଧରେ କହିବେ । ସୁରକ୍ଷା ନଥିବା ଭଳି ଅନେକ କଥା କହିବେ । ସେଥିରେ କିଛି କଥା ନାହିଁ । ବାସ୍ତବତା ହେଉଛି ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଛି । ତାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ମଧ୍ୟ ପରିଚାଳନା କମିଟି ନେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.