ଖୋର୍ଦ୍ଧା: ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଗାଁ ଠାରୁ ସହର। ସବୁଠି ପୂଜା ପାଉଛନ୍ତି ଜଗତଜନନୀ ଦୁର୍ଗା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କରାଯାଉଛି ମାଆଙ୍କ ଉପାସନା । ଦଶହରା ହିନ୍ଦୁ ଧର୍ମର ଏହି ପୂଜା ହୋଇଥିବା ବେଳେ କର୍ତ୍ତା ସାଜଥାନ୍ତି ମୁସଲମାନ। ଏଭଳି ଏକ ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳିତ ହୋଇଥାଏ ଖୋର୍ଦ୍ଧାର ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମରେ।
ଏଠାରେ ଦୁର୍ଗାପୂଜା ପାଳନ ଅବସରରେ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜିଥାନ୍ତି ମୁସଲମାନ ଦଳବେହେରା । ଆଉ ଏହି ପରମ୍ପରା ପ୍ରାୟ ତିନିଶହ ବର୍ଷରୁ ଊର୍ଦ୍ଧ୍ବ । ମାଣିକାଗୋଡାର ଏହି ପୂଜା ଭାଇଚାରା ପ୍ରଦାନ କରୁଥିବା ବେଳେ ଜାତି ଧର୍ମ ବର୍ଣ୍ଣ ଭିତରେ ସମନ୍ବୟ ରଖିଥାଏ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ