ଖୋର୍ଦ୍ଧା: ନକଲି ମଶା ଲିକ୍ୟୁଡ଼ କମ୍ପାନୀ ଉପରେ ଅତର୍କିତ ଚଢାଉ । ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରେଡ କରାଯାଉଛି । ରେଡ ପାଇଁ ମୁମ୍ବାଇରୁ ଭୁବନେଶ୍ୱର ଆସିଛି ସ୍ପେଶାଲ ଟିମ ।
ଜଟଣୀ ଅଞ୍ଚଳରେ ଥିବା ନକଲି ମଶା ଲିକ୍ୟୁଡ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି । ଜଟଣୀରେ ମଶା ଲିକ୍ୟୁଡ଼ ତିଆରି କରି ସାରା ଓଡ଼ିଶାକୁ ସପ୍ଲାଏ କରୁଥିଲା କମ୍ପାନୀ । କମିଶନରେଟ ପୋଲିସ ସହାୟତାରେ ରେଡ କରୁଛି ଟିମ । ରେଡ ସମୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଗୋଲ୍ଡ ପ୍ଲସ ନାମକ ଏକ ମଶା ଲିକ୍ୟୁଡର ନକଲି କାରଖାନା ନେଇ ହାଇକୋର୍ଟ ଯାଇଥିଲେ କମ୍ପାନୀ ମାଲିକ ।
ଏହା ମଧ୍ୟ ପଢନ୍ତୁ: ବରଗଡରୁ ଆହତ ଅଜଗର ଉଦ୍ଧାର, OUATରେ ଚାଲିଛି ଚିକିତ୍ସା
କମ୍ପାନୀ ମାଲିକ ଦାମୋଦର ଅଗ୍ରୱାଲ କହିଛନ୍ତି, "ବିଗତ ୩ବର୍ଷ ହେଲା ମସକ୍ୟୁଟ ଲିକ୍ୟୁଡ ବିଜନେସ କରୁଛି । ଫାର୍ଷ୍ଟ ମୁଁ ବର୍ବାଲ ଲଞ୍ଚ କରିଥିଲି । ସେଥିରେ ଗୁଡ଼ାଏ ଲସ୍ ହେଲା । ପ୍ରୋଟେକ୍ଟ ଗୋଲ୍ଡ ପ୍ଲସ ନାଁରେ ମସକ୍ୟୁଟ ଲିକ୍ୟୁଡ ଲଞ୍ଚ କଲି । ତେବେ ଗୋଦ୍ରେଜ କମ୍ପାନୀର କର୍ମକର୍ତ୍ତା ତାଙ୍କର ପ୍ରଡକ୍ଟ ଗୁଡନାଇଟ ଗୋଲ୍ଡ ଫ୍ଲାସ ମସକ୍ୟୁଟ ଲିକ୍ୟୁଡର ନକଲି ହେଉଥିବା ନେଇ ଆମ ଉପରେ ସନ୍ଦେହ କରୁଛନ୍ତି । ଗତ ୨ରୁ ୩ ମାସ ହେବ ଗୋଦ୍ରେଜ କମ୍ପାନୀ ମୋର ଏହି ବ୍ରାଣ୍ଡ ବିରୋଧରେ ତନାଘନା କରିଥିଲା । ମୋ କମ୍ପାନୀର ପ୍ରଡକ୍ଟର ନାଁ ଭିନ୍ନ ଏବଂ ମୋର ଏନେଇ ସମସ୍ତ ବୈଧ କାଗଜାତ ରହିଛି । ମୋର ସରକାରୀ ରେଜିଷ୍ଟ୍ରି ଅଛି ତାହା ସହ ମୋର ଜିଏସଟି ମଧ୍ୟ ରହିଛି । ଏହାସତ୍ତ୍ବେ ରେଡ କରି ମୋ ପ୍ରଡକ୍ଟ କାହିଁକି ଜବତ କରି ଗୋଦାମକୁ ସିଲ କରାଯାଉଛି ମୁଁ ଜାଣି ପାରୁନାହିଁ ।"
ଇଟିଭି ଭାରତ, ଖୋର୍ଦ୍ଧା