ETV Bharat / state

ରାଜ୍ୟ ସରକାର ଓ ଖଣି ଲିଜଧାରୀଙ୍କ ବୁଝାମଣା ପାଇଁ ରାଜସ୍ୱ କ୍ଷତି ହେଉଛି: ଅପରାଜିତା

author img

By

Published : Apr 17, 2023, 8:49 PM IST

ପ୍ରେସମିଟ କରି ଅପରାଜିତା କହିଛନ୍ତି, ‘‘ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଛି । ବଡ଼ ଧରଣର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚାଲିଛି । ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା କରୁଛନ୍ତି ରାଜ୍ୟ ସରକାର ।’’ ଅଧିକ ପଢନ୍ତୁ

ସାଂସଦ ଅପରାଜିତା
ସାଂସଦ ଅପରାଜିତା
ରାଜ୍ୟ ସରକାର ଓ ଖଣି ଲିଜଧାରୀଙ୍କ ବୁଝାମଣା ପାଇଁ ରାଜସ୍ୱ କ୍ଷତି ହେଉଛି

ଭୁବନେଶ୍ବର: ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଛି । ବଡ଼ ଧରଣର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚାଲିଛି । ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା କରୁଛନ୍ତି ରାଜ୍ୟ ସରକାର । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ସୋମବାର ପୂର୍ବାହ୍ନରେ ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଅପରାଜିତା କହିଛନ୍ତି, ‘‘ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଛି । ବଡ଼ ଧରଣର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚାଲିଛି । ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା କରୁଛନ୍ତି ରାଜ୍ୟ ସରକାର ।’’ ଅପରାଜିତା ଅଭିଯୋଗ କରିଛନ୍ତି ରାଜ୍ୟରେ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ବଡ ଧରଣର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚାଲିଛି । ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି । ରାଜ୍ୟ ସରକାର ଖଣି ମାଲିକଙ୍କ ଉପରେ ଚାପ ପ୍ରୟୋଗ କରି ନିର୍ଦ୍ଧିଷ୍ଟ ଠିକାଦାର ଏବଂ ନିର୍ଦ୍ଧିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିର କରୁଛନ୍ତି । ଯାହାଦ୍ୱାରା ଉତ୍ପାଦ ଦ୍ରବ୍ୟ କମ ମୂଲ୍ୟରେ ପରିବହନ ପାଇଁ ସ୍ବତନ୍ତ୍ର ମନମୁଖୀ ନିୟମ ପ୍ରଣୟନ କରୁଛନ୍ତି । ରାଜ୍ୟ ସରକାର, ମାଇନ୍ସ ଟ୍ରେଡ଼ର୍ସ ମାନଙ୍କ ଭିତରେ ନେକ୍ସସ ଅଛି । 3 ଥର କେନ୍ଦ୍ର ସରକାର ଚିଠି ଲେଖିବା ପରେ ମଧ୍ୟ ରାଜ୍ୟ ସରକାର ଖଣି ପାଇଁ ଏସଓପି କରୁନାହାଁନ୍ତି । ଗତ ଥର ଲୁହା ପଥର ଖଣି ଦୁର୍ନୀତି ନେଇ ପ୍ରେସମିଟ କଲା ପରେ ରାଜ୍ୟ ସରକାର ଡିମାଣ୍ଡ ନୋଟିସ ଦେଇଥିଲେ । ଅନୈତିକ ରାସ୍ତା ଦେଇ ହଜାର ହଜାର କୋଟି ଟଙ୍କା ଲୁଟିବା ପାଇଁ ପ୍ରୟାସ କରାଯାଉଛି ।

ଏହାବି ପଢନ୍ତୁ- ଗାଲରେ ତ୍ରିରଙ୍ଗା ଚିତ୍ର ଯୋଗୁଁ ସ୍ବର୍ଣ୍ଣ ମନ୍ଦିରକୁ ଯାଇପାରିଲେନି ଯୁବତୀ, ଅଟକାଇଲେ ଷ୍ଟାଫ

ସେହିପରି ଅପରାଜିତା କହିଛନ୍ତି ନିମ୍ନ ମାନର ଲୁହା ପଥର ଉତ୍ତୋଳନ ଦେଖାଇ ହଜାର ହଜାର କୋଟି ଟଙ୍କା ଲୁଟ କରିଛନ୍ତି ରାଜ୍ୟ ସରକାର । କ୍ରୋମ ଏବଂ ମାଙ୍ଗାନିଜ ମଧ୍ୟ ନିମ୍ନ ମାନର ଦେଖାଇ ବିକ୍ରି କରାଯାଉଛି । ଡ଼ିଏମଏଫ ଫଣ୍ଡ କମି ଯାଉଛି । ଡ଼ିଏମଏଫ ଫଣ୍ଡ କୁପରିଚାଳନା ହେଉଛି । ଠିକ ଭାବେ ଖର୍ଚ୍ଚ ହେଉନାହିଁ । ଯେଉଁ ମାଙ୍ଗାନିଜ ଖଣିରୁ 25 ପ୍ରତିଶତ ମାଙ୍ଗାନିଜ ଧାତୁରୁ କମ ଅନୁପାତରେ ଧାତୁ ଥାଏ, ତାକୁ ନିମ୍ନ ମାନର କୁହାଯାଏ । 25 ପ୍ରତିଶତରୁ କମ ରଖିଲେ ଟନ ପ୍ରତି 2 ହଜାର 896 ଟଙ୍କା ଦର ହେବ । ଯାହାଦ୍ୱାରା ରାଜ୍ୟ ରାଜକୋଷକୁ କମ ଅର୍ଥ ଆସୁଛି । 25ରୁ 35 ପ୍ରତିଶତ ଭିତରରେ ରହିଲେ, 7 ହଜାର ଟଙ୍କା ପ୍ରତି ଟନ ଦର ମିଳିଥାନ୍ତା । 25 ପ୍ରତିଶତରୁ କମ କରାଯାଉଥିବାରୁ 10 ଲକ୍ଷ ଟନ ମାଙ୍ଗାନିଜ ଉତ୍ତୋଳନ ହେଲେ 500 କୋଟି ଟଙ୍କା କ୍ଷତି ହେଉଛି । 25ରୁ 35 ପ୍ରତିଶତ ହୋଇଥିଲେ 500 କୋଟି ରାଜକୋଷକୁ ଆସିଥାନ୍ତା । ଯେତେ ମାଙ୍ଗାନିଜ ଉତ୍ତୋଳନ ହେଉଛି, ତାହାର 90 ପ୍ରତିଶତରୁ ଅଧିକ ଲୋ ଗ୍ରେଡ଼ କରି ବିକ୍ରି କରାଯାଉଛି ।

ସେହିଭଳି ଆଇବିଏମ ମାଙ୍ଗାନିଜ ଖଣି ପାଇଁ ଆଭରେଜ ସେଲ ପ୍ରାଇସ ସ୍ଥିର କରେ । ଆଭରେଜ ସେଲ ପ୍ରାଇସ ଦେଖାଇ ହାଇଗ୍ରେଡ଼କୁ ଲୋ ଗ୍ରେଡ଼ କରାଯାଉଛି । 6 ଏପ୍ରିଲ 2023 ରେ କେନ୍ଦ୍ର ଖଣି ବିଭାଗ ପକ୍ଷରୁ ଏକ ଚିଠି ଆସିଛି । ଓଡିଶା ରାଜ୍ୟରେ କେତୋଟି ମାଙ୍ଗାନିଜ ଖଣି ରହିଛି ଏବଂ କେଉଁ ଭଳି ଦୁର୍ନୀତି ହୋଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ଦରଗଡ଼ ଓ କେନ୍ଦୁଝରକୁ ମିଶାଇ 5ଟି ଖଣି ବିଷୟରେ ଲେଖାଯାଇଛି । ବହୁତ ପରିମାଣରେ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ଚାଲିଛି ରାଜ୍ୟରେ। ହଜାରେ 2 ହଜାର ଲାଞ୍ଚ ନେଉଥିବା କର୍ମଚାରୀଙ୍କୁ ଧରି ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଛନ୍ତି । ଶାହା କମିଶନ ରିପୋର୍ଟ ଦେଇଥିଲେ 59 ହଜାର କୋଟିର ଦୁର୍ନୀତି ହୋଇଛି । କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ? ଲୁହା, ମାଙ୍ଗାନିଜ, କ୍ରୋମ ଇତ୍ୟାଦି ଖଣିଜ ସମ୍ବଳ ଓଡ଼ିଶାରେ ଗଚ୍ଛିତ ଥିଲେବି ଦରିଦ୍ର ରାଜ୍ୟ ରୂପେ ପରିଗଣିତ ହେଉଛି । ଦେଶର ମୋଟ ଖଣିଜ ସମ୍ବଳ ମଧ୍ୟରୁ ଓଡ଼ିଶାରେ ୯୬.୧୨ପ୍ରତିଶତ କ୍ରୋମ, ୫୧.୧୫ପ୍ରତିଶତ ବକ୍ସାଇଟ, ୩୩.୧୨ପ୍ରତିଶତ ହେମାଟାଇନ ଆଇନର, ୪୩.୬୪ପ୍ରତିଶତ ମାଙ୍ଗିନିଜ ଗଛିତ ଅଛି । ଏହାସତ୍ବେ ରାଜ୍ୟ ଗରିବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ? ତେବେ ସାଂସଦ ଅପରାଜିତଙ୍କ ଅଭିଯୋଗ ନେଇ ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.