ETV Bharat / state

ପୁନଃରୁଦ୍ଧାର ହେବ ସ୍ମାର୍ଟସିଟି ଜଳାଶୟ, ବୁଝାମଣା ଶେଷ - ସ୍ମାର୍ଟସିଟିରେ ଜଳାଶୟ ପୁନରୁଦ୍ଧାର

ସ୍ମାର୍ଟସିଟି ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟାକୁ ଏଡାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏନେଇ ମହାରାଷ୍ଟ୍ରସ୍ଥିତି ନିରୀ ପ୍ରତିଷ୍ଠାନ ସହ ବୁଝାମଣା ଶେଷ ହୋଇଛି । ଅଧିକ ପଢନ୍ତୁ...

Mou signed between Bhubaneswar smartcity and NEERI for cities project
ସ୍ମାର୍ଟସିଟିରେ ଜଳାଶୟ ପୁନରୁଦ୍ଧାର ପାଇଁ ବୁଝାମଣା ଶେଷ
author img

By

Published : Dec 3, 2020, 3:37 PM IST

ଭୁବନେଶ୍ବର: ରାଜଧାନୀରେ ଥିବା ଡ୍ରେନ, ଜଳାଶୟ, ରୋଡ, ପାର୍କ ପୁନଃରୁଦ୍ଧାର ଏବଂ ଉନ୍ନତିକରଣ କ୍ଷେତ୍ରରେ ଆଉ ଦୁଇ ପାଦେ ଆଗେଇଛି ସ୍ମାର୍ଟସିଟି । ଏହି ସଂପର୍କରେ ଭୁବନେଶ୍ବର ସ୍ମାର୍ଟସିଟି ଓ ନିରୀ (NEERI) ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି ।

ସ୍ମାର୍ଟସିଟିରେ ଜଳାଶୟ ପୁନରୁଦ୍ଧାର ପାଇଁ ବୁଝାମଣା ଶେଷ

ରାଜଧାନୀରେ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ପ୍ରଶାସନର ତତ୍ପରତା ଦେଖାଇଛି । ଭୁବନେଶ୍ବରରେ ମୁଖ୍ୟ ଡ୍ରେନ ୭ ଏବଂ ୧୦ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାକୁ କିଭଳି ଏଡାଇ ଦିଆଯାଇଆରିବ ସେ ନେଇ ସ୍ଥାନୀୟ ପ୍ରଶାସନ ତ୍ବରିତ ପଦକ୍ଷେପ ନେଉଛି । ସ୍ମାର୍ଟସିଟି ଭୁବନେଶ୍ବରର ସାମୂହିକ ବିକାଶ ଓ ଉନ୍ନୟନ ପାଇଁ ସାଇଟିସ (ସିଟି ଇନଭେଷ୍ଟମେଣ୍ଟ ଟୁ ଇନୋଭେଟ, ଇଣ୍ଟିଗ୍ରେଟ ଆଣ୍ଡ୍‌ ସଷ୍ଟେନ) କାର୍ଯ୍ୟକ୍ରମ ପାଇଁ ପ୍ରାୟ ୮୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ଯାହା ସହରର ଏହି ଉନ୍ନତିମୂଳକ କାର୍ଯ୍ୟରେ ଖର୍ଚ୍ଚ ହେବ।

ତେବେ ଏହି କାର୍ଯ୍ୟ ପାଇଁ ମହାରାଷ୍ଟ୍ର, ନାଗପୁରସ୍ଥିତ ନିରୀ ବା ନ୍ୟାସନାଲ ଏନଭ୍ୟାରମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ସହ ସ୍ମାର୍ଟସିଟି ଭୁବନେଶ୍ବର ଲିମିଟେଡ଼ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ତେବେ ସାଇଟିସ ପ୍ରକଳ୍ପରେ ସହରର ସ୍ବଚ୍ଛ ପରିମଳ, ଜଳାଶୟ ପୁନଉଦ୍ଧାର, ବର୍ଷା ଜଳ ପରିଚାଳନା ନେଇ ନିରୀ ପକ୍ଷରୁ ବୈଷୟିକ ଟିମ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.