ETV Bharat / state

କମିଶନରେଟ ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ ଟୁବୁ

ରାଜଧାନୀରେ ଆତଙ୍କର ରାଜ ଚଳାଉଥିବା ଟୁବୁ ଓରଫ ପ୍ରଭାତ ସେଠୀକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ବର ଉତ୍ତରରୁ ବିଜେପି ବିଧାୟିକା ପ୍ରାର୍ଥୀ ଥିବା ଅପରାଜିତା ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣର ସେ ଥିଲା ମୁଖ୍ୟ ଅଭିଯୁକ୍ତ ।

author img

By

Published : Jun 10, 2019, 8:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କମିସନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜଧାନୀର ମୋଷ୍ଟ ୱାଣ୍ଟେଡ ଟୁବୁ ଓରଫ ପ୍ରଭାତ ସେଠୀକୁ କରିଛି ଗିରଫ। ଦାଦାବଟି, ରାହାଜାନି ଡକାୟତି, ମରଣାନ୍ତକ ଆକ୍ରମଣ ଭଳି ସଙ୍ଗିନ ମାମଲାରେ ଥିଲା କମିସନରେଟ ପୋଲିସ ପାଇଁ ମୋଷ୍ଟୱାଣ୍ଟେଡ । ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ନିଳାଦ୍ରି ବିହାର ବସ୍ତିରେ ବିଜେପି କର୍ମୀ ଅପରାଜିତା ମହାନ୍ତିଙ୍କ ଉପରକୁ ଆକ୍ରମଣ ଘଟଣାରେ ଥିଲା ମୁଖ୍ଯ ଅଭିଯୁକ୍ତ ।

ଦୀର୍ଘଦିନ ଧରି ଲୁଚକାଳି ପରେ ତାକୁ ଯାଜପୁରସ୍ଥିତ ନିଜ ଘରୁ ଗିରଫ କରିଛି କମିସନରେଟ ପୋଲିସ। ତେବେ ସୂଚନା ମୁତାବକ ପ୍ରଭାତ ସେଠୀ ଓରଫ ଟୁବୁ ନିଳାଦ୍ରି ବିହାର ମଙ୍ଗଳା ବସ୍ତିର ଥିଲା ମୁଖିଆ । କେତେକ ବସ୍ତି କବଜା କରି ଘରଭଡା ଦେଇ ରାଜ କରୁଥିଲା ସେଠାରେ । ଏପରିକି ସ୍ଥାନୀୟ ଅଞ୍ଚଳରେ ଥିଲା ଟୁବୁର ଥିଲା ଦବଦବା ।

ବିଜେଡି ନେତାଙ୍କ ଖାସ ଥିଲା ଟୁବୁ । ଏନେଇ ନେତାଙ୍କ ଛତ୍ରଛାୟାରେ କେହି ତା ଦେହରେ ହାତ ଲଗାଉନଥିଲେ। ଏପରିକି ୧୬ଟି କେସରେ ମୋଷ୍ଟ ୱାଣ୍ଟେଡ ଥିଲେ ମଧ୍ଯ ଗିରଫ ପୁର୍ବରୁ ହାଇକୋର୍ଟରୁ ଆଡଭାନସ ବେଲରେ ଆସୁଥିଲା ଟୁବୁ। ତେବେ ଗିରଫ ପରେ ତାକୁ ଆଇପିସିର ଧାରା ୩୪୧,୩୨୩,୨୯୪,୩୮୭,୩୫୪,୫୦୬,୩୪ ଆପିସିରେ କୋର୍ଟ ଚାଲାଣ କରାଯାଇଛି । ତେବେ ମୋଟ ତା ନାରେ ୧୭ଟି ମାମଲା କମିସନରେଟ ପୋଲିସ ନିକଟରେ ରହିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.