ETV Bharat / state

ରାଜଧାନୀବାସୀଙ୍କୁ ଘାରିଲାଣି ମଶା ଚିନ୍ତା - Bhubaneswar

ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଆଉ ତା ସାଙ୍ଗକୁ ରାସ୍ତା ଘାଟରେ ଅଳିଆ ଆବର୍ଜନାର ପାହାଡ । ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଜମିଛି ବର୍ଷାପାଣି । ଫଳରେ ରାଜଧାନୀ ଭୁବନେଶ୍ବରରେ ମଶା ବଂଶ ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jul 3, 2019, 12:33 PM IST

ଭୁବନେଶ୍ବର: ବର୍ଷା ଋତୁ ଆରମ୍ଭ ହେଲେ ବେହାଲ ହୁଏ ରାଜଧାନୀ । ରାସ୍ତା ତ ରାସ୍ତା ଏକ ପ୍ରକାର ଘରୁ ବାହାରିବା ହୋଇଯାଏ ମୁସକିଲ । ଆଣ୍ଠୁଏ ଆଣ୍ଠୁଏ ପାଣି ରାସ୍ତା ଉପରେ ଲହଡି ଭାଙ୍ଗେ । ଏହାର କାରଣ ହେଲା ସାର୍ଟସିଟିର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାବନୀବାସୀ । ତେବେ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାବେଳେ ଏବେ ରାଜଧାନୀବାସୀଙ୍କୁ ଘାରିଲାଣି ମଶା ବଂଶ ବୃଦ୍ଧି ଚିନ୍ତା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ସହରର ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ପୂର୍ଣ୍ଣ ଅଳିଆ ଆବର୍ଜନା ଗଦା ହୋଇଥିବାବେଳେ ବର୍ଷା ପାଣି ଜମା ହେଉଛି । ଫଳରେ ମଶାଙ୍କ ବଂଶ ବୃଦ୍ଧି ହେବା ସହ ଏମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସେପଟେ କିନ୍ତୁ ବର୍ଷ ବର୍ଷ ଧରି ଦେଖାନାହିଁ ମଶାଧୂଆଁ ଗାଡି ଓ ମଶାମରା ତେଲ । ଫଳରେ ଆନୋଫିଲିସ, ଏଡସି ଏବଂ କ୍ୟୁଲେକ୍ସ ଭଳି ମଶା ମାତିବାରେ ଲାଗିଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ହେଲେ ଏନେଇ ବିଏମସି କୌଣସି ପଦକ୍ଷେପ ନେଉନାହିଁ ।

କିନ୍ତୁ ସେପଟେ ବିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ମିଶ୍ର କହୁଛନ୍ତି ଏମଏଲଓ, ଲାର୍ଭିସିଡାଲ ପାଣି ଜମା ସ୍ଥାନ ଗୁଡ଼ିକରେ ପକାଯାଉଛି । ଟେମେଫସ ଲିକୁଇଡ଼ ସ୍ପ୍ରେ କରାଯିବା ସହ ମଶାଙ୍କ ବଂଶ ବୃଦ୍ଧିକୁ ରୋକିବା ପାଇଁ ଗାମୁସିଆ ମାଛ ମଧ୍ୟ ଛଡାଯାଉଛି । ଏଥିସହ ବିଏମସି ସ୍କ୍ବାର୍ଡ ପକ୍ଷରୁ ଜମାଥିବା ଅନାବଶ୍ୟକ ଟାଇଆର ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି । ତେବେ ଏ ଦିଗରେ ଯଦି ବିଏମସି ଠିକ ଭାବେ ନିଜ ଦାୟିତ୍ବ ନ ତୁଲାଇବ ଆଗାମୀ ଦିନରେ ନାନାଦି ରୋଗର ଶିକାର ହେବେ ରାଜଧାନୀବାସୀ ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

Intro:anchor--ସ୍ମାର୍ଟସିଟି ଭୁବନେଶ୍ୱରରେ ବଢୁଛି ମଶାଙ୍କ ଉପଦ୍ର।

Body:vo1-ଅଥୟ ହେଲେଣି ରାଜଧାନୀ ବାସୀ,ଭୁବନେଶ୍ୱରରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ।ସାଧାରଣଲୋକାଠୁ ଆରମ୍ଭକରି ହାଇପ୍ରୋଫାଇଲ ସୋସାଇଟି ପର୍ଯ୍ୟନ୍ତସମସ୍ତେ ଅଥୟ। ସ୍ୱଚ୍ଛତାକୁ ନେଇ ସ୍ମାର୍ଟସିଟି ଭୁବନେଶ୍ୱର ଡିଣ୍ଡିମ ପିଟୁଥିବାବେଳେ ଡ୍ରେନେଜର ବ୍ୟାପକସମସ୍ୟା,ବର୍ଜ୍ୟବସ୍ତୁ ପୂର୍ଣଅଳିଆ ଆବର୍ଜନା ଓ ବିଭିନ୍ନସ୍ଥାନରେ ବର୍ଷାଯୋଗୁଁ ଜମା ହେଉଥିବା ପାଣି ଯୋଗୁ ମଶାଙ୍କ ବଂଶ ବୃଦ୍ଧି ହେବା ସହ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ,ଯାହା ଏବେ ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି।ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ୱେ ମଶାମରା ଔଷଧ ପଡୁଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଯୁକ୍ତି।ହେଲେ ବାସ୍ତବତା ଠିକ ଓଲଟା।

ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମା ହେଉଥିବାରୁ ମଶାଙ୍କ ବଂଶବିସ୍ତାର ହେବା ସହ ସାଧାରଣ ଲୋକେ ବିଭିନ୍ନ ପ୍ରକାରର ଜ୍ୱର ଓ ରୋଗରେ ଆକ୍ରାନ୍ତ ହେଉଛନ୍ତି।ଘର ଭିତରେ ହେଉ ବା ବାହାରେ ରହିବା ମୁସ୍କିଲ ହୋଇପଡିଛି ।ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି ରାଜଧାନୀ ବାସୀ।ନାଁଆସୁଛି ମଶାଧୂଆଁଗାଡି ନା ପଡୁଛି ମଶାମରାତେଲ।ପ୍ରତ୍ୟକ ୱାର୍ଡର ଗଳିକନ୍ଦିରେ ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ।ଭୁବନେଶ୍ୱର ସମସ୍ତ ବସ୍ତି ଅଞ୍ଚଳରେ ସମସ୍ୟା ଆହୁରି ଗୁରୁତର।

byt1--ଭୁବନେଶ୍ୱର ବସ୍ତି ଅଞ୍ଚଳରେ ସାଧାରଣ ଲୋକେ ଅଥୟ ହେଉଛନ୍ତି।ଲୋକଙ୍କ ଅଭିଯୋଗ ବର୍ଷେ ହେବ କୌଣସି ମଶାମରା ଔଷଧପଡିବା ଆମେଦେଖିନାହୁଁ। ବିଏମସିରେ ଜଣେଇଲେବି କେହି ସୁଣୁନାହାନ୍ତି।ଭାରି ଅସୁବିଧା ହେଉଛି।

byt2-- ଡ୍ରେନ ସଫା ହେଉନି,ଲାଇନ ସବୁବେଳେ କଟୁଛି, ବର୍ଷାଦିନ ମଶାଙ୍କ ଉତ୍ପାତରେ ରହିବା ବଡକଷ୍ଟ, ବିଭିନ୍ନରୋଗର ଶିକାର ଲୋକେ ହେଉଛନ୍ତି ବୋଲି ମହିଁଶା ଖାଲ ବସ୍ତିରେ ରହୁଥିବା ମହିଳା।ବିଏମସିକୁ ଜଣେଇଲେ ବି କିଛି ଫଳ ହେଉନି।

ଭୁବନେଶ୍ୱରରେ ବିଭିନ୍ନ କିସମର ଆନୋଫିଲିସ,ଏଡିସ ଏବଂ କ୍ୟୁଲେକ୍ସ ମଶା ଦେଖା ଯାଆନ୍ତି।ନିରନ୍ତର ମଶାଔଷଧ ନପଡିଲେ ମଶାଙ୍କ ବଂଶବୃଦ୍ଧି ହେବା ସହ ଲୋକମାନଙ୍କୁ ରୋଗ ସମସ୍ୟା ଦେଖାଦିଏ।

byt3-- ବର୍ଷାଦିନେ ମଶାଙ୍କ ବଂଶବୃଦ୍ଧି ଘଟୁଥିବାରୁ ବିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲାର୍ଭିସିଡାଲ ନିୟମିତ ପଡୁଛି।ଡ୍ରେନ ଉପରେଥିବା ଘାସ ବୁଦାକୁ କଟିଂ ହେଉଛି।ନିୟମିତ ଏମଏଲଓ ପାଣି ଜମା ସ୍ଥାନ ଗୁଡିକରେ ପଡୁଛି।ଟେମେଫସ ଲିକୁଇଡ଼ ସ୍ପ୍ରେ ହେଉଛି।ଯେଉଁଠି ବହୁଳମାତ୍ରାରେ ପାଣି ଜମୁଛି ସେଠି ଗାମୁସିଆ ମାଛ ଛଡାହେଉଛି ତା କି ମଶାଙ୍କୁ ମାଛ ଖାଇବେ ଆଉ ମଶାଙ୍କ ବଂଶବୃଦ୍ଧି ଘଟିବ ନାହିଁ ବୋଲି ବିଏମସି ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ବସନ୍ତ କୁମାର ମିଶ୍ର କହିଛନ୍ତି।ବିଏମସି ସ୍କ୍ୱାର୍ଡ ପକ୍ଷରୁ ଜମା ଥିବା ଅନାବଶ୍ୟକ ଟାଇଆର ନଷ୍ଟ କରାଯାଉଛି।ନିଜ ଗୃହର ପାଶ୍ୱବର୍ତୀ ସ୍ଥାନକୁ ସଫା ରଖିବା ସଂଗେ ସଙ୍ଗେ ନିଜ ଘରେ ୭ ଦିନରୁ ଅଧିକ ପାଣିଜମା କରାନ୍ତୁ ନାହିଁ ଯଦ୍ୱାରା ଏଡିସ ମଶା ଅଣ୍ଡା ଦେବାର ସମ୍ଭାବନା କମିଯିବା ନେଇ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Conclusion:FL vo-ଯଦି ବିଏମସି ଠିକ ଭାବରେ ମଶାଙ୍କ ଉତ୍ପାତକୁ ନ କମେଇବ ବା ସମସ୍ତ ଚେଷ୍ଟା ନିୟମିତ ଜାରି ନରଖିବ ଆଗକୁ ସାଧାରଣ ଲୋକଙ୍କୁ ନାହିଁନଥିବା ଅସୁବିଧାରସମ୍ମୁଖୀନହେବେ ,ଖାଲି ସେତିକି
ନୁହେଁ ବିଭିନ୍ନପ୍ରକାରର ରୋଗର ଶିକାର ମଧ୍ୟ ହେବେ।ପ୍ରଶାସନ ପକ୍ଷରୁ ଔଷଧ ଠୁ ଆରମ୍ଭକରି ମଶା ମରା ତେଲ,ଧୂଆଁଗାଡି ବୁଲିବା ,ଲୋକଙ୍କୁ ମସାରି ଟାଙ୍ଗି ଶୋଇବା ନେଇ ସଚେତନତାର ଅବଶ୍ୟକତା ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.