ETV Bharat / state

Pipili Ex-MLA Demise: ବିଧାନସଭା ପରିସରରେ ଯୁଧିଷ୍ଠିରଙ୍କୁ ଗାର୍ଡ ଅଫ ଅନର - ଗାର୍ଡ ଅଫ ଅନର

ପରଲୋକରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ବିଧାନସଭାରେ ଦିଆଗଲା ଗାର୍ଡ ଅଫ ଅନର । ଅଧିକ ପଢନ୍ତୁ

Pipili Ex MLA Judhistir Samantray
Pipili Ex MLA Judhistir Samantray
author img

By ETV Bharat Odisha Team

Published : Oct 16, 2023, 4:16 PM IST

ଯୁଧିଷ୍ଠିରଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ବର: ପରଲୋକରେ ପିପିଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିରଙ୍କର ପରଲୋକ ହୋଇଥିବା ବେଳେ ପୁରୀରେ ହେବ ଶେଷକୃତ୍ୟ । ଶେଷକୃତ୍ୟ ପାଇଁ ଯୁଧିଷ୍ଠିରଙ୍କ ମୃତଦେହ ନେବା ପୂର୍ବରୁ ବିଧାନସଭାରେ ହୋଇଛି ଶେଷ ଦର୍ଶନ । ବିଧାନସଭା ପରିସରରେ ଯୁଧିଷ୍ଠିରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ଶାରୀରିକ ଅସୁସ୍ଥତା କାରଣରୁ ଗତ କିଛି ମାସ ହେଲା ଯୁଧିଷ୍ଠିର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ବିଗିଡୁଥିବାରୁ ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଥିଲେ । ହେଲେ ଆଜି ପୂର୍ବାହ୍ନରେ ଯୁଧିଷ୍ଠିର ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୁରୀ ଜିଲ୍ଲା ତଥା ପିପିଲିର ଜଣେ ଦକ୍ଷ ନେତା ଭାବେ ବେଶ ଜଣାଶୁଣା ଯୁଧିଷ୍ଠିର । ୧୯୯୫-୨୦୦୦ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରୁ ସେ ପିପିଲିର ବିଧାୟକ ଥିଲେ । ଯୁଧିଷ୍ଠିରଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।

ଏହା ବି ପଢନ୍ତୁ- ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଦେହାନ୍ତ ପରେ ଯୁଧିଷ୍ଠିରଙ୍କ ମୃତଦେହ ବିଧାନସଭାକୁ ଅଣାଯାଇଥିଲା । କର୍ମ ଭୂମିରେ ଯୁଧିଷ୍ଠିରଙ୍କ ମୃତଦେହକୁ ଶେଷ ଦର୍ଶନ ଲାଗି ରଖାଯାଇଥିଲା । ବହୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଶେଷ ଦର୍ଶନ କରିଛନ୍ତି । ପିପିଲି ବିଧାୟକ ରୁଦ୍ର ମହାରଥୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭା ପକ୍ଷରୁ ଯୁଧିଷ୍ଠିରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିରଙ୍କ ଏକମାତ୍ର ପୁଅ ମଧ୍ୟ ଉପସ୍ଥିତ ଥିଲେ ।

ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ କହିଛନ୍ତି, "ଯୁଧିଷ୍ଠିର ଜଣେ ସଂଗ୍ରାମୀ ନେତା ଥିଲେ । ଲୋକଙ୍କ ପାଇଁ ସଂଗ୍ରାମ କରୁଥିଲେ । ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ସଂଗ୍ରାମ କରିଛନ୍ତି । ପିପିଲି ଛକରେ ସେ ବସି ରହୁଥିଲେ । ସମସ୍ୟା ନେଇ ଆସୁଥିବା ଲୋକଙ୍କୁ ସେ ସହଯୋଗ କରୁଥିଲେ । ରାଜନୈତିକ ଦୃଷ୍ଟିରୁ ଅଲଗା ହେଲେ ବି ବ୍ୟକ୍ତିଗତ ସମ୍ପର୍କ ଭଲ ଥିଲା । ସେ ସ୍ପଷ୍ଟବାଦୀ ବ୍ୟକ୍ତି ଥିଲେ । "

ଯୁଧିଷ୍ଠିର ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ଥିଲେ । ସେ ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ୧୯୯୫ରେ ପରାଜିତ କରିଥିଲେ । ସେ ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିଥିଲେ ମାତ୍ର କ୍ରମାଗତ ଭାବେ ପରାସ୍ତ ହୋଇଥିଲେ । ନିର୍ବାଚନ ହାରିଥିଲେ ସୁଧା ଲୋକଙ୍କ ସହ ସୁବିଧା ଅସୁବିଧାରେ ଛିଡ଼ା ହେଉଥିଲେ । ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ଏହାପରେ ତାଙ୍କୁ କଂଗ୍ରେସ ଭବନ ନିଆଯିବ । ଏହା ପରେ ପରେ ତାଙ୍କୁ ପିପିଲି ନିର୍ବାଚନ ମଣ୍ଡଳୀକୁ ନିଆଯିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.