ETV Bharat / state

ବଦଳୁଛି କ୍ୟାପିଟାଲ ହସ୍ପିଟାଲର ରୂପରେଖ, ଆଜିଠୁ କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି - ଅତ୍ୟାଧୁନିକ ଓଟିର ହେବ ଉଦଘାଟନ

କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟାଧୁନିକ ଓଟିର ଉଦଘାଟନ କରିବେ । ଅଧିକ ପଢନ୍ତୁ

ଆଜିଠାରୁ କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି
ଆଜିଠାରୁ କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି
author img

By ETV Bharat Odisha Team

Published : Nov 18, 2023, 10:31 AM IST

ଭୁବନେଶ୍ବର: ଅତ୍ୟାଧୁନିକ ମେଡିକାଲ ସେବା ଯୋଗାଇବ କ୍ୟାପିଟାଲ ହସ୍ପିଟାଲ । କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି । ଆଜି କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟିର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ଓଟିର ଉଦଘାଟନ କରିବେ । ଏହି ମଡ୍ୟୁଲାର ଓଟିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥା । ଏଥିରେ ଏକାସାଙ୍ଗରେ ୮ ଜଣଙ୍କର ଅସ୍ତ୍ରୋପଚାର ହୋଇପାରିବ । ୧୬.୭୬ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ମଡ୍ୟୁଲାର ଓଟି ।

କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁ କିଛି ନୂଆ ଦେଖିବାକୁ ମିଳୁଛି । ବଦଳି ଯାଇଛି ହସ୍ପିଟାଲର ରୂପରେଖ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ସୋପାନ ଆଗକୁ ବଢ଼ିଛି କ୍ୟାପିଟାଲ ହସ୍ପିଟାଲ । ଆଜି କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟିର ଶୁଭାରମ୍ଭ ହେବ । ଏଠାରେ ଏକାସାଙ୍ଗରେ ୮ ଜଣଙ୍କର ଅସ୍ତ୍ରୋପଚାର ହୋଇପାରିବ । ତେବେ ଏହି ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦାଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠିରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ସେବା, ଲାଗିବ ମଡ୍ୟୁଲାର ICU

ସୂଚନା ଅନୁଯାୟୀ, ୧ ମହଲା ବିଶିଷ୍ଟ ଘରେ ୪ଟି ଗୃହ ରହିଛି । ଏହି ଗୃହରେ ୮ଟି ଶଯ୍ୟା ପଡ଼ିବାର ବ୍ୟବସ୍ଥା ରହିଛି । ସେହିପରି ଓଟିରେ ଏକାକାଳୀନ ଭାବରେ ୮ ଜଣଙ୍କର ଅସ୍ତ୍ରୋପଚାର କରାଯିବାର ସୁବିଧା ରହିଛି । ଏଭଳି ବ୍ୟବସ୍ଥା କରାଯିବାରେ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ପ୍ରଥମ ବୋଲି ସୂଚନା ମିଳିଛି । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏହାଦ୍ବାରା ରେଫରାଲ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ସମ୍ଭାବନା ରହିଛି ।

ବିଶେଷକରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀମାନେ ମଧ୍ୟ ଅଧିକରୁ ଅଧିକ ଉପକୃତ ହୋଇପାରିବେ । ରାଜ୍ୟରେ ହସ୍ପିଟାଲଗୁଡ଼ିକରେ ରୋଗୀମାନଙ୍କୁ କିଭଳି ଭାବରେ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାରି ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଠାରୁ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁ କିଛି ନୂଆ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.