ETV Bharat / state

5 ସୂତ୍ରକୁ ନେଇ କୋଭିଡ ମୁକାବିଲା କରାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 10, 2023, 1:44 PM IST

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ବର୍ତ୍ତମାନ ରାଜ୍ୟରେ 629 ଜଣ ଆକ୍ଟିଭ ରୋଗୀ ରହି ରହିଥିବା ବେଳେ ସଂକ୍ରମଣରେ ରୋକ ଲଗାଇବାକୁ ଆରମ୍ଭ ହେଲା ମକଡ୍ରିଲ । ଅଧିକ ପଢନ୍ତୁ

Mock drills started to prevent covid cases

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ସଂକ୍ରମଣରେ ବୃଦ୍ଧି । ରବିବାର 102 କୋଭିଡ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା 629 ରହିଛି । ତେବେ କୋରୋନା ସଂକ୍ରମଣରେ ରୋକ ଲଗାଇବାକୁ 5 ସୂତ୍ରକୁ ନେଇ ପୁଣି କୋଭିଡ ମୁକାବିଲା କରାଯିବ । ଏଥି ପାଇଁ ଆଜି ଠାରୁ ରାଜ୍ୟରେ ମକ ଡ୍ରିଲ ଆରମ୍ଭ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏନେଇ ସେ କହିଛନ୍ତି ଯେ, କୋଭିଡ ରୋକିବାକୁ ସାରା ଦେଶରେ ଦୁଇ ଦିନିଆ ମକଡ୍ରିଲ ଆରମ୍ଭ ହୋଇଛି । ଆଜି ଠାରୁ ଆମ ରାଜ୍ୟରେ ଆରମ୍ଭ ହୋଇଛି ମକ ଡ୍ରିଲ । ମକ ଡ୍ରିଲର ଉଦ୍ଦେଶ୍ୟ ବେଡ଼ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ଼, ଟେଷ୍ଟ କୀଟ, ଆଦି ସ୍ଥିତି ଅନୁଧ୍ୟାନ କରାଯିବ । ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଏନେଇ ସମୀକ୍ଷା କରାଯିବ । ଏହି ସମସ୍ତ ନୀରିକ୍ଷଣ କରି ପୋର୍ଟାଲରେ ଅପଲୋଡ଼ କରିବେ । 5 ସୂତ୍ରକୁ ନେଇ ପୁଣି କୋଭିଡ ମୁକାବିଲା କରାଯିବ । ଟେଷ୍ଟିଂ, ଟ୍ରାକିଂ, ଟୀକାକରଣ, ଟ୍ରିଟମେଣ୍ଟ, କୋଭିଡ ଆପ୍ରୋପ୍ରିଏଟ ବିହେଭିଅର । ରାଜ୍ୟରେ ବହୁତ୍ କମ୍ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆଇସୋଲେଟ ହୋଇ ରୁହନ୍ତୁ ଓ ଟେଷ୍ଟ କରନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଯିଏ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ସହ ମିଳାମିଶା ଯେଉଁମାନେ କରୁଛନ୍ତି ସେମାନେ ମଧ୍ୟ ଟେଷ୍ଟ କରିବା ସହ ଆଇସୋଲେଟ ହୋଇ ରହିବା ଆବଶ୍ୟକ । ସାଧାରଣ ଜନତାଙ୍କ ନିକଟରେ ଆହୁରି ସଚେତନତା ବଢ଼ାଇବାକୁ ପଡ଼ିବ । ମାସ୍କ ବ୍ୟବହାର, ହାତ ଧୋଇବା, ଭିଡ ମଧ୍ୟକୁ ନଯିବା ଆଦି ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ । ଯାହା ଦ୍ଵାରା ସଂକ୍ରମଣ ବ୍ୟାପିବ ନାହିଁ । ଟିକା ବିଷୟରେ ଏ ପର୍ଯ୍ୟନ୍ତ କେନ୍ଦ୍ରରୁ ନିର୍ଦ୍ଦେଶ ଆସିନାହିଁ । ରାଜ୍ୟରେ ଅଧିକାଂଶ ଲୋକ ଟୀକାକରଣ କରାଇଛନ୍ତି । ଘରୋଇ ହସ୍ପିଟାଲରେ ଟିକା ମିଳୁଛି । ଯଦି କେନ୍ଦ୍ର ସରକାର ଟିକା ନେଇ କିଛି ସ୍ପଷ୍ଟ କରନ୍ତି ତେବେ ପୁଣି ଥରେ ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବ । ସାରା ଦେଶରେ ଆଉ ଏକ ଛୋଟିଆ ଲହରୀ ଆସିଛି । ସେଥିରେ ବହୁତ୍ କମ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । ଅନ୍ୟ ରାଜ୍ୟର ସଂକ୍ରମଣ ଅନୁଯାୟୀ ଅମା ରାଜ୍ୟରେ ସ୍ଥିତି ଭଲ ରହିଛି । ''

ସୂଚନା ଅନୁଯାୟୀ, ଦୀର୍ଘଦିନ ପରେ ପୁଣି ଥରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏନେଇ ପ୍ରଧାନମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । କିଭଳି ଭାବରେ କୋଭିଡ ମୁକାବିଲା କରାଯିବ ସେନେଇ ହୋଇଛି ଆଲୋଚନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.