ETV Bharat / state

ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ - ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କୁଶମାଟି ଅଞ୍ଚଳରୁ 2 ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ । ନିଜକୁ ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ
ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ
author img

By

Published : Jan 21, 2020, 7:18 PM IST

ଖୋର୍ଦ୍ଧା: ଜଟଣୀ ଥାନା କୁଶମାଟିରୁ ଦୁଇ ମୋବାଇଲ ଲୁଟେରାଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଅଭିଯୋଗ ଅନୁସାରେ ଦୀର୍ଘ କିଛି ଦିନ ହେବ ଗାଁର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି ହୋଇଆସୁଥିଲା ।

ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି ହେବା ପରେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ କିଛି ପଇସା ମାଗିଥିଲା । କହିଥିଲା ପଇସା ଦେଲେ ତାଙ୍କ ମୋବାଇଲ ମିଳିଯିବ । ମୋବାଇଲ ଚୋରି ହୋଇଥିବା ବ୍ୟକ୍ତିଙ୍କ ସନ୍ଦେହ ହେବାରୁ ସେ ପଇସା ଦେବାକୁ ରାଜି ହୋଇଥିଲେ । ତେବେ ମଙ୍ଗଳବାର ମୋବାଇଲ ବଦଳରେ ପଇସା ନେବାକୁ ଆସିଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ ।

ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ

ଗ୍ରାମବାସୀ ଉକ୍ତ ଯୁବକଙ୍କୁ ଧରି ପଚରାଉଚୁରା କରିବାରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିଜକୁ ପ୍ରଥମେ ସାମ୍ବାଦିକ ପରିଚୟ ଦେଇଥିଲା । ତେବେ ଏଥିରେ ମାନିନଥିଲେ ଗ୍ରାମବାସୀ । ପୁଣି ତାକୁ ପଚରା ଉଚୁରା କରିବା ପରେ ନିଜକୁ ଜଣେ ଛାତ୍ର କହିଥିଲା ଏବଂ ପରେ ମୋବାଇଲ ଚୋରି ଘଟଣା ସମ୍ପର୍କରେ ସ୍ବୀକାର କରିଥିଲା । ଦୁଇ ଯୁବକଙ୍କ ମଧ୍ୟରେ ଜଣେ ସେହି ଗ୍ରାମର ହୋଇଥିବା ବେଳେ ଅନ୍ୟ ଯୁବକର ଘର କେନ୍ଦ୍ରାପଡା ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଏହି ମୋବାଇଲ ଚୋରି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରୁଛି ଜଟଣୀ ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସାମ୍ବାଦିକ ପରିଚୟ ଦେଇ ଲୁଟୁଥିଲେ ମୋବାଇଲ

Body:ଖୋର୍ଦ୍ଧା : ଜଟଣୀ ଥାନା କୁଶମାଟିରୁ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଅଭିଯୋଗ ଅନୁସାରେ ଦିର୍ଘ କିଛି ଦିନ ହେବ ଗାଁର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରୀ ହୋଇ ଆସୁଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି ହେବା ପରେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ କିଛି ପଇସା ମାଗିଥିଲା । କହିଥିଲା କି ପଇସା ଦେଲେ ତାଙ୍କ ମୋବାଇଲ ମିଳିଜିବ । ମୋବାଇଲ ଚୋରି ହୋଇଥିବା ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ସେ ପଇସା ଦେବାକୁ ରାଜି ହୋଇଥିଲେ । ତେବେ ଆଜି ମୋବାଇଲ ବଦଳରେ ପଇସା ନେବାକୁ ଆସିଥିବା ବେଳେ ଦୁଇ ଜଣକୁ କାବୁ କରିଥିଲେ ଗ୍ରାମବାସୀ । ସେମାନଙ୍କ ମଧ୍ୟରେ ଜଣେ ସେହି ଗ୍ରାମର ହୋଇଥୀବା ବେଳେ ଅନ୍ୟଜଣର ଘର କେନ୍ଦ୍ରାପଡାରେ ବୋଲି ଜଣାପଡିଛି । ତେବେ ଏହି ମୋବାଇଲ ଚୋରୀ ଗ୍ୟାଙ୍ଗରେ ଅଳଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରୁଛି ଜଟଣୀ ପୋଲିସ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.