ETV Bharat / state

ଆହୁରି ସ୍ମାର୍ଟ ହେବ ସ୍ମାର୍ଟସିଟି ଭୁବନେଶ୍ବର, ଉଦଘାଟିତ ହେଲା ସହରାଞ୍ଚଳ ମୋ ସେବା କେନ୍ଦ୍ର - ସହରାଞ୍ଚଳ ମୋ ସେବା କେନ୍ଦ୍ର

ଆହୁରି ସ୍ମାର୍ଟ ହେବ ସ୍ମାର୍ଟସିଟି ଭୁବନେଶ୍ବର । ସମସ୍ତ ପ୍ରକାର ଜରୁରୀ ସେବା ଏଣିକି ଗୋଟିଏ ସ୍ଥାନରେ ଉପଲବ୍ଧ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର 'ସହରାଞ୍ଚଳ ମୋ ସେବା କେନ୍ଦ୍ର'କୁ ଉଦଘାଟିତ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 31, 2022, 9:34 PM IST

ଭୁବନେଶ୍ବର: ଆହୁରି ସ୍ମାର୍ଟ ହେବ ସ୍ମାର୍ଟସିଟି ଭୁବନେଶ୍ବର । ଏଣିକି ଅନଲାଇନ ଓ ଡିଜିଟାଲ ସେବା ପରେ ସହଜରେ ଉପଲବ୍ଧ ହେବ ସମସ୍ତ ପ୍ରକାର ଜରୁରୀ ସେବା । ଗୋଟିଏ ସ୍ଥାନରେ ସହଜ ଓ ସୁବିଧାରେ ଉପଲବ୍ଧ ହେବ ବିଭିନ୍ନ ବିଭାଗର ସେବା । ଏହି ସୁବିଧାକୁ ନେଇ ଭୁବନେଶ୍ବରରେ ଆଦର୍ଶ 'ସହରାଞ୍ଚଳ ମୋ ସେବା କେନ୍ଦ୍ର' ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି (Mo Seva Kendra inaugurated by CM Naveen Patnaik) । ଭୁବନେଶ୍ବର ବାପୁଜୀ ନଗରରେ ସ୍ମାର୍ଟସିଟି ସହଯୋଗରେ ଏହି ମୋ ସେବା କେନ୍ଦ୍ର ଆରମ୍ଭ ହୋଇଛି ।

ଏହି କେନ୍ଦ୍ରରେ ସହରାଞ୍ଚଳବାସୀଙ୍କୁ କୃଷକ ପଞ୍ଜୀକରଣ, ଶ୍ରମ ପଞ୍ଜିକରଣ, ମୃତ୍ୟୁ ଏବଂ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ ସେବା ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୬୨୦୦ ପଞ୍ଚାୟତରେ 'ମୋ ସେବା କେନ୍ଦ୍ର' ପ୍ରତିଷ୍ଠା କରାଯାଇଛି । ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଊର୍ଦ୍ଧ୍ବ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏହି ମଡେଲ୍ 'ସହରାଞ୍ଚଳ ମୋ ସେବା କେନ୍ଦ୍ର' ସହରାଞ୍ଚଳ ନାଗରିକଙ୍କ ବସବାସ କରୁଥିବା ଲୋକଙ୍କ ଦୈନଦିନ ଡିଜିଟାଲ୍ ସେବାର ଆବଶ୍ୟକତାକୁ ପୂରଣ କରିବ ।

ଏହା ବି ପଢନ୍ତୁ-ନୂଆ ବର୍ଷରୁ କଣ ହେବ ଶାସକ ଓ ବିରୋଧୀ ଦଳର ରଣନୀତି ?

ଏହି ସେବାକେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଛି । ତେବେ ଓଡ଼ିଶା ସରକାରଙ୍କ 5T କାର୍ଯ୍ୟକ୍ରମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକ୍‌ର ମିଳିତ ଆନୁକୁଲ୍ୟରେ ସମସ୍ତ ଡିଜିଟାଲ ସେବାଗୁଡିକ ନାଗରିକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହା ଏକ ସ୍ଵତନ୍ତ୍ର ପ୍ରୟାସ । ଆଉ ଏହି ପ୍ରୟାସକୁ ନେଇ ଏଣିକି ଆଉ ବିନା ସମୟ ନଷ୍ଟ ନ କରି ଲମ୍ବା ଧାଡିରେ ଅପେକ୍ଷା ନ କରି ମିଳିବ ସେବା । ଜନ୍ମ କିମ୍ବା ମୃତ୍ୟର ପ୍ରମାଣ ପତ୍ର ହେଉ ଅବା ବିଦ୍ୟୁତ ଦେୟ ବିଲ ଭଳି ବହୁବିଧ ସେବା ପାଇଁ ଲୋକାର୍ପିତ ହୋଇଛି ଏହି ମୋ ସେବା କେନ୍ଦ୍ର।

ବିଶେଷ କରି ବରିଷ୍ଠ ନାଗରିକମାନେ ଉପକୃତ ହୋଇପାରିବେ। ଶୀତତାପ ନିୟନ୍ତ୍ରିତ ହଲରେ ଏକାଧିକ କାଉଣ୍ଟର ଖୋଲାଯାଇ ଜନସାଧାରଣଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ । ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ପରିଚାଳନା ନିର୍ଦ୍ଦେଶକ ସ୍ମାର୍ଟସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓକାକ, ସାଧାରଣ ପରିଚାଳିକା ଓକାକ, ନିର୍ଦ୍ଦେଶକ ସହଜ ଏବଂ ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.