ETV Bharat / state

ଗଞ୍ଜାମ-ଝାରସୁଗୁଡା-ସମ୍ବଲପୁରରେ ଚାଲିବ ମୋ ବସ୍ - ଗଞ୍ଜାମରେ ଚାଲିବ ମୋ ବସ୍

ଆଉ ତିନୋଟି ଜିଲ୍ଲାରେ ମିଳିବ ମୋ ବସ୍ ସେବା । ଗଞ୍ଜାମ, ଝାରସୁଗୁଡା ଓ ସମ୍ବଲପୁରରେ ମୋ ବସ୍ ଚଳାଚଳ କରିବ । ଅଧିକ ପଢନ୍ତୁ

ଗଞ୍ଜାମ-ଝାରସୁଗୁଡା-ସମ୍ବଲପୁରରେ ଚାଲିବ ମୋ ବସ୍

author img

By

Published : May 19, 2023, 8:45 AM IST

Updated : May 19, 2023, 2:34 PM IST

ଗଞ୍ଜାମ-ଝାରସୁଗୁଡା-ସମ୍ବଲପୁରରେ ଚାଲିବ ମୋ ବସ୍

ଭୁବନେଶ୍ବର/ଖୋର୍ଦ୍ଧା: ବସଯାତ୍ରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ରାଜ୍ୟର ଆଉ ୩ ଜିଲ୍ଲାକୁ ଗଡିବ ମୋ ବସ୍ । ଗଞ୍ଜାମ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ମିଳିବ ମୋ ବସ୍ ସେବା । ତିନୋଟି ଜିଲ୍ଲାର ୯ଟି ସହରରେ ଏହି ବସ୍ ସେବା ସମ୍ପ୍ରସାରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ସମ୍ବଲପୁର-ଝାରସୁଗୁଡା-ବ୍ରଜରାଜନଗର-ବେଲପାହାଡ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟରରେ ଏହି ବସ୍ ଚଳାଚଳ କରିବ । ୩ ଜିଲ୍ଲାରେ ମୋ ବସ୍ ଚାଲିବା ଦ୍ୱାରା ୧୧ ଲକ୍ଷ ୬୧ ହଜାର ଲୋକ ଉପକୃତ ହୋଇପାରିବେ । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଉକ୍ତ ୯ଟି ସହରରେ ସିଟି ବସ୍ ଚାଲୁଥିବା ବେଳେ ମୋ ବସ୍ ଚଳାଚଳ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ନଭେମ୍ବର ୬ରେ ଆରମ୍ଭ ହୋଇଥିଲା ମୋ ବସ୍ ସେବା । ଭୁବନେଶ୍ୱରରେ ମୋ ବସକୁ କ୍ରୁଟ ଅପରେଟ କରୁଛି । ବର୍ତ୍ତମାନ ୭ଟି ଜିଲ୍ଲାରେ ୩୯୦ଟି ବସ୍ ଚଳାଚଳ କରୁଛି । ପ୍ରତିଦିନ ୨.୩ ଲକ୍ଷ ଲୋକ ଏହି ସେବାରେ ଉପକୃତ ହେଉଛନ୍ତି । ତେବେ ଲୋକଙ୍କୁ ଦାବିକୁ ଦୃଷ୍ଟିରେ ରଖି ଆଗକୁ ଅନ୍ୟ ସହରରେ ମୋ ବସ୍ ସେବା ସମ୍ପ୍ରସାରଣ କରାଯିବ ବୋଲି ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ କହିଛନ୍ତି ।

ହକି ବିଶ୍ୱକପ ସମୟରେ ରାଉଲକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାହା ୧୦୦ରେ ପହଞ୍ଚି ଥିବାବେଳେ ୨୭ ହଜାର ଲୋକ ଉପକୃତ ହେଉଛନ୍ତି । ଆଗକୁ ଏହି ସବୁ ଜିଲ୍ଲାରେ ମୋ ବସ୍ କିଭଳି ସୁପରିଚାଳନା ହେବ ସେଥିପାଇଁ ଯୋଜନା ହେଉଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ପ୍ରତି ବ୍ଲକ ମୁଖ୍ୟାଳୟ ସହ ପ୍ରତି ପଞ୍ଚାୟତ ଓ ଛୋଟ ଛୋଟ ଗାଁକୁ ମୋ ବସ୍ ଚଳାଚଳ କରିବ । ପ୍ରତିଦିନ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ବ୍ଲକ ମୁଖ୍ୟାଳୟ, ବ୍ୟାଙ୍କ, ଥାନା, ତହସିଲ ହାଟ ବଜାରକୁ ଆସିଥାନ୍ତି ଏବଂ ଏଥିପାଇଁ ବହୁ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି । ଗ୍ରାମାଞ୍ଚଳର ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ସେବା ଯୋଗାଇବାକୁ ଯାଉଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ଜିଲ୍ଲାର ପ୍ରତି ବ୍ଲକରେ ମୋ ବସ ସେବା ଯୋଗାଇବା ପାଇଁ ପରିବହନ ବିଭାଗର କର୍ମଚାରୀ ଓ ଅଧିକାରୀ ବିଭିନ୍ନ ରୁଟକୁ ବୁଲି ଦେଖୁଛନ୍ତି । ପ୍ରତି ଏଥିପାଇଁ ବ୍ଲକରେ ୩ଟି ଲେଖାଏଁ ରୁଟ କରାଯାଇଥିବା ବେଳେ ଟାଙ୍ଗି ବ୍ଲକ ପାଇଁ ୪ଟି ରୁଟ କରାଯାଇଛି । ପ୍ରତି ରୁଟରେ ଗୋଟିଏ ଲେଖାଏଁ ମୋ ବସ ଚାଲିବ ଏବଂ ଏହି ବସ୍ ସେହି ରୁଟରେ ଥିବା ଛୋଟରୁ ବଡ଼ ସବୁ ଗ୍ରାମକୁ ଯିବ ।

ଜିଲ୍ଲାପାଳ ମୋ ବସର ନୋଡାଲ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବଙ୍କୁ ନିଯୁକ୍ତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ମୋ ବସ୍ ସେବା ଜନସାଧାରଣ ପାଇପାରିବେ । ଏଥିପାଇଁ ରୁଟ ସର୍ଭେ ଚାଲିଥିବା ଜଣାଇଛନ୍ତି ଖୋର୍ଦ୍ଧା ଆଞ୍ଚଳିକ ପରିବହନ ଅଧିକାରୀ । ସେହିପରି ଏହି ବସକୁ ଓଏସଆରଟିସି ପରିଚାଳନା କରିବ । ଏନେଇ ବେଗୁନିଆ ବ୍ଲକରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଏ ସମ୍ପର୍କରେ ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ମୋ ବସ ସେବା କାର୍ଯ୍ୟକ୍ଷମ ହେଲେ ବ୍ଲକ ସହ ବିଭିନ୍ନ ଗ୍ରାମକୁ ଯୋଡିବ । ଯାହାଦ୍ବାରା ଆର୍ଥିକ ବିକାଶ ସହ ସାଧାରଣ ଲୋକଟିଏ ବିଭିନ୍ନ ସେବା ସହଜରେ ପାଇପାରିବ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 19, 2023, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.