ETV Bharat / state

Mo Bus: ସବୁ ପଞ୍ଚାୟତକୁ ଗଡିବ ମୋ ବସ - ଲକ୍ଷ୍ମୀ ସ୍କିମ ଜରିଆରେ ସବୁ ପଞ୍ଚାୟତକୁ ଗଡିବ ମୋବସ

ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର 6ଟି ଜିଲ୍ଲାକୁ ହାତକୁ ନିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 24, 2023, 10:09 PM IST

ଭୁବନେଶ୍ବର: ରାଜ୍ୟର ପ୍ରତି ପଞ୍ଚାୟତକୁ ଗଡିବ ମୋ ବସ। ଗାଁ ଗହଳିରେ ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ଆରମ୍ଭ ହେବ ଲକ୍ଷ୍ମୀ ସ୍କିମ। ଲକ୍ଷ୍ମୀ ସ୍କିମ ଜରିଆରେ ଗ୍ରାମାଞ୍ଚଳରେ ଦିଆଯିବ ପରିବହନ ସୁବିଧା । ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର 6ଟି ଜିଲ୍ଲାକୁ ହାତକୁ ନିଆଯାଇଛି । କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ନିଆଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ଚାଲିବ ମୋ ବସ ।

ଭୁବନେଶ୍ବର କଟକ ସହରାଞ୍ଚଳରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରୁଛନ୍ତି । ଆମ ବସଷ୍ଟାଣ୍ଡ ଯୋଜନା ରେ ପ୍ରଥମ ପର୍ଯ୍ୟାୟରେ ବ୍ଲକସ୍ତରରେ 55 ଟି ନୂଆ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ପାଇଁ ୭୦ ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ନାଗରିକଙ୍କ ସୁବିଧା ସୁଯୋଗ ପାଇଁ ଆରଟିଓ ଗୁଡିକ ଅନ ଲାଇନ ସେବା ଯୋଗାଣ ପ୍ଲାଟଫର୍ମ ସୁଦୃଢ କରାଯାଇଛି। ଆରଟିଓ ଗୁଡିକରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯାଉଛି। ୩୨ ଟି ସେବା ମଧ୍ୟରୁ ୨୦୨୨ ସୁଦ୍ଧା ୩୧ ଟି ସେବା ଅନ ଲାଇନରେ ପ୍ରଦାନ କରାଯାଉଛି।

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ପ୍ରଥମ ପ୍ରତିକ୍ରିୟା କାରୀ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ' ପରିକଳ୍ପନା କରିଛନ୍ତି। ଯେଉଁଥିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ 30 ହଜାର ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ଭାରି ଜାନ ଚାଳକ ଙ୍କ ପାଇଁ ଏକ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାହକ ଆରମ୍ଭ କରାଯାଇଛି। ୧୬୯୮ ଜଣ ଡ୍ରାଇଭର ଙ୍କୁ ତାଲିମ ଦିଆଯାଇଛି। ସେହିପରି ରକ୍ଷକ କାର୍ଯ୍ୟକ୍ରମ ରେ ବର୍ତ୍ତମାନ ସୁଦ୍ଧା ୧୧୯୦୭ ଜଣ ପ୍ରତିକ୍ରିୟାକାରୀଙ୍କୁ ତାଲିମ ଦିଆଯାଇଛି।

ସେହିପରି ଜୟପୁର ଓ ରାଉରକେଲା କୁ ନିର୍ଦ୍ଧାରିତ ସମୟ ଭିତ୍ତିକ ବିମାନ ସଂଯୋଗ କରାଯାଇଛି। ରଙ୍ଗେଇଲୁଣ୍ଡାକୁ ଅଣ ନିର୍ଦ୍ଧାରିତ ସମୟ ଭିତରେ ବିମାନ ଯୋଗାଯୋଗ କରାଯାଇଛି । ଭୁବନେଶ୍ବର ଓ ଦୁବାଇ ସିଙ୍ଗାପୁର ବ୍ୟାଙ୍କକ ମଧ୍ୟରେ ରାଜ୍ୟ ସମର୍ଥିତ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଚଳାଚଳ ସୁବିଧା। 2022 ରେ ଗଠିତ ହୋଇଛି ଓଡିଶା ନୌ ବାଣିଜ୍ୟ ବୋର୍ଡ଼। କ୍ରୁଜ ,ସିପିଙ୍ଗ,ସାମୁଦ୍ରିକ ପର୍ଯ୍ୟଟନ ,ଉପକୂଳ ଅର୍ଥନୈତିକ ଯୋନ ,ଜାହାଜ ନିର୍ମାଣ ଓ ମରାମତି ସୁବିଧା ଯୋଗାଇ ଦିଆଯାଉଛି।

ଓଡିଶାରେ ବନ୍ଦରର ବିକାଶ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। 2004 ରେ ଓଡିଶା ବନ୍ଦର ନୀତିରେ ୧୪ ଟି ସମ୍ଭାବ୍ୟ ସ୍ଥାନକୁ ଅଣ-ପ୍ରମୁଖ ବନ୍ଦର ଭାବେ ଚିହ୍ନଟ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଧାମରା ବନ୍ଦରରେ ୬୩୧୫ ଟି ନିଯୁକ୍ତି ସୃଷ୍ଟି କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.