ETV Bharat / state

ନିର୍ବାଚନ ଲଢିବେନି ନରସିଂହ, ରାଜନୀତି ସମୀକ୍ଷକ କହିଲେ ଯୁବନେତାଙ୍କୁ ସୁଯୋଗ ମିଳିବା ଦରକାର - ବଲାଙ୍ଗୀର ରାଜନୀତି

ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ବରିଷ୍ଠ ବିଧାୟକ ମାନଙ୍କ ପରିବର୍ତ୍ତେ ଯୁବନେତାଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ଲଢିବାକୁ ଯାଉଛି । ନରସିଂହ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ବେଳେ ସୁର ମଧ୍ୟ ତାଙ୍କ ପୁଅ ମନ୍ମଥକୁ ନିର୍ବାଚନରେ ପ୍ରାର୍ଥୀ କରାଇବାକୁ ଲାଗିପଡିଛନ୍ତି । ବଡ କଥା ହେଉଛି କଂଗ୍ରେସର ପରିବାରବାଦ ରାଜନୀତିର ସ୍ପଷ୍ଟଚିତ୍ର ମଧ୍ୟ ଓଡ଼ିଶାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନିର୍ବାଚନ ଲଢିବେ ନି ନରସିଂହ, ରାଜନୀତି ସମୀକ୍ଷକ କହିଲେ ଯୁବନେତାଙ୍କୁ ସୁଯୋଗ ମିଳିବା ଦରକାର

author img

By ETV Bharat Odisha Team

Published : Oct 16, 2023, 8:30 PM IST

Updated : Oct 16, 2023, 10:56 PM IST

ନିର୍ବାଚନ ଲଢିବେନି ନରସିଂହ

ଭୁବନେଶ୍ବର: ବିଧାନସଭାରେ ସରକାରଙ୍କ ବିରୋଧରେ ଗର୍ଜୁଥିବା ନରସିଂହ ଏଥର ନିର୍ବାଚନ ଲଢିବେନି । ଏକଦା ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଦଳକୁ ନିଜ ପ୍ରଶ୍ନ ଦ୍ବାରା ଶାଣିତ ଆକ୍ରମଣ କରୁଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଉ ସକ୍ରିୟ ରାଜନୀତିରେ ରହିବେ ନାହିଁ କିମ୍ବା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ତାଙ୍କ ସ୍ଥାନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେ । ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ । ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ ମନ୍ମଥ ନିର୍ବାଚନ ଲଢ଼ିବେ ବୋଲି ସୁର ଘୋଷଣା କରିଥିଲେ ।

ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ବରିଷ୍ଠ ବିଧାୟକ ମାନଙ୍କ ପରିବର୍ତ୍ତେ ଯୁବନେତାଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ଲଢିବାକୁ ଯାଉଛି । ନରସିଂହ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ବେଳେ ସୁର ମଧ୍ୟ ତାଙ୍କ ପୁଅ ମନ୍ମଥକୁ ନିର୍ବାଚନରେ ପ୍ରାର୍ଥୀ କରାଇବାକୁ ଲାଗିପଡିଛନ୍ତି । ବଡ କଥା ହେଉଛି କଂଗ୍ରେସର ପରିବାରବାଦ ରାଜନୀତିର ସ୍ପଷ୍ଟଚିତ୍ର ମଧ୍ୟ ଓଡ଼ିଶାରେ ଦେଖିବାକୁ ମିଳିଛି । ଖାଲି ନରସିଂହ କି ସୁର ନୁହେଁ ଏମିତି ଅନେକ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ ରାଜନୀତିରୁ ସନ୍ୟାସ ନେଇ ତାଙ୍କ ଉତ୍ତରାଧିକାରୀଙ୍କୁ ସୁଯୋଗ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହା କଂଗ୍ରେସ ପ୍ରତି ସକାରାତ୍ମକ ପ୍ରଭାବ ପକାଇବ । ସବୁ ଦଳରେ ପରିବାରବାଦ ରାଜନୀତି ରହିଛି ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ।

ଅଧିକ ପଢନ୍ତୁ- ନରସିଂହ ନୁହେଁ, ପୁଅ ସମରେନ୍ଦ୍ର ମିଶ୍ର ଲଢିବେ ନିର୍ବାଚନ: ପିସିସି ସଭାପତି

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଅଖିଳ ଭାରତୀୟ କଂଗ୍ରେସ କମିଟିର ରାୟପୁର ଅଧିବେଶନରେ ନିଷ୍ପତ୍ତି ହୋଇଛି ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବ ଦଳ । ତା ଅର୍ଥ ବୟସ୍କ ନେତା ମାନେ ନିର୍ବାଚନ ଲଢିବେ ନାହିଁ । ଯୁବନେତାଙ୍କୁ ସୁଯୋଗ ଦେବେ । କିନ୍ତୁ ସବୁ କଥା କଂଗ୍ରେସର ହାଇକମାଣ୍ଡ ଉପରେ ନିର୍ଭର କରୁଛି। ଯୁବ ବର୍ଗଙ୍କୁ ଦାୟିତ୍ବ ଦେବା କଥା । ଯେଉଁ ଯୁବ ବର୍ଗ ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବେ ସେହିମାନଙ୍କୁ ପ୍ରାର୍ଥୀ କରାଯିବ । ସେମାନେ ଲୋକଙ୍କ ସେବା କରିପାରିବେ । ମୋର ବୟସ 80 ପାର କଲାଣି । ମୁଁ ଶାରୀରିକ ଭାବେ ମଧ୍ୟ ଫିଟ ନୁହେଁ । ଏପରି ସ୍ଥିତିରେ ପ୍ରତ୍ୟେକ୍ଷ ଭାବେ ଜନତାଙ୍କ ସେବା କରିବାକୁ ମୁଁ ଅସମର୍ଥ । କିନ୍ତୁ ସମ୍ପୂର୍ଣ୍ଣ ରାଜନୀତି ଛାଡିବି ନାହିଁ ।

ସେପଟେ ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ ନିର୍ବାଚନରେ ବୟସ୍କ ନେତା ନଲଢି ଯୁବ ବର୍ଗଙ୍କୁ ଦଳ ପ୍ରାର୍ଥୀ କଲେ ଭଲ । ଯଦି ବରିଷ୍ଠ କଂଗ୍ରେସ ନେତା ମାନେ ଅବସର ନେଇ ତାଙ୍କ ନୂତନ ପିଢିଙ୍କୁ ଟିକେଟ ଦେବେ ତାହେଲେ କୌଣସି କ୍ଷତି ହେବନାହିଁ ବରଂ କଂଗ୍ରେସ ପାଇଁ ଭଲ ହେବ । କାରଣ ନୂଆ ପ୍ରାର୍ଥୀ ହୁଏତ ଭୋଟରଙ୍କ ବିଶ୍ବାସ ଭାଜନ ହେବାରେ ସକ୍ଷମ ହେବେ କି ନାହିଁ କିନ୍ତୁ ନିଜ ପରିବାରରୁ ଜଣେ ନୂଆ ପିଢିଙ୍କୁ ଲୋକେ ଗ୍ରହଣ କରିବେ।

ପରିବାରବାଦ ରାଜନୀତିରୁ କଂଗ୍ରେସକୁ ରାଜନୈତିକ ଫାଇଦା ମିଳିବ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି। କାରଣ ଲଗାତାର ଭାବେ ନରସିଂହ ବଲାଙ୍ଗୀର ରାଜପରିବାରକୁ ଚେକ ଦେଇ ନିର୍ବାଚନ ଜିତି ଆସୁଥିଲେ । କ୍ରମାଗତ ଭାବେ ବିଧାୟକ ଭାବେ ଜନ ସମର୍ଥନ ପାଇ ଆସୁଥିଲେ । ସେହିପରି ସୁର ରାଉତରାୟ ପୂର୍ବରୁ ହାରିଥିଲେ ମଧ୍ୟ 2019 ନିର୍ବାଚନରେ ଜଟଣୀରୁ ଜିତି ନିଜର ପତିଆରା ଜାହିର କରିଥିଲେ। ଏଭଳି ପରିସ୍ଥିତିରେ ପରିବାରବାଦ ରାଜନୀତିରୁ କଂଗ୍ରେସକୁ କେତେ ଫାଇଦା ମିଳିବାକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 10:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.