ଖୋର୍ଦ୍ଧା: ନିଖୋଜ ମହିଳା ଜଙ୍ଗଲରୁ ଉଦ୍ଧାର । ମହିଳା ଜଣକ ୨ ଦିନ ହେବ ନିଖୋଜ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କୁଣ୍ଡିଲୋ ଗାଁର ଅର୍ଜୁନ ବେହେରାଙ୍କ ଝିଅ ପୂଜା ବେହେରା ଧଳାପଥର ଅଞ୍ଚଳର ଶିବ ବେହେରାଙ୍କ ପୁଅ ରଞ୍ଜନ ବେହେରାଙ୍କୁ ବିବାହ କରିଥିଲେ ।
କିନ୍ତୁ ବିବାହର ୯ ମାସ ପରେ ରଞ୍ଜନ ପୂର୍ବରୁ ଅନ୍ୟ ଜଣେ ଝିଅକୁ ବିବାହ କରିଥିବା ଜାଣିବା ପରେ ପୂଜାକୁ ମାରଧର କରି ଗତ ମଙ୍ଗଳବାର ଥଣ୍ଡା ପାନୀୟରେ ନିଶା ଦେଇ ଘରୁ କେଉଁଆଡ଼େ ନେଇଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ପୂଜାଙ୍କ ପରିବାର ଲୋକ ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ଫାଣ୍ଡି ପୋଲିସ ଘଟଣାକୁ ଗୁରୁତ୍ୱ ନେଦେଇ ବେଗୁନିଆ ଥାନାକୁ ପଠାଇଥିବା ଅଭିଯୋଗ ହୋଇଛି ।
ଏହାବି ପଢନ୍ତୁ : Odisha Weather: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପୋଲିସ ଏକ ନିଖୋଜ ମାମଲା ରୁଜୁକରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ଗୁରୁବାର ପୂଜାଙ୍କୁ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରିପଦା ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ପୂଜାଙ୍କ ସ୍ୱାମୀ ଓ ଶ୍ବଶୁରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂଜାଙ୍କ ବାପଘର ଲୋକେ । ସେପଟେ ବେଗୁନିଆ ଥାନା ଅଧିକାରୀ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ