ଖୋର୍ଦ୍ଧା: ଜିଲ୍ଲା ବାଲୁଗାଁ ଚିଲିକା ରୋଡରେ ଥିବା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପାଚେରୀ ଭାଙ୍ଗିଛନ୍ତି କିଛି ଦୁର୍ବୃତ୍ତ । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟର 50 ରୁ 70 ଫୁଟ ଉଚ୍ଚ ପାଚେରୀ ଭାଙ୍ଗିଛନ୍ତି। ଘଟଣା ଜଣାପଡିବା ପରେ ଡିଏଫଓ ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି ।
ପୂର୍ବରୁ ଏହି ସ୍ଥାନରେ ଥିବା ଜମି ବିବାଦ କୋର୍ଟରେ ବିଚାରାଧୀନ ରହିଛି । ତେବେ ଦୁର୍ବୃତ୍ତମାନେ କାହିଁକି ପାଚେରୀ ଭାଙ୍ଗିଲେ ତାହା ଜଣା ପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ