ETV Bharat / state

ଘରେ ପଶି ଡକାୟତି ଉଦ୍ୟମ; ପରିବାର ସଦସ୍ୟଙ୍କୁ ନିସ୍ତୁକ ପିଟିଲେ ଡକାୟତ

author img

By ETV Bharat Odisha Team

Published : Oct 12, 2023, 1:15 PM IST

Updated : Oct 12, 2023, 2:15 PM IST

ଘରେ ପଶି ଡକାୟତି ଉଦ୍ୟମ ବେଳେ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କଲେ ଡକାୟତ । ଖୋର୍ଦ୍ଧା ଜିଲ୍ଲାର ଆରିକିମା ଗ୍ରାମରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଡକାୟତି ଉଦ୍ୟମ
ଖୋର୍ଦ୍ଧାରେ ଡକାୟତି ଉଦ୍ୟମ

ଘରେ ପଶି ଡକାୟତି ଉଦ୍ୟମ

ଖୋର୍ଦ୍ଧା: ଅନ୍ଧାର ରାତିରେ ଦୁର୍ବୃତ୍ତଙ୍କ ବର୍ବର କାଣ୍ଡ । ଜଣଙ୍କ ଘରେ ପଶି ଡକାୟତି ଉଦ୍ୟମ କରିବା ସହ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିଲେ ଦୁର୍ବୃତ୍ତ । କାଠ ଫାଳିଆ ଓ ଭୁଜାଲିରେ ଆକ୍ରମଣ କରି ଘରର ପୁରୁଷ ଓ ମହିଳାଙ୍କୁ ଲହୁଲୁହାଣ କରିଦେଲେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଆରିକିମା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତକାଲି(ବୁଧବାର) ରାତିରେ ଅରିକିମା ଗ୍ରାମର ପବିତ୍ର ବାରିକଙ୍କ ଘରେ ଏହି ଡକାୟତି ଉଦ୍ୟମ ହୋଇଥିଲା । ଗାଁ ଲୋକେ ଆସିଯିବାରୁ ଡକାୟତମାନେ ଖସି ପଳାଇଥିଲେ ।

ଘଟଣାରୁ ପ୍ରକାଶ ଯେ, ୫ରୁ ଅଧିକ ଡକାୟତ କଳା ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧି ଅରିକିମା ଗ୍ରାମର ପବିତ୍ର ବାରିକଙ୍କ ଘରେ ପଶିଥିଲେ । ସେମାନେ ପବିତ୍ରଙ୍କ ବେକକୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ତାଙ୍କ ପତ୍ନୀ ଲତା ବାରିକଙ୍କ ଗୋଡ଼କୁ ଚୋଟ ପକାଇଥିଲେ ଏବଂ ମାରପିଟ୍ କରିଥିଲେ । ସେହିପରି ବଡ଼ବୋହୁ ରେଖା ବାରିକଙ୍କ ମୁହଁ ଏବଂ ଗୋଡ଼କୁ ଲାଠିରେ ପିଟିଥିଲେ । ସାନବୋହୁ କଲ୍ୟାଣୀ ବାରିକଙ୍କ ହାତଗୋଡ଼ ଓ ବେକକୁ ପିଟିବା ସହିତ ପାଖରେ ଥିବା ମୋବାଇଲକୁ ଛଡ଼ାଇ ନେଇଯାଇଥିଲେ । ଏହାପରେ ସମସ୍ତଙ୍କୁ ଘୋଷାଡ଼ି ନେଇ ଗୋଟିଏ ରୁମ୍‌ରେ ବନ୍ଦ କରିଦେଥିଲେ ବୋଲି ପୀଡ଼ିତ ପରିବାର ଲୋକେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

ଏତିକି ବେଳେ ପଡ଼ୋଶୀ ପ୍ରତିମା ପଲେଇ ପବିତ୍ର ବାରିକଙ୍କ ଘରକୁ କୌଣସି କାରଣ ବଶତଃ ଆସୁଥୁବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ମହିଳା ମୁହଁକୁ ମାଡ଼ ମାରି କ୍ଷତାକ୍ତ କରି ଦେଇଥିଲେ । ଏହାଦେଖି ଆଉ ଜଣେ ପଡୋଶୀ ଦେବାଶିଷ ସାହୁ ସେଠାରେ ପହଞ୍ଚିବାରୁ ଡକାୟତମାନେ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପବିତ୍ରଙ୍କ ସମେତ ତାଙ୍କ ପତ୍ନୀ, ଦୁଇ ବୋହୁ ଏବଂ ଦୁଇ ଜଣ ପଡ଼ୋଶୀ ଗୁରୁତର ହୋଇ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡକାୟତମାନେ ଆଣିଥିବା ଏକ ଭୁଜାଲିକୁ ପୋଲିସ ଘରୁ ଜବତ କରିଛି । ଏହି ଘଟଣା ଗତକାଲି ରାତିରେ ଘଟିଥିବା ବେଳେ ଆଜି ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସ, ବୋଲଗଡ଼ ଥାନା ଅଧିକାରୀଙ୍କ ସମେତ ପୋଲିସ ଟିମ୍ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରି ଛାନଭିନ୍ ଚଳାଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 12, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.