ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ନିର୍ଯାତନା । ପାଠ ପଢେଇବେ କହି ନେଇଥିଲେ ଘରୁକୁ । ହେଲେ ପଢାଇବା ବଦଳରେ ଘରକାମ କରାଉଥିଲେ ରଙ୍ଗମାଟିଆ ଜନୈକ ବ୍ୟକ୍ତି । ଏଥିସହ ହାତଗୋଡ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଲେ ସଂପୃକ୍ତ ବ୍ୟକ୍ତି । ଘର ଲୋକ ନାବାଳିକାଙ୍କୁ ଉଦ୍ଧାର କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳର 11 ବର୍ଷର ନାବାଳିକାକୁ ଗୁରୁତର ଭାବେ ମାଡ ମାରି ରାସ୍ତାରେ ସାଲିଆସାହି ଅଞ୍ଚଳରେ ଫିଙ୍ଗି ଦିଆଯାଇଥିଲା । ଚାଇଲ୍ଡ ଲାଇନ୍ ଖବର ପାଇବା ପରେ ତୁରନ୍ତ ଉକ୍ତ ବାଳିକାକୁ ରାଜଧାନୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏନେଇ ଭୁବନେଶ୍ଵର ଡିସିପି ଏବଂ ଆଇଆଇସି ନୟାପଲ୍ଲୀଙ୍କୁ ସୂଚନା ମଧ୍ୟ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର