ଖୋର୍ଦ୍ଧା: ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନାବାଳିକା ମୃତ । ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାକେରା ବୃତଙ୍ଗ ନଦୀରେ । ମୃତ ନାବାଳିକା ହେଲେ 13 ବର୍ଷୀୟ ଶ୍ରଦ୍ଧାଞ୍ଜଳୀ ମାଝୀ ।
ସୂଚନାନୁସାରେ, ନୟାଗଡ ଟାକେରା ସ୍ଥିତ ବୃତଙ୍ଗ ନଦୀକୁ 4 ଜଣ ନାବାଳିକା ଗାଧେଇବାକୁ ଯାଇଥିଲେ । ସମସ୍ତେ ଗାଧୋଉଥିବା ବେଳେ ହଠାତ୍ ନଦୀର ପ୍ରଖର ସ୍ରୋତରେ 4 ଜଣ ଯାକ ଭାସି ଯାଇଥିଲେ । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।
ତେବେ ଉଦ୍ଧାର ନାବାଳିକାଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳୀଙ୍କ ଅବସ୍ଥା ଗୁରୁତର ଥିଲା । ଚିକିତ୍ସା ପାଇଁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ଶ୍ରଦ୍ଧାଞ୍ଜଳୀଙ୍କୁ ମୃତ ଘୋଷଣା କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ