ETV Bharat / state

ମଣ୍ତିରେ ଲାଗିଛି CCTV, ସମସ୍ୟା ସୃଷ୍ଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ସମବାୟ ମନ୍ତ୍ରୀ

author img

By ETV Bharat Odisha Team

Published : Nov 26, 2023, 9:23 PM IST

ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଲେ ଧାନ ମଣ୍ଡିରେ ଲାଗିଛି ସିସିଟିଭି । ଅଧିକ ପଢ଼ନ୍ତୁ

Paddy mandi issue
Paddy mandi issue

Paddy mandi issue

ଭୁବନେଶ୍ବର: ବିଲରେ ଧାନ ପାଚି ସାରିଲାଣି । ଖରିଫ ଋତୁର ଧାନ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କଲେଣି ଚାଷୀ । ହେଲେ ଏତିକି ବେଳେ ଚାଷୀଙ୍କୁ ଘାରିଛି ଧାନ ମଣ୍ଡି ଚିନ୍ତା । କେଉଁଠି ଧାନ ପଡିପଡି ବିକ୍ରି ହୋଇପାରିନି ତ ଆଉ କେଉଁଠି ଅସାଧୁ ବ୍ୟବସାୟୀ କମ ଦରରେ ଧାନ କିଣି ନେଉଛନ୍ତି । ଏଭଳି ସ୍ଥିତିରେ ମଣ୍ଡିରେ ଧାନକୁ ବିକ୍ରି କରିବାକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବାରୁ ଚାଷୀ ଚିନ୍ତାରେ ପଡିଛି । ତେବେ ଏନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚାଷୀଙ୍କ ପାଇଁ ମଣ୍ଡିରେ ଧାନ ବିକ୍ରି ସୁବ୍ୟବସ୍ଥା କରିବାକୁ ଅଣ୍ଟା ଭିଡିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ମଣ୍ଡି ସେଣ୍ଟ୍ରାଲ ସ୍କ୍ବାଡ ବୁଲିବା ସହ ଯାଞ୍ଚ କରିବେ । ଏଥିପାଇଁ ସିନିଅର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଧାନ ବିକ୍ରିର 48 ଘଣ୍ଟା ଭିତରେ ଚାଷୀ କିଭଳି ଟଙ୍କା ପାଇବେ ସେ ବ୍ୟବସ୍ଥା କରାଯାଇଛି । ଏନେଇ ମିଲରଙ୍କୁ ତାଗିଦ କରାଯାଇଛି । ବିଭାଗୀୟ ଅଧିକାରୀ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତବର୍ଷ ମଣ୍ଡିରେ କୌଣସି ଅବ୍ୟବସ୍ଥା ନଥିଲା । ଗତ 21 ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଅବ୍ୟବସ୍ଥା ଅଭିଯୋଗ ଆସିନି । ଅବ୍ୟବସ୍ଥା ଆସିଲେ ସ୍କ୍ୱାର୍ଡ ତଦନ୍ତ କରିବେ । ମଣ୍ଡି ଓ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲାଗିଛି । ଚାଷୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଓଡିଶାର ଭାତ ହାଣ୍ଡିରେ କେବେ ଖୋଲିବ ଧାନ ମଣ୍ଡି ? ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ

ସେପଟେ ମଣ୍ଡି ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି । ସୁର କହିଛନ୍ତି "25 ବର୍ଷ ହେବା ଚାଷୀଙ୍କୁ ହତାସ କରିଛନ୍ତି ନବୀନ ସରକାର । ଚାଷୀ କଷ୍ଟ କରି ଧାନ ଅମଳ କରିବା ପରେ ମଣ୍ଡିରେ ପହଞ୍ଚି ପାରୁନି । ମଣ୍ଡିରେ ସିସିଟିଭି ନାହିଁ । ବ୍ୟବସ୍ଥା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ମଣ୍ଡିରେ ସୁବ୍ୟବସ୍ଥା ନାହିଁ । ଗ୍ରାଉଣ୍ଡ ଲେବୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ ମନ୍ତ୍ରୀ । ଯେବେ ବି ମଣ୍ଡି ସମସ୍ୟା କଥା ଆସେ ସେହି ସମାନ ଜବାବ ମନ୍ତ୍ରୀଙ୍କ ପାଖରୁ ଆସେ । ଗତବର୍ଷ ମଣ୍ଡି ପାଇଁ ଯେଉଁ କଥା ଆଲୋଚନା ହୋଇଥିଲା ତାହା ହେଇନି । ମଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇନି । ଚୋରି କରିବା ରାସ୍ତା ସରକାର ଦଲାଲମାନଙ୍କୁ ଦେଇଛନ୍ତି । ମଣ୍ଡିରେ କୌଣସି ବ୍ୟବସ୍ଥା ନାହିଁ । ଏଠି ବସି ବାହସ୍ପଟ ମାରିଲେ ହେବନି । ମନ୍ତ୍ରୀଙ୍କୁ ଅନୁରୋଧ ଗ୍ରାଉଣ୍ଡ ଲେବୁଲକୁ ଯାଆନ୍ତୁ ଏବଂ ମଣ୍ଡି ବ୍ୟବସ୍ଥାକୁ ତଦାରଖ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.