ETV Bharat / state

ଏସଟିଏଫ ସ୍କାନରରେ ଖଣି ମାଫିଆ, ଛୋଟାକୁ ଧରିବାକୁ ଜାଲ ବିଛାଇଛି ଟିମ

ଖଣି ମାଫିଆ ଛୋଟା ଘରେ ଚଢାଉ କରିଛି ଏସଟିଏଫ ଟିମ । ଏସଟିଏଫ ଏସପିଙ୍କ ନେତୃତ୍ବରେ ତିନୋଟି ଟିମ ଛୋଟା ଓରଫ ଶୁଭ୍ରାଶୁଂ ପରିଡା ଘର ଓ ଅଫିସରେ ଚଢାଉ ଜାରି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 9, 2019, 4:43 PM IST

Updated : Jul 9, 2019, 8:52 PM IST

ଭୁବନେଶ୍ବର: ଖଣି ମାଫିଆ ଘରେ ଚଢାଉ । ଖଣି ମାଫିଆ ଛୋଟା ଘରେ ଚଢାଉ କରିଛି ଏସଟିଏଫ ଟିମ । ଏସଟିଏଫ ଏସପିଙ୍କ ନେତୃତ୍ବରେ ତିନୋଟି ଟିମ ଛୋଟା ଓରଫ ଶୁଭ୍ରାଶୁଂ ପରିଡା ଘର ଓ ଅଫିସରେ ଚଢାଉ ଜାରି ରହିଛି ।

ବେଆଇନ ଖଣି ଖନନ ନେଇ ତାଙ୍କ ଘର ଉପରେ ଚଢାଉ କରିଛି ଏସଟିଏଫ । ଘର ରେଡ ହେଉଥିବା ଜାଣିବା ପରେ ସେ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଥିବାବେଳେ ଏସଟିଏଫ ଟିମ ତାଙ୍କୁ ପିଛା କରିଥିଲା । ତେବେ ଖୋର୍ଦ୍ଧା କୋର୍ଟ ନିକଟରେ ଆତ୍ମଗୋପନ କରିଥିବା ଖବର ପାଇ ତାଙ୍କୁ ଧରିବା ପାଇଁ ଏସଟିଏଫ ଜାଲ ବିଛାଇଥିବା ଜଣାପଡିଛି ।

ପୂର୍ବରୁ ଖଣି ମାଫିଆ ନିତୁ ମାନସିଂ ଗିରଫ ହୋଇଥିବାବେଳେ ଆଜି(ମଙ୍ଗଳବାର) ଛୋଟାକୁ ଗରିଫ କରିବାକୁ ଏସଟିଏଫ ଯୋଜନା କରିଥିବା ସୂଚନା ମିଳିଛି । ସୂଚନା ଥାଉକି, ଏସବୁ ଖଣିମାଫିଆ ନିଜ ନିଜର ଦବଦବା ଦେଖାଇ ଖୋର୍ଦ୍ଧାର ବିଭିନ୍ନ ପଥର ଖଣିରେ ବେଆଇନ ପଥର ଖନନ କରୁଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖଣି ମାଫିଆ ଛୋଟା ଘରେ ଏସଟିଏଫ,
ଖୋର୍ଦାର ତିନି ସ୍ଥାନରେ ଚାଲିଛି ଛାନଭିନBody:ଖଣି ମାଫିଆ ଘରେ ଚଢାଉ। ଖଣି ମାଫିଆ ଛୋଟା ଘରେ ଚଢାଉ କରିଛି ଏସଟିଏଫ ଟିମ। ଏସଟିଏଫ ଏସପିଙ୍କ ନେତୃତ୍ବରେ ତିନୋଟି ଟିମ ଛୋଟୁ ଓରଫ ଶୁଭ୍ରାଶୁ ପରିଡା ଘର ଓ ଅଫିସ ଘରେ ଚଢାଉ ଜାରି ରଖିଛନ୍ତି ।ବେଆଇନ ଖଣି ଖନନ ନେଇ ପ୍ରସ୍ତୁତ କରିଥିବା ଲିଷ୍ଟ ଅନୁସାରେ ଆଜି ଛୋଟୁର ପାଳି ପଡିଛି। ଏପରିକି ଘରେ ରେଡ ପରେ ଛୋଟୁ ଆତ୍ମସମର୍ପଣ ନେଇ ଯାଉଥିବା ବେଳେ ଏସଟିଏଫ ଟିମ ତାକୁ ପିଛା କରିଥିଲା। ତେବେ ଖୋର୍ଦା କୋର୍ଟ ନିକଟ ରେ କେଉଁଠି ଆତ୍ମଗୋପନ କରିଥିବା ଏସଟିଏଫ ଜାଣିବାକୁ ପାଇଛି ଏନେଇ ଏକ ଟିମ ଛୋଟୁକୁ ଧରିବା ପାଇଁ ଜାଲ ବିଛାଇଛି। ପୁର୍ବରୁ ନିତୁ ମାନସିଂ ଗିରଫ ହୋଇଥିବା ବେଳେ ଏସବୁ ଖଣିମାଫିଆ ନିଜ ନିଜର ଦବଦବା ଦେଖାଇ ଖୋର୍ଦାର ବିଭିନ୍ନ ପଥର ଖଣିରେ ବେଆଇନ ପଥର ଖନନ କରୁଥିଲେ। ତେବେ ଏସଟିଏଫ ସମସ୍ତ ଖଣିମାଫିଆଙ୍କୁ ଖୋଜୁଥିବା ବେଳେ ଆଜି ଛୋଟୁ ଉପରେ ନଜର ପଡିଥିଲା ଏସଟିଏଫ ଟିମ। ତେବେ ଖୁବଶିଘ୍ର ଗିରଫ ହୋଇପାରେ ଛୋଟୁ ବୋଲି ବିଶେଷ ସୁତ୍ରରୁ ସୁଚନା ମିଳିଛିConclusion:
Last Updated : Jul 9, 2019, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.