ETV Bharat / state

ମାଫିଆ ସାମ୍ରାଜ୍ୟ ଉପରେ ମାଡିଲା ବୁଲଡୋଜର

ଖୋର୍ଦ୍ଧା ତହସିଲର ଗୁରୁଜଙ୍ଗ ଜବରଦସ୍ତପୁର ଠାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ତହସିଲଦାର ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି।

author img

By

Published : Jul 15, 2019, 6:19 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା : ଖଣି ଓ ଡ୍ରଗ୍ସ ମାଫିଆର ବିଳାସପୂର୍ଣ୍ଣ ଘର ଉପରେ ମାଡିଲା ବୁଲଡୋଜର । ସରକାରୀ ଜମିରେ ବେଆଇନ ଘର କରିବା ସହ ନିଶା କାରବାର କରୁଥିଲା ଛୋଟା ଓରଫ ଶୁଭ୍ରାଂଶୁ ପରିଡା । ଖୋର୍ଦ୍ଧା ତହସିଲର ଗୁରୁଜଙ୍ଗ ଜବରଦସ୍ତପୁର ଠାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ତହସିଲଦାର ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦିର୍ଘ ତିନି ବର୍ଷ ହେଲା ଏହି ଘରେ ଛୋଟା ବେଆଇନ ଭାବେ ନିଶା ଓ ଖଣି ବ୍ୟବସାୟ ଚଳାଉଥିଲା । ପାଖାପାଖି 400 ଡ଼ିସିମିଲ ସରକାରୀ ଜାଗାକୁ ଜୋର ଜବରଦସ୍ତ କବଜା କରି ଘରେ ଶୀତତାପ ନିୟନ୍ତ୍ରଣ ସହ ସୁଇମିଂପୁଲ ଓ ବିଦେଶୀ କୁକୁରରେ ଚକମକ ଘର କରିଥିଲା ଖଣି ମାଫିଆ ଛୋଟା ।

ତେବେ ଛୋଟା ଜଣେ ପରିବା ଦୋକାନୀ ହୋଇଥିବାରୁ ଏତେ ସମ୍ପତ୍ତିର ମାଲିକ କିପରି ହେଲା ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ଓଡ଼ିଶାର ନିଶା ମାଫିଆ ଛୋଟା , ସୁଦୂର ବଙ୍ଗଳାଦେଶରୁ ବ୍ରାଉନସୁଗାର ଆଣି ଏଠାରେ ସ୍ଥାନୀୟ ଯୁବକଙ୍କ ସହାୟତାରେ କାରବାର ଚଳାଇଥିଲା।

ଏନେଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଛୋଟାକୁ ଗିରଫ କରିବା ପାଇଁ ଯୋଜନା ସମ୍ପର୍କରେ ଖବର ପାଇ ସେ ଗତ 9ତାରିଖରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

Intro:ଖଣି ଓ ଡ୍ରଗ୍ସ ମାଫିଆ ଛୋଟାର ବେଆଇନ ଘର ଉପରେ ଚଢ଼ିଲା ବୁଲଡୋଜର

ଖୋର୍ଦ୍ଧା : ଆଜକୁ ପ୍ରାୟ ତିନି ବର୍ଷ ହେବ ଖୋର୍ଦ୍ଧା ତହସିଲର ଗୁରୁଜଙ୍ଗ ଜବରଦସ୍ତପୁର ଠାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ସରକାରୀ ଜମିରେ ବେଆଇନ ଭାବେ ଘର ନିର୍ମାଣ କରିଥିଲା ଛୋଟା ଓରଫ ଶୁଭ୍ରାଂଶୁ ପରିଡା । ଏହି ଘରେ ଛୋଟା ବେଆଇନ ଭାବେ ନିଶା ଓ ଖଣି ବ୍ୟବସାୟ ଚଳାଉଥିଲା । ତେବେ ଖୋର୍ଦ୍ଧା ଉପଜିଲାପାଳଙ୍କ ନିର୍ଦେଶ କ୍ରମେ ଆଜି ଖୋର୍ଦ୍ଧା ତହସିଲଦାର ଛୋଟାର ଘରକୁ ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି ।

Body:ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଛୋଟା ଘରକୁ ଦେଖିଲେ ଯେମିତି ଆଖି ଲାଖି ହୋଇ ରହିବ । ପାଖାପାଖି 400 ଡ଼ିସିମିଲ ସରକାରୀ ଜାଗାକୁ ମାଡିବସି ସମ୍ପୂର୍ଣ୍ଣ ସିତତାପ ଗୃହ , ତାମଧ୍ୟରେ ସ୍ବୀମିଙ୍ଗପୁଲ , ବିଦେଶୀ କୁକୁରଙ୍କ ପାଇଁ ଚକମକ ଘର ରହିଥିଲା । ଏଠାରେ ପ୍ରକାଶ ଥାଉକି ଛୋଟା ପରିବା ଦୋକାନରୁ ଏତେ ସମ୍ପତ୍ତିର ମାଲିକ କିପରି ହେଲା ତାକୁନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ଓଡ଼ିଶାର ନିଶା ମାଫିଆ ଛୋଟା , ସୁଦୂର ବଙ୍ଗଳାଦେଶରୁ ବ୍ରାଉନସୁଗାର ଆଣି ଏଠାରେ ସ୍ଥାନୀୟ ଯୁବକଙ୍କୁ ମୋଟ ଅଙ୍କର ଦରମା ଓ ଦାମୀ ବାଇକ ଦେଇ ବେପାର ବଢାଉଥିଲା । କ୍ରାଇମବ୍ରାଞ୍ଚର ଏସ୍ଟିଫ ଟିମ ଛୋଟାକୁ ଗିରଫ କରିବା ପାଇଁ ଯୋଜନା ସମ୍ପର୍କରେ ଖବର ପାଇ ସେ ଗତ 9ତାରିଖରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲା ।

Conclusion:ଛୋଟା ଘର ଭାଙ୍ଗିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆଶ୍ବସ୍ଥି ଅନୁଭବ କରିଥିବା କହିଛନ୍ତି ।

ବାଇଟ1 - ସତୀଶ ପାଢ଼ୀ, ଖୋର୍ଦ୍ଧା ଡ଼ିଏସପି
2- ଜିତୁ ସାହୁ , ଗୁରୁଜଙ୍ଗ ଗ୍ରାମ୍ୟ କମିଟି ସମ୍ପାଦକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.