ETV Bharat / state

ତାମିଲନାଡୁରୁ ଫେରିଲେ 1176 ଜଣ ପ୍ରବାସୀ, ଖୋର୍ଦ୍ଧାରେ ଓହ୍ଲାଇଲେ 564 - ତାମିଲନାଡୁରୁ ଫେରିଲେ 1176ଜଣ ପ୍ରବାସୀ

ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ତାମିଲନାଡୁରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଆଣି ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛନ୍ତି । ତାମିଲନାଡୁରୁ 1176 ଜଣ ପ୍ରବାସୀ ଫେରିଥିବାବେଳେ ଖୋର୍ଦ୍ଧାରେ ଓହ୍ଲାଇଛନ୍ତି 564 ପ୍ରବାସୀ । ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ନିଜ ନିଜ ଜିଲ୍ଲାରେ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବା ବ୍ୟବସ୍ଥା କରାଯାଇଛି ।

migrant labour return from tamilnadu by sramik special train
ତାମିଲନାଡୁରୁ ଫେରିଲେ 1176ଜଣ ପ୍ରବାସୀ, ଖୋର୍ଦ୍ଧାରେ ଓହ୍ଲାଇଲେ 564
author img

By

Published : May 13, 2020, 6:13 PM IST

ଖୋର୍ଦ୍ଧା: ତାମିଲନାଡୁରୁ ଫେରିଲେ 1176ଜଣ ପ୍ରବାସୀ । ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ତାମିଲନାଡୁର କୋଏମ୍ବାଟୁର ସହରରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଆଣି ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛି। ଖୋର୍ଦ୍ଧାରେ ଓହ୍ଲାଇଛନ୍ତି 564 ଜଣ ପ୍ରବାସୀ ।

ତାମିଲନାଡୁରୁ ଫେରିଲେ 1176ଜଣ ପ୍ରବାସୀ

ଆଜି ଅପରାହ୍ନ ସମୟରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ,ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଛନ୍ତି । ଆଜି 23ଟି ଜିଲ୍ଲାରୁ ପ୍ରାୟ 1176ଜଣ ପ୍ରବାସୀ ଫେରିଛନ୍ତି ସେଥି ମଧ୍ୟରୁ ଖୋର୍ଦ୍ଧାରେ ଓହ୍ଲାଇଛନ୍ତି 564 ଜଣ ପ୍ରବାସୀ । ପ୍ରବାସୀ ମାନେ ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍କ୍ରିନି ଓ ରେଜିଷ୍ଟ୍ରେସନ କରାଯାଇଛି । ସେମାନଙ୍କ ଜିଲ୍ଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିବା ସୂଚନା ମିଳିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.