ETV Bharat / state

ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା, ଅର୍ଥ ଦଣ୍ଡ ଦେଲେ ମନରେଗା ଲୋକପାଳ - ମନରେଗା ଲୋକପାଳ

ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା ଘଟଣା । ତଦନ୍ତ କରି ଅର୍ଥ ଦଣ୍ଡ ଦେଲେ ମନରେଗା ଲୋକପାଳ । ଅଧିକ ପଢନ୍ତୁ

ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା
ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା
author img

By

Published : Mar 17, 2023, 12:17 PM IST

ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା

ଖୋର୍ଦ୍ଧା: ଜିଲ୍ଲାର ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ମନରେଗା ଲୋକପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଡ଼ିଓଙ୍କ ସମେତ ୫ ସରକାରୀ କର୍ମଚାରୀ ଓ ସରପଞ୍ଚଙ୍କୁ ଅର୍ଥ ଦଣ୍ଡ ଦେଲେ ମନରେଗା ଲୋକପାଳ ।

ଘରୋଇ ଜାଗାରେ ଅମୃତ ସରୋବର ଖୋଳି ହରଡ଼ଘଣାରେ ବେଗୁନିଆ ବ୍ଲକ ପ୍ରଶାସନ । ଜବକାର୍ଡ଼ଧାରୀଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ ପରେ ତଦନ୍ତ କରି ମନରେଗା ଲୋକପାଳଙ୍କ କାର୍ଯ୍ୟାନୁଷ୍ଠାନ । ବେଗୁନିଆ ବିଡ଼ିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପିଇଓ, ସରପଞ୍ଚ ଓ ଜିଆରଏସଙ୍କୁ କାର୍ଯ୍ୟରେ ଅନିୟମିତତା କରିଥିବା ଦର୍ଶାଇ ସମସ୍ତଙ୍କୁ ୫୦୦ଟଙ୍କା ଲେଖାଁଏ ଲୋକପାଳ ଅର୍ଥ ଦଣ୍ଡ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଗୋଡ଼ା ଗ୍ରାମରେ ହୋଇଥିଲା ଏହି ଘଟଣା ।

ଅଭିଯୋଗ ଅନୁସାରେ, ଗୋଡ଼ା ଗ୍ରାମର ଲୋକନାଥ ଦେବଙ୍କ ପୋଖରୀକୁ ମନରେଗା ଯୋଜନା ଅଧୀନରେ ଅମୃତ ସରୋବର ଯୋଜନାରେ ସାମିଲ କରି ଏହାର ପୁନରୁଦ୍ଧାର କାର୍ଯ୍ୟକୁ ଜବକାର୍ଡ ଧାରୀଙ୍କ ପରିବର୍ତ୍ତେ ମେସିନ ସାହାଯ୍ୟରେ ଖୋଳିଥିଲେ । ପୋଖରୀଟି ତିନୋଟି ପ୍ଲଟରେ ଥିବା ବେଳେ ଦୁଇଟି ପ୍ଲଟ ଜଣେ ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜାଗା ରହିଥିଲା । ସେହିପରି ପୋଖରୀରୁ ବାହାରୁଥିବା ମାଟିକୁ ପୋଖରୀ ହୁଡ଼ାରେ ନପକାଇ ଗ୍ରାମର ଚାରୋଟି ରାସ୍ତାରେ ପକାଇ ବିଲ କରିନେବାକୁ ଉଦ୍ୟମ କରାଯାଇଥିଲା । ଏନେଇ ସେହି ଗ୍ରାମର ଯୁଧିଷ୍ଠିର ସାମନ୍ତରାୟ ମନରେଗା ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଲୋକପାଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ ।

ଅନିୟମିତତା ହୋଇଥିବା ଜାଣିପାରି ପୋଖରୀ ହୋଇଥିବା ସ୍ଥାନର ଲ୍ୟାଣ୍ଡ ଷ୍ଟାଟସ ବେଗୁନିଆ ତହସିଲଦାରଙ୍କୁ ମାଗିଥିଲେ । ବେଗୁନିଆ ତହସିଲଦାରଙ୍କ ରିପୋର୍ଟ ଅନୁଯାୟୀ, ପୋଖରୀ ତିନୋଟି ପ୍ଲଟରେ ଥିବା ବେଳେ ଦୁଇଟି ପ୍ଲଟ ପ୍ରଭାକର ରଣା ଏବଂ ଅନ୍ୟମାନେ ଥିବା ବେଳେ ଗୋଟିଏ ପ୍ଲଟ ଶ୍ରୀ ଶ୍ରୀ ଲୋକନାଥ ଦେବ ବିଜେ ରହିଛି । କିପରି ବ୍ୟକ୍ତିଗତ ଲୋକଙ୍କ ଜାଗାରେ ଅମୃତ ସରୋବର ଖନନ କରାଗଲା ସେନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଉପଯୁକ୍ତ ପଦକ୍ଷେପ ନେବାପାଇଁ ସୁପାରିଶ କରିଛନ୍ତି ଲୋକପାଳ ।

ଏହାସହ ସେ କହିଛନ୍ତି, " ଜିଲ୍ଲାପାଳଙ୍କ ସବୁଜ ସଙ୍କେତ ନମିଳିବା ଯାଏଁ ଅମୃତ ସରୋବର କାର୍ଯ୍ୟ ସ୍ଥଗିତ ରହିବ । ସେହିପରି ପୋଖରୀ ଖନନ କାର୍ଯ୍ୟରେ ଏସଏଫସି ଅର୍ଥ ଖର୍ଚ୍ଚ କରାଯାଉଥିବା ସମୟରେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କିପରି ମନରେଗା ପ୍ରକଳ୍ପକୁ ସାମିଲ କରାଗଲା ? ପୋଖରୀରୁ ବାହାରିଥିବା ମାଟିକୁ ଗ୍ରାମର ଅନ୍ୟ ଚାରୋଟି ରାସ୍ତାରେ ପକାଇଥିବା ଅଭିଯୋଗକୁ ତଦନ୍ତ କରି ଉକ୍ତ ରାସ୍ତାରେ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ନୂତନ କାର୍ଯ୍ୟ ପଞ୍ଚାୟତ ପକ୍ଷରୁ କରାଯିବ ନାହିଁ ।"

ଅମୃତ ସରୋବର କାର୍ଯ୍ୟରେ ଅନିୟମିତତା ଦର୍ଶାଇ ମନରେଗା ଲୋକପାଳ ବେଗୁନିଆ ବିଡ଼ିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଦେଉଳି ସରପଞ୍ଚ, ଦେଉଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କୁ ୫୦୦ ଲେଖାଁଏ ଅର୍ଥ ଦଣ୍ଡ ପ୍ରଦାନ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଅଭିଯୋଗକାରୀ ଲୋକପାଳଙ୍କ କାର୍ଯ୍ୟାନୁଷ୍ଠାନରେ ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.