ETV Bharat / state

ମନରେଗା ଦୁର୍ନୀତି, ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ମେସିନ କରୁଛି କାମ

author img

By

Published : Feb 8, 2023, 3:20 PM IST

ଖୋର୍ଦ୍ଧା ଜିଲ୍ଲାରେ ମନରେଗା ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ । ଅଧିକ ପଢନ୍ତୁ

mgnrega scheme corruption
ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ମେସିନ କରୁଛି କାମ

ଖୋର୍ଦ୍ଧା: ଜିଲ୍ଲାରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଜେଇ ଓ ଜିଆରଏସ ମଧୁଚନ୍ଦ୍ରିକାରେ ମେସିନ କରୁଛି ମନରେଗା କାମ । ଅଭିଯୋଗ ପରେ ରାତ୍ରି ଅଧିଆ ସୂଚନା ଫଳକକୁ ନେଇ ପ୍ରଶ୍ନ ଉଠିଛି । ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ MNREGA (ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା) ପ୍ରଣୟନ କରାଯାଇଛି । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗାଁରେ ଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ବିଶେଷକରି କୋଭିଡ ସମୟ ପରେ ଶ୍ରମିକମାନେ ଯେପରି ନିଜ ଅଞ୍ଚଳର କାମରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସରକାର କଡ଼ା ଆଇନ ମଧ୍ୟ କରିଛନ୍ତି । ହେଲେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି ।

ଜିଲ୍ଲା ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ଶିଉଳା ଗ୍ରାମରେ ଖୋଲାଖୋଲି ନିୟମ ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମଠାରୁ ଦୁଇ କିମି ଦୂର କାଜୁ ଜଙ୍ଗଲ ଭିତରେ ଥିବା ଗୋଚର ଜମିରେ ଫିଲ୍ଡ ବଣ୍ଡିଂ ଏବଂ ପର୍କୋଲେସନ ଟ୍ୟାଙ୍କ ଯୋଜନାରେ ୨ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ମାଟିକାମ ପାଇଁ ଜବକାର୍ଡଧାରୀଙ୍କୁ ଏହି କାମରେ ନିୟୋଜିତ କରାଯିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଏହି କାମକୁ ଶ୍ରମିକ ବା ଜବକାର୍ଡଧାରୀଙ୍କ ବଦଳରେ ମେସିନ ଲଗାଇ ସଂପୃକ୍ତ ଜିଆରଏସ ଓ ଜେଇ କରିଥିବା ଗ୍ରାମବାସୀମାନେ ଲୋକପାଳ ଓ ପ୍ରକଳ୍ପ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ସୂଚନା ଫଳକ ନକରି ଦୁଇଟି ପର୍ଯ୍ୟାୟରେ କିପରି ୭୮ ଦିନ କାର୍ଯ୍ୟ ଦିବସ ଜବକାର୍ଡ ଶ୍ରମିକ ସୃଷ୍ଟି ହୋଇଥିବା କାଗଜପତ୍ରରେ ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

୧୩ଜଣ ଜବ କାର୍ଡଧାରୀଙ୍କ ମଧ୍ୟରୁ ୪ ଜଣ ବରିଷ୍ଠ ନାଗରିକ ଥିବା ବେଳେ ସେମାନେ ଭତ୍ତା ପାଉଛନ୍ତି । ସେମାନଙ୍କୁ କିପରି ମାଟି କାମରେ ନିୟୋଜିତ କରାଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏନେଇ ଏନଆରଇଜିଏସ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି ଲୋକପାଳ । ତଦନ୍ତ ସମୟରେ ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଥିଲେ ଲୋକପାଳ । ଘଟଣାସ୍ଥଳରେ ଜେଇ ଓ ଜିଆରଏସ ଉଭୟ କାମରେ ଅନମିୟତା ହୋଇଥିବା ଦେଖି ତାଗିଦ ସହ ସ୍ବଚ୍ଛତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାହା ସହ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଆର୍ଥିକ ଅନମିୟତା ପାଇଁ ଅର୍ଥ ଭରଣା କରାଯିବ ବୋଲି କହିଛନ୍ତି ।

ଲୋକପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜାଣିପାରି ପିଚୁକୁଳି ସରପଞ୍ଚଙ୍କ ପ୍ରତିନିଧି ତରବରିଆ ଭାବେ ଫଳକ ନିର୍ମାଣ କରିଦେଇଥିବା ଦେଖିବକୁ ମିଳିଥିଲା । ଲୋକପାଳଙ୍କ ତଦନ୍ତ ସମୟରେ କିଛି ଶ୍ରମିକଙ୍କୁ ଧରି ସରପଞ୍ଚଙ୍କ ପ୍ରତିନିଧି କାମ ଏହି ଶ୍ରମିକମାନେ କରିଛନ୍ତି ବୋଲି କହିଥିଲେ । ସେହିପରି ଘଟଣାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ଯଦି ଘଟଣାରେ ଅନମିୟତା ହୋଇଥିବ ତେବେ ଦୋଷୀଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.