ETV Bharat / state

Weather Update: ଶରତରେ ଉଭାନ ଶୀତ, ବିଶେଷଜ୍ଞ କହିଲେ ୧୭ ପରେ ଆସିବ ଶୀତ

author img

By ETV Bharat Odisha Team

Published : Oct 12, 2023, 8:02 PM IST

ରାଜ୍ୟରୁ ଶୀତ ଗାୟବ ହୋଇଥିବା ବେଳେ ଶରତରେ ବି ଟାଇଁ ଟାଇ ଖରା ପ୍ରଭାବ । ଜଳବାୟୁ ପରିବର୍ତ୍ତନ ପ୍ରମୁଖକାରଣ ସାଜିଥିବା ମତ ପୋଷଣ କଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ତାପମାତ୍ରା
ରାଜ୍ୟରେ ବଢୁଛି ତାପମାତ୍ରା
ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ବର: ଶରତରେ ଉଭାନ ଶୀତ । ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଉଛି ତାପମାତ୍ରା । ରାଜ୍ୟରୁ ଶୀତ ଗାୟବ ହୋଇଥିବା ବେଳେ ଶରତରେ ବି ଟାଇଁ ଟାଇ ଖରା ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରମୁଖ କାରଣ ଜଳବାୟୁ ପରିବର୍ତ୍ତନ ପ୍ରମୁଖ କାରଣ ସାଜିଥିବା ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ରାଜ୍ୟରୁ ଗୋଟେ ପଟେ ମୌସୁମୀ ଫେରୁ ଥିବା ବେଳେ ଏଯାବତ୍ ଶୀତର ଦେଖା ଦର୍ଶନ ନାହିଁ । ତେଣୁ ବର୍ଦ୍ଧିତ ତାପମାତ୍ରା ସମଗ୍ର ଜୀବସତ୍ତା ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ୧୭ ପରେ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବହୁଳ ଭାବେ ଗଛ କାଟିବା ବାୟୁ ପ୍ରଦୂଷଣ ପ୍ରମୁଖ କାରଣ ସାଜିଥିବା ବେଳେ ଶୀତର ପ୍ରଭାବ ଦିନକୁ ଦିନ କମୁଛି । ରାଜ୍ୟର ଶୀତ ବଦଳରେ ଖରାର ପରିମାଣ ଅଧିକ ହେଉଛି । ପ୍ରଦୂଷଣ ରୋକିବା ପାଇଁ ଏବେଠାରୁ ଚିନ୍ତା ନକଲେ ମାନବ ସମାଜ ଭୟଙ୍କର ସ୍ଥିତିର ସାମ୍ନା କରିବ ବୋଲି ଚେତାବନୀ ଦେଇଛନ୍ତି ପରିବେଶବିତ୍ । ଏହି କ୍ରମରେ ପାଣିପାଗ ବିଭାଗରର ଆକଳନ ଅନୁଯାୟୀ, ବର୍ତ୍ତମାନ ବାୟୁ ମଣ୍ଡଳରେ ବହୁଳ ମାତ୍ରାରେ ଜଳୀୟ ବାଷ୍ପ ଥିବା ଯୋଗୁଁ ଗରମ ଗୁଳୁଗୁଳି ଅନୁଭୁତ ହେଉଛି ।

ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ବଢିଥାଏ । କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖାଦେଇଛି । ବାୟୁମଣ୍ଡଳର ତଳ ଭାଗରେ ଜଳୀୟ ବାଷ୍ପର ପ୍ରଭାବ ତଥା ମେଘମୁକ୍ତ ଆକାଶ ତାପମାତ୍ରା ବଢ଼ାଉଛି । ଏହି ନିୟାମକକୁ ନେଇ ୧୭ ପରେ ଶୀତର ସମ୍ଭାବନା ଥିବା ବେଳେ କହିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ ।

ଏହା ମଧ୍ୟ ପଢନ୍ତୁ...Odisha Weather: ରାଜ୍ୟରେ କମିଲା ବର୍ଷା, ବଢ଼ିଲା ତାତି

ଅନ୍ୟପଟେ ପାଣିପାଗ ନିର୍ଦ୍ଦେଶକ ଏଚ.ଆର୍ ବିଶ୍ବାସ କହିଛନ୍ତି, ‘‘ ବିଗତ ୨୪ ଘଣ୍ଟାରେ ମୁଖ୍ୟତଃ ରାଜ୍ୟବ୍ୟାପୀ ଶୁଖିଲା ପାଗ ରହିଛି । ଗଜପତି ଜିଲ୍ଲାର କେବଳ କାଶୀନଗର ଠାରେ ହିଁ ୫.୪ ମିମି ହାଲୁକା ପରିମାଣର ବର୍ଷା ରେକର୍ଡ କରାଯାଇଛି । ଦୈନିକ ତାପମାତ୍ରା ସବୁସ୍ଥାନରେ ସ୍ଵାଭାଵିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ପରିମାଣର ରହିଛି । ସର୍ବାଧିକ ଦୈନିକ ତାପମାତ୍ରା ଗତକାଲି (ବୁଧବାର) ଚାନ୍ଦବାଲି ୩୭.୦ ସେଲସିୟସ ରହିଥିଲା । ବୁଧବାର ରାଜଧାନୀ ଭୁବନେଶ୍ୱରରେ ଦୈନିକ ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ଥିଲେ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ମଧ୍ୟ ପାଗ ଶୁଖିଲା ରହିବ । ଆଗାମୀ ୫ ଦିନ ମଧ୍ୟରେ ଦୈନିକ ତାପମାତ୍ରା କିଛି କିଛି ସ୍ଥାନରେ ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଜିର ସର୍ବାଧିକ ତାପମାତ୍ରା ଭାବେ ରାଜଧାନୀ ଭୁବନେଶ୍ୱରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.