ETV Bharat / state

୨୬ରେ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ବୈଠକ

କେନ୍ଦ୍ର ସରକାରଙ୍କ କୃଷକ କୃଷି ବିଲ, ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ସିପିଆଇ । ଅଧିକ ପଢନ୍ତୁ...

Meeting on the 26th to make the India shutdown a success
୨୬ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ବୈଠକ
author img

By

Published : Nov 7, 2020, 9:00 PM IST

ଖୋର୍ଦ୍ଧା : କେନ୍ଦ୍ର ସରକାରଙ୍କ କୃଷକ କୃଷି ବିଲ, ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ସିପିଆଇ । କେନ୍ଦ୍ର ସରକାରଙ୍କ କୃଷି ବିଲ ଯାହା କୃଷକ ମାରଣ ବୋଲି କହିବା ସହ ଏହାକୁ ଫେରାଇ ନେବା ପାଇଁ ଦାବି କରିଛନ୍ତି ବରିଷ୍ଠ ସିପିଆଇ ନେତା ବସନ୍ତ ପାଇକରାୟ ।

୨୬ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ବୈଠକ

ସେହିପରି ଅକ୍ଟୋବରର ବିପ୍ଳବକୁ ମନେପକାଇ ଆଜି(ଶନିବାର) ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ପିଚୁକୁଳି ଠାରେ କୃଷକ ସଭା, କୃଷି ଶ୍ରମିକ ଓ ଆଦିବାସୀ ମହାସଭାର ଏକ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସଭାରେ ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ମେହନତି ମଣିଷର ନ୍ୟାର୍ଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମସ୍ତ ଚାଷୀ ମୂଲିଆ ଓ କୃଷକ ଏକଜୁଟ ହେବା ପାଇଁ ଅଭିଭାଷଣରେ କହିବା ସହ ଆସନ୍ତା ୨୬ ତାରିଖରେ ଡାକରା ଦିଆଯାଇଥିବା ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ସମ୍ମିଳନୀରେ ଯୋଗଦେଇଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷମାନେ ଏକ ଶୋଭାଯାତ୍ରାରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ପ୍ରତିମୂର୍ତ୍ତି ଠାରୁ ବାହାରି ୫୭ ନଂ ଜାତୀୟ ରାଜପଥ ଦେଇ ପିଚୁକୁଳି ବଜାର ଅଞ୍ଚଳ ସମେତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପରିକ୍ରମା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.