ETV Bharat / state

ଏଚପିସିର ଦ୍ୱିତୀୟ ବୈଠକ: 2723 କୋଟିର 10026 ନୂତନ ପ୍ରକଳ୍ପକୁ ଅନୁମୋଦନ ପାଇଁ ସୁପାରିଶ

author img

By

Published : Aug 11, 2023, 7:09 AM IST

Tranche-XXIX ଅଧୀନରେ ସମୁଦାୟ 18011ଟି ପ୍ରକଳ୍ପ ପାଇଁ ପ୍ରାୟ 6870 କୋଟି ଟଙ୍କା ନାବାର୍ଡ ଦ୍ବାରା ମଞ୍ଜୁର କରିବା ପାଇଁ ସୁପାରିଶ କରାଯାଇଛି । ଏହି ପାଣ୍ଠି ଅଧୀନରେ ଅଦ୍ୟାବଧି ବିଭିନ୍ନ ପ୍ରକାରର ପ୍ରକଳ୍ପ ଯଥା ମେଗା ପାଇପ ଜଳ ଯୋଗାଣ, ସଡକ ଏବଂ ବ୍ରିଜ, ଇନଷ୍ଟ୍ରିମ, ଷ୍ଟୋରେଜ, ମେଗା ଲିଫ୍ଟ, ବନ୍ୟା ନିୟନ୍ତ୍ରଣ, କ୍ଲଷ୍ଟର ଲିଫ୍ଟ ଜଳସେଚନ, ଶାଲୋ ଟ୍ୟୁବ ୱେଲ୍ସ, ମାଇକ୍ରୋ ରିଭର ଲିଫ୍ଟ ଇତ୍ୟାଦି ତିଆରି କରିବା ପାଇଁ ଅନୁମତି ଦିଆଯାଇଛି ।

ଏଚପିସିର ଦ୍ୱିତୀୟ ବୈଠକ; 2723 କୋଟିର 10026 ନୂତନ ପ୍ରକଳ୍ପକୁ ଅନୁମୋଦନ ପାଇଁ ସୁପାରିଶ

ଭୁବନେଶ୍ବର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉପରେ ଉଚ୍ଚ ଶକ୍ତି କମିଟିର ଦ୍ବିତୀୟ ବୈଠକ ଗତକାଲି(ଗୁରୁବାର) ଅନୁଷ୍ଠିତ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରଥମ ଉଚ୍ଚ ଶକ୍ତି କମିଟି ଦ୍ଵାରା ସୁପାରିଶ ହୋଇଥିବା ପ୍ରକଳ୍ପ ବାଦ ପ୍ରାୟ 2723 କୋଟି ଟଙ୍କାର 10026 ଟି ନୂତନ ପ୍ରକଳ୍ପକୁ RIDF Tranche-XXIX ଅଧୀନରେ ଅନୁମୋଦନ ପାଇଁ ସୁପାରିଶ କରାଯାଇଛି ।

Tranche-XXIX ଅଧୀନରେ ସମୁଦାୟ 18011ଟି ପ୍ରକଳ୍ପ ପାଇଁ ପ୍ରାୟ 6870 କୋଟି ଟଙ୍କା ନାବାର୍ଡ ଦ୍ବାରା ମଞ୍ଜୁର କରିବା ପାଇଁ ସୁପାରିଶ କରାଯାଇଛି । ଏହି ପାଣ୍ଠି ଅଧୀନରେ ଅଦ୍ୟାବଧି ବିଭିନ୍ନ ପ୍ରକାରର ପ୍ରକଳ୍ପ ଯଥା ମେଗା ପାଇପ ଜଳ ଯୋଗାଣ, ସଡକ ଏବଂ ବ୍ରିଜ, ଇନଷ୍ଟ୍ରିମ, ଷ୍ଟୋରେଜ, ମେଗା ଲିଫ୍ଟ, ବନ୍ୟା ନିୟନ୍ତ୍ରଣ, କ୍ଲଷ୍ଟର ଲିଫ୍ଟ ଜଳସେଚନ, ଶାଲୋ ଟ୍ୟୁବ ୱେଲ୍ସ, ମାଇକ୍ରୋ ରିଭର ଲିଫ୍ଟ ଇତ୍ୟାଦି ତିଆରି କରିବା ପାଇଁ ଅନୁମତି ଦିଆଯାଇଛି । ଗ୍ରାମୀଣ ଭିତ୍ତିଭୂମି ବିକାଶ ଗ୍ରାମ ଓ ସହରର ବିଭାଜନକୁ ଦୂର କରିବା, ସାମଗ୍ରିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ଗ୍ରାମୀଣ ଅର୍ଥନୀତି ପାଇଁ ଖୋଲା ରହିବା ଗୁରୁତ୍ୱପୂର୍ଣ୍ଣ ।

ଏହାବି ପଢନ୍ତୁ- ଏସସିଡିସିର ପ୍ରଥମ ବୈଠକ; ପ୍ୟାକ୍ସକୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବାକୁ ଲକ୍ଷ୍ୟ

ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ନାବାର୍ଡର ସହାୟତା ନେଇ ଆସୁଛନ୍ତି । ବୈଠକରେ ପ୍ରକଳ୍ପର ସମାପ୍ତି ଏବଂ ଏହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ଦିଗରେ ବିଭିନ୍ନ କାର୍ଯ୍ୟକାରୀ ବିଭାଗ ଦ୍ୱାରା କରାଯାଇଥିବା କୃତକାର୍ଯ୍ୟତାକୁ ପ୍ରଶଂସା କରାଯାଇଛି । ଉନ୍ନୟନ କମିଶନର କାର୍ଯ୍ୟକାରୀ ବିଭାଗମାନଙ୍କ ଦ୍ବାରା ତତ୍ପରତାର ସହ ଖର୍ଚ୍ଚ ଭରଣା ଦାବି ଦାଖଲ କରିବା ଏବଂ ରାଜ୍ୟକୁ ଏକ ସ୍ଥାୟୀ ପ୍ରଦର୍ଶନକାରୀ ରୂପେ ପରିଣତ କରିବା ପରିପ୍ରେକ୍ଷୀରେ ନେଇଥିବା ସମସ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ୨୦୨୦ ରୁ ନାବାର୍ଡ ଦ୍ବାରା RIDF ଋଣ ବିତରଣ କ୍ଷେତ୍ରରେ ଓଡିଶା କ୍ରମାଗତ ଭାବରେ ସର୍ବୋତ୍ତମ ପ୍ରଦର୍ଶନ କରୁଛି । ଦେଶରେ ପ୍ରଥମ ସ୍ଥାନ ହାସଲ ମଧ୍ୟ କରିଛି ।

ବୈଠକରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଚାଲିଥିବା ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି । ଯାହା ଦ୍ଵାରା ଗ୍ରାମାଞ୍ଚଳର ଲୋକମାନେ ଏଥିରୁ ସର୍ବାଧିକ ଲାଭ ପାଇପାରିବେ । ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଇଲେକଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.