ETV Bharat / state

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭୁବନେଶ୍ବରରେ ୨୨୫ ପିଲା ଅନୁପସ୍ଥିତ - ମାଧ୍ୟମିକ ଶିକ୍ଷା ବୋର୍ଡ

ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ଭୁବନେଶ୍ବରରେ ୨୨୫ ପରୀକ୍ଷାର୍ଥୀ ଅନୁପସ୍ଥିତ । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ୨୨୫ ପିଲା ଅନୁପସ୍ଥିତ

author img

By

Published : Mar 11, 2023, 6:49 AM IST

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି । ଭୁବନେଶ୍ବର ମହାନଗର ନିଗମ (ବିଏମସି) ଏବଂ ଭୁବନେଶ୍ବର ବ୍ଲକ୍ ଅଧୀନରେ ମୋଟ ୪୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଯେଉଁଥିରେ ୧୧ ହଜାର ୫୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଥିଲା । ହେଲେ ଏଥିମଧ୍ୟରୁ ୨୨୫ ପିଲା ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ।

ସମସ୍ତ ଅନୁପସ୍ଥିତ ରେଗୁଲାର ପିଲା । ପ୍ରଥମ ଦିନରେ ବିଏମସି ଏବଂ ଭୁବନେଶ୍ବର ବ୍ଲକ୍ ଅଧୀନ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୧୧ ହଜାର ୨୯୨ ପିଲା ପରୀକ୍ଷା ଦେଇଛନ୍ତି । ଅନ୍ୟପକ୍ଷରେ ୪ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାରକୁ ମିଶାଇ ମୋଟ ୧୧,୨୯୬ ଛାତ୍ରଛାତ୍ରୀ ଏଠାରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୪୯ ପରୀକ୍ଷା କେନ୍ଦ୍ର ମଧ୍ୟରେ ଏସଭିଏମ ନୀଳାଦ୍ରୀବିହାର କେନ୍ଦ୍ରରେ ସର୍ବାଧିକ ୫୭୫ ପିଲା ପରୀକ୍ଷା ଦେଇଛନ୍ତି ।

ପ୍ରଥମ ଦିନର ପରୀକ୍ଷା ଶାନ୍ତିପୂର୍ଣ୍ଣ ରହିଥିବାବେଳେ ଭୁବନେଶ୍ବରରେ କପି ଧରାପଡ଼ିବା ସମ୍ପର୍କରେ ସୂଚନା ମିଳିନାହିଁ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିବାରୁ ୭ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିଥିଲା । ପିଲାମାନଙ୍କୁ ପ୍ରଥମ ଦିନରେ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଲାଗି ଅନୁମତି ମିଳିଥିଲା । ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିଥିଲା । କଡ଼ା ଚେକିଂ କରି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ଛଡ଼ାଯାଇଥିଲା ।

ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ, ମାଇକ୍ରୋ ଜେରକ୍ସ, ଖାତା, ବହି ଆଦି ନନେବାକୁ କୁହାଯାଇଥିଲା । ସେହିପରି ଖରା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ଏହାସହ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଭଲ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ବରର ଦୁଇଟି ପରୀକ୍ଷା କେନ୍ଦ୍ର ବୁଲି ଅନୁଧ୍ୟାନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାରଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଛି । ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଛି । ଚଳିତ ବର୍ଷ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପିଲା ଦେଉଛନ୍ତି । ଏଥିପାଇଁ ୩୨୧୮ ପରୀକ୍ଷା କେନ୍ଦ୍ର ସହ ୩୧୬ ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଏଥିମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫ ଟି ଏବଂ ମାଲକାନଗିରିରେ ୧୦ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.