ETV Bharat / state

୧୧ ହଜାର ଶିକ୍ଷକ ପଦବୀ ପୂରଣ ହେବ, ସୂଚନା ଦେଲେ ସମୀର ଦାଶ - ଶିକ୍ଷକ ନିଯୁକ୍ତି ନେଇ ସମୀର ଦାଶଙ୍କ ମନ୍ତବ୍ୟ

ବୋଲଗଡ଼ ଗସ୍ତରେ ରହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ଅବସରରେ ସେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

୧୧ ହଜାର ଶିକ୍ଷକ ପଦବୀ ପୂରଣ ହେବ, ସୂଚନା ଦେଲେ ସମୀର ଦାଶ

author img

By

Published : Jan 6, 2022, 10:39 PM IST

ଖୋର୍ଦ୍ଧା: ବୋଲଗଡ଼ ଗସ୍ତରେ ରହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ଅବସରରେ ସେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପୁନଃର୍ବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କଥା କହିଛନ୍ତି ମନ୍ତ୍ରୀ । କିଛି ଦିନ ପୂର୍ବରୁ ରାଜ୍ୟ ସରକାର ୬ରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ । ଏବେ ପୁନଃର୍ବାର ଏହି ବିଜ୍ଞପ୍ତି ଦେଇଛନ୍ତି ରାଜ୍ୟ ସରକାର ।

୧୧ ହଜାର ଶିକ୍ଷକ ପଦବୀ ପୂରଣ ହେବ, ସୂଚନା ଦେଲେ ସମୀର ଦାଶ

ସ୍ମାର୍ଟ ସ୍କୁଲରେ ପ୍ରାଥମିକତା ଭିତ୍ତିରେ ଶିକ୍ଷକ ପଦବୀ ପୂରଣ କରାଯାଉଛି । ସ୍ମାର୍ଟ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ମାନଙ୍କୁ ସ୍ମାର୍ଟ କରାଯାଇଥିବା କଥା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପ୍ରତ୍ୟେକ ବିଷୟ ଅନୁସାରେ ଖାଲି ଥିବା ଶିକ୍ଷକ ପଦବୀ ପୁରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ । ଏହି ଅବସରରେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ମଣିକାଗୋଡା ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ କରିଛନ୍ତି ସମୀର ରଞ୍ଜନ ଦାଶ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.