ETV Bharat / state

ଫୋକସରେ ଓଡିଶା, ମହାଜନସମ୍ପର୍କ ସମାବେଶ ପାଇଁ ଆସୁଛନ୍ତି ନଡ୍ଡା - ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡିରେ ଆୟୋଜନ ହେବ ମହାଜନସମ୍ପର୍କ ସମାବେଶ । ଏଥିରେ ଯୋଗଦେବା ପାଇଁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସୁଥିବାରୁ ଏହାର ବିଶେଷ ଗୁରୁତ୍ବ ରହିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଅଧିକ ପଢ଼ନ୍ତୁ

ନଡ୍ଡାଙ୍କ ଓଡ଼ିଶା ଗସ୍ତ ନେଇ ମନମୋହନଙ୍କ ପ୍ରତିକ୍ରିୟା

author img

By

Published : Jun 21, 2023, 6:49 PM IST

ନଡ୍ଡାଙ୍କ ଓଡ଼ିଶା ଗସ୍ତ ନେଇ ମନମୋହନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବିଜେପି ଫୋକସରେ ଓଡିଶା । ଜୁନ ୨୨ (ଗୁରୁବାର) ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତାକାଲି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବେ ନଡ୍ଡା । ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଝାରସୁଗୁଡ଼ାରେ ହେବ ବରଗଡ଼ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ବୈଠକ । ଏହାପରେ ୨୩ରେ ଅର୍ଥାତ ଶୁକ୍ରବାର କଳାହାଣ୍ଡିରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା ଜନସମ୍ପର୍କ ସମାବେଶରେ ଯୋଗଦେବେ ଜେପି ନଡ୍ଡା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେପି । ଏନେଇ ଦେଶବ୍ୟାପୀ ମହାଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି ଦଳ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ମହାଜନସମ୍ପର୍କ ସମାବେଶ ମଧ୍ୟ ଆୟୋଜନ ହେଉଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଢେଙ୍କାନାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଗୁଜରାଟରେ ବାତ୍ୟା 'ବିପର୍ଯ୍ୟୟ' କାରଣରୁ ଏହାକୁ ବାତିଲ କରାଯାଇଥିଲା । ତେବେ କଳାହାଣ୍ଡିରେ ଏହି ଜନସମ୍ପର୍କ ସମାବେଶରେ ଯୋଗଦେବା ପାଇଁ ଆସୁଛନ୍ତି ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି କାର୍ଯ୍ୟକ୍ରମ ଜୁନ ୨୨ରେ ଆୟୋଜନ ପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଏହାକୁ ୨୩ରେ ଆୟୋଜନ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସୂଚନା ଦେଇଛନ୍ତି । ଭବାନୀପାଟଣା ଲାଲବାହାଦୁର ଷ୍ଟାଡିୟମରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ତେବେ ଏହାକୁ ଏକ ନିର୍ବାଚନ ସଭା ବୋଲି କହିନାହାନ୍ତି ରାଜ୍ୟ ବିଜେପି ସଭାପତି । ଏହା କେବଳ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସଭା ଆୟୋଜନ ହେଉଥିବା ସେ କହିଛନ୍ତି । ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଏବେଯାଏଁ ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତି । ମନମୋହନଙ୍କ ସୂଚନା ଅନୁସାରେ ୨୨ ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ । କଳାହାଣ୍ଡି ଭବାନୀପାଟଣାରେ ୨୨ରେ ଯେଉଁ କାର୍ଯ୍ୟକ୍ରମ ଥିଲା, ତାହା ୨୩ରେ ହେବ । ମହାଜନସମ୍ପର୍କ ଅଭିଯାନ ପାଇଁ ନଡ୍ଡାଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଓ ନେତା ବେଶ ଉତ୍ସାହିତ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେହେତୁ ଓଡ଼ିଶା ଆସୁଛନ୍ତି, ନିଶ୍ଚିତ ଭାବରେ ଏହାର ବିଶେଷ ଗୁରୁତ୍ବ ରହିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.