ETV Bharat / state

ମହଙ୍ଗା ପଡିଲା ମନ୍ତବ୍ୟ ! ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

author img

By ETV Bharat Odisha Team

Published : Sep 8, 2023, 11:44 AM IST

Updated : Sep 8, 2023, 1:25 PM IST

ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ । ଦୁଇ ଦିନ ତଳେ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ବୟାନ ଦେଇଥିଲେ । ଅଧିକ ପଢନ୍ତୁ

ମନ୍ମଥ କଂଗ୍ରେସରୁ ନିଲମ୍ବିତ
ମନ୍ମଥ କଂଗ୍ରେସରୁ ନିଲମ୍ବିତ
ମନ୍ମଥ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ । ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି । କଂଗ୍ରେସ ଶୃଙ୍ଖଳ କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠନ ହୋଇଛି । ଦୁଇ ଦିନ ତଳେ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ସଫା ସଫା କହିଥିଲେ ମନ୍ମଥ । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରେ ନହେବା ନେଇ ଗଣମାଧ୍ୟମ ଆଗରେ କହିଥିଲେ । ଏନେଇ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏହାର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।

ମନ୍ମଥ ରାଉତରାୟ ଏବେ ପ୍ରଦେଶ କଂଗ୍ରେସର ସଦସ୍ୟ ଅଛନ୍ତି । ତେଣୁ ଦଳର ଶୃଙ୍ଖଳା ଭଙ୍ଗ କରିଥିବା କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସେ କିଛି ଦିନ ପୂର୍ବରୁ ଭାରତୀୟ ବିମାନ ଚଳାଚଳ ବିଭାଗରୁ ଇସ୍ତଫା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କର ଇସ୍ତଫା ଗୃହୀତ ହେବା ପରେ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ । ତା' ପୂର୍ବରୁ ଜଟଣୀ ବିଧାନସଭା କ୍ଷେତ୍ରରେ ସେ ସୁର ରାଉତରାୟଙ୍କ ସହ ମିଶି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ ।

ପୁଅର ନିଲମ୍ବନ ନେଇ ସୁର ରାଉତରାୟ କହିଛନ୍ତି, ''ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସ ଦଳର ସଚ୍ଚୋଟ ନେତା ଭାବେ ମୁଁ ଏହାକୁ ଗ୍ରହଣ କରୁଛି । ହେଲେ ଏଥିରେ ମୁଁ ମଧ୍ୟ ଦୁଃଖିତ । କଂଗ୍ରେସ ଦଳ ଆମ କଥା ବିଚାର କରିବେ ବୋଲି ମୁଁ ଆଶା କରୁଛି ।'' ଆହୁରିମଧ୍ୟ କହିଛନ୍ତି ଯେ, ମୋ ପରିବାରରେ କୌଣସି ମନାନ୍ତର ନାହିଁ । ସାନ ପୁଅ ମନ୍ମଥ ଜଟଣୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ । ମୁଁ ଯେତେବେଳେ ପୁଅମାନଙ୍କୁ ଯାହା କହିବେ ସେ ନିଶ୍ଚୟ ଶୁଣିବେ ।

ଏହାମଧ୍ୟ ପଢନ୍ତୁ: କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ! ଜାଣନ୍ତୁ କେଉଁ ଦଳରୁ ମିଳିବ ଟିକେଟ୍

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ସୁର ରାଉତରାୟ ଆସନ୍ତା ନିର୍ବାଚନରେ ଲଢିବେ ନାହିଁ ଏବଂ ତାଙ୍କ ବଦଳରେ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଲଢିବ ବୋଲି ଘୋଷଣା କରିଥିଲେ । ହେଲେ ଦୁଇ ଦିନ ତଳେ ମନ୍ମଥ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସରୁ ଲଢେବେ ନାହିଁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । କେଉଁ ଦଳରୁ ଲଢିବେ, ତାହା ଅକ୍ଟୋବର ପରେ ସ୍ପଷ୍ଟ କରିବେ ବୋଲି ଜଣାଇଥିଲେ । ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶଙ୍କା କରାଯାଉଥିଲା । ଯାହା ସତ ହୋଇଛି ।

ଅନ୍ୟପଟେ ପୁଅର ଏଭଳି ବୟାନକୁ ବିଧାୟକ ସୁର ଖାମଖିଆଲ ମନୋଭାବ ବୋଲି କହି ଖଣ୍ଡନ କରିଥିଲେ । ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଯେ, ମନ୍ମଥ ରାଉତରାୟ କଂଗ୍ରେସ ଦଳରୁ ନିଶ୍ଚୟ ଛିଡା ହେବ । କଂଗ୍ରେସରୁ ନଲଢିଲେ ସେ ଚାକିରିରୁ ରହୁ । ଯଦି ସେ ଜଟଣୀରୁ କଂଗ୍ରେସର ପ୍ରାର୍ଥୀ ନହୁଏ ମୁଁ ମୋର ଉତ୍ତରାଧିକାରୀ ବାଛିବି । ତେବେ ମନ୍ମଥ ୨୦୨୪ରେ କଂଗ୍ରେସ ଟିକେଟ ନେଇ ନାମାଙ୍କନ ପତ୍ର ଦାଖଲ କରିବ ବୋଲି ସୁର କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 8, 2023, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.