ETV Bharat / state

ମାନବବାଦ ସଂଗଠନ ମୁଖ୍ୟ ଗିରଫ ପରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ବିକ୍ଷୋଭ - protest

ବେଗୁନିଆ ଅଭିମାନପୁର ସତ୍ୟବ୍ରତ ହତ୍ୟା ମାମଲା ଓ କଡବ ଗାଁରେ ବାପପୁଅଙ୍କୁ ମାଡ଼ ଘଟଣା । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଧିକ ପଢନ୍ତୁ...

ବନ୍ଧା ହେଲେ ମାନବବାଦ ସଂଗଠନ ମୁଖ୍ୟ; ପ୍ରତିବାଦରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ବିକ୍ଷୋଭ

author img

By

Published : Sep 3, 2021, 7:22 AM IST

ଖୋର୍ଦ୍ଧା: ବହୁ ଚର୍ଚ୍ଚିତ ବେଗୁନିଆ ଅଭିମାନପୁର ସତ୍ୟବ୍ରତ ହତ୍ୟା ମାମଲା ଓ କଡବ ଗାଁରେ ବାପପୁଅଙ୍କୁ ମାଡ଼ ଘଟଣା । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଖୋର୍ଦ୍ଧା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତଥାକଥିତ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ କରି ଜେଲ ପଠାଇଛି ।

ବନ୍ଧା ହେଲେ ମାନବବାଦ ସଂଗଠନ ମୁଖ୍ୟ; ପ୍ରତିବାଦରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ବିକ୍ଷୋଭ

ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାରେ ମାନସ ଦାସଙ୍କ ସମର୍ଥକ ଆସି ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ସମର୍ଥକ । ସମର୍ଥକଙ୍କ ଏକତ୍ରିତ ହେବା ଜାଣି ଜିଲା ପୋଲିସ ପକ୍ଷରୁ ସେଠାରେ ଫୋର୍ସ ମୁତୟନ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.