ETV Bharat / state

ମାନସ ଦାସଙ୍କ ବିଳାଶପୂର୍ଣ୍ଣ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ଜେଲ ଖାଦ୍ୟ ଖାଇ ବିତିଲା ପ୍ରଥମ ରାତି - ମାନବବାଦ ସଂଗଠନ

ରୁଟି ତରକାରୀ ଖାଇ ଜେଲରେ ପ୍ରଥମ ରାତି କଟାଇଲେ ମାନସ ଦାସ ଓ ତାଙ୍କ ପୁଅ । ଅଧିକ ପଢନ୍ତୁ...

ରୁଟି ତରକାରୀ ଖାଇ ଜେଲରେ ପ୍ରଥମ ରାତି କଟାଇଲେ ମାନସ ଦାସ

author img

By

Published : Sep 3, 2021, 1:38 PM IST

ଖୋର୍ଦ୍ଧା: ସୁଖର ଦିନ ସରିଲା ଦୁଃଖର ଦିନ ଆସିଲା । ବିଳାସ ପୂର୍ଣ୍ଣ ଭାବେ ଜୀବନ ବିତାଉଥିବା ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଏବେ ଜେଲର ଚାରିକାନ୍ଥରେ । ନିଜର କଳା ସାମ୍ରାଜ୍ୟ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଗତକାଲି ବନ୍ଧା ହୋଇଥିଲେ ମାନସଙ୍କ ସହ ତାଙ୍କ ପୁଅ ମନୋରଞ୍ଜନ ଦାସ । ଗିରଫ ପରେ ଖୋର୍ଦ୍ଧା ଜେଲରେ ପ୍ରଥମ ରାତି କଟାଇଛନ୍ତି ବାପା ଓ ପୁଅ । ତେବେ ଗତକାଲି ଜେଲରେ ବଳକା ରୁଟି ଓ ତରକାରି ଖାଇ ରାତିକଟାଇଛନ୍ତି ଉଭୟ । ବିଳମ୍ବିତ ରାତିରେ ଜେଲକୁ ଗଲେ 232 ଗ୍ରାମ ଚୁଡା ଓ 58ଗ୍ରାମ ଗୁଡ଼ର ବ୍ୟବସ୍ଥା ଥାଏ । ମାତ୍ର ଗତକାଲି ରୁଟି ଏବଂ ତରକାରୀ ବଳିଥିବାରୁ ଏହାକୁ ଖାଇ ରାତି କଟାଇଥିଲେ ବାପପୁଅ ।

ମାନସ ଦାସଙ୍କ ବିଳାଶପୂର୍ଣ୍ଣ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ

ସେହିପରି ଆଜି ସକାଳୁ ସେମାନଙ୍କୁ ଚା ଓ ଜଳଖିଆ ଦିଆଯାଇଛି । ସେମାନଙ୍କୁ ଜେଲର ଦୁଇନମ୍ବର ସ୍ୱତନ୍ତ୍ର ୱାର୍ଡ଼ରେ 14 ଦିନ ପାଇଁ ରଖାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଖୋର୍ଦ୍ଧା ପୋଲିସ ବାପପୁଅଙ୍କୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି । ସୁରକ୍ଷା ଦୃଷ୍ଟିରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ଧମକ ଓ ନିର୍ଯ୍ୟାତନା ଭଳି ଅନେକ ଅଭିଯୋଗ ହୋଇଥିଲା । ଏନେଇ ଗତକାଲି ପୋଲିସ ତାଙ୍କୁ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ କରିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.