ETV Bharat / state

ତଦନ୍ତ ସରୁ ତାପରେ ଡାକିବେ, ମୁଁ ବସିବି: ମାନସ ଦାସ

ମାନବବାଦ ସଙ୍ଗଠନ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ପରେ ଜୋର ଧରିଛି ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି । ଅନ୍ୟପଟେ ନିଜ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ । ଅଧିକ ପଢନ୍ତୁ...

ମୋ ନାଁରେ ଆସିଥିବା ଅଭିଯୋଗ ମିଥ୍ୟା: ମାନସ ଦାସ

author img

By

Published : Aug 31, 2021, 4:13 PM IST

ଖୋର୍ଦ୍ଧା: ଫିଟୁଛି ମାନବବାଦ ସଙ୍ଗଠନର ଗୋଟିଏ ପରେ ଗୋଟିଏ ଅପରାଧିକ ଗୁମର । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବାପାପୁଅଙ୍କ ଉପରେ ସଙ୍ଗଠନର ବର୍ବରତା ପରେ ଏବେ ସାମ୍ନାକୁ ଆସିଛି ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ଅନେକ ସାଙ୍ଘାତିକ ଅଭିଯୋଗ । ଯାହା ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ପାଇଁ ବଢାଇଛି ଅଡୁଆ । ଗୋଟିଏ ପଟେ ମାନସଙ୍କ ଗିରଫଦାରୀ ପାଇଁ ଦାବି ଜୋର ଧରିଥିବାବେଳେ ଅନ୍ୟପଟେ ନିଜ ଉପରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ ଦାସ ।

ମୋ ନାଁରେ ଆସିଥିବା ଅଭିଯୋଗ ମିଥ୍ୟା: ମାନସ ଦାସ

ମାନସ କହିଛନ୍ତି, କୌଣସି ମାରପିଟ୍ କିମ୍ବା ହତ୍ୟା ଘଟଣାରେ ତାଙ୍କର ସମ୍ପୃକ୍ତି ନାହିଁ । ଯାହା ବି ଅଭିଯୋଗ ହୋଇଛି ସେ ସବୁ ମିଥ୍ୟା । ଆଜି(ମଙ୍ଗଳବାର) କୌଣସି କାମରେ ଖୋର୍ଦ୍ଧା କୋର୍ଟକୁ ଆସିଥିବାବେଳେ ମାନସ ଦାସ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ସେ ବାଘମାରି ଚୋତିପାଳଙ୍ଗ କେସରେ ହାଇକୋର୍ଟରୁ ବେଲ୍ ପାଇଥିବା ମଧ୍ୟ କହିଛନ୍ତି । ହେଲେ କ'ଣ ପାଇଁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇଥିଲା ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି ।

ଆହୁରିମଧ୍ୟ, ମାନବବାଦ ସଙ୍ଗଠନ କେବଳ ଓଡିଶାରେ ନୁହେଁ ବରଂ ରାଜ୍ୟ ବାହାରେ ବି କାର୍ଯ୍ୟ କରୁଛି । ଏହାବ୍ୟତୀତ ବିଜେଡି ସହ ମାନବବାଦ ସଙ୍ଗଠନ ମିଶ୍ରିତ ହୋଇଛି ବୋଲି ମାନସ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.