ETV Bharat / state

ଠିକାଦାରଙ୍କ ତୃଟି ଯୋଗୁଁ ଚାଲିଗଲା ଜୀବନ, ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ - ଖୋର୍ଦ୍ଧା ଖବର

ଠିକାଦାରଙ୍କ ତୃଟି ଯୋଗୁଁ ଚାଲିଗଲା ଜଣଙ୍କ ଜୀବନ । ବେସାହାର ହୋଇଗଲା ପରିବାର । କ୍ଷତିପୂରଣ ଦାବିରେ ଗ୍ରାମବାସୀ କଲେ ରାସ୍ତା ରୋକ । ଅଧିକ ପଢ଼ନ୍ତୁ

removed road strike
ହଟିଲା ରାସ୍ତାରୋକ
author img

By

Published : Jan 11, 2023, 1:14 PM IST

ହଟିଲା ରାସ୍ତାରୋକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ମୁକ୍ତାପୁର ହଳଦିଆ ରାସ୍ତାରେ ଗତ ସୋମବାର ଘଟିଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ କୁଆପୁଟ ଗ୍ରାମର କୁଳମଣି ନିଶଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଗତକାଲି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ସୂଚନାନୁସାରେ ହଳଦିଆ ଖୋର୍ଦ୍ଧା ରାସ୍ତା ପ୍ରଶସ୍ତିକରଣ ପାଇଁ ଠିକାଦାର ରାସ୍ତାରେ କଲଭର୍ଟ ନିର୍ମାଣ ପାଇଁ ଗାତ ଖୋଳିଥିଲେ । ହେଲେ ରାସ୍ତାରେ କୌଣସି ସୂଚନାଫଳକ ଲଗାଇନଥିଲେ ।

ଗତ ସୋମବାର ରାତିରେ କୁଳମଣି ଏହି ବାଟ ଦେଇ ବାଇକ ଯୋଗେ ଯାଉଥିବା ବେଳେ ଗାତ ଭିତରକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ସମ୍ପୃକ୍ତ ରାସ୍ତାର ଆନ୍ଦୋଳନ କରିଥିଲେ । ଏହାସହ ରାସ୍ତା ରୋକ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏପରିକି ଆଜି ଦିନ ସମୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡିନଥିଲେ ଗ୍ରାମବାସୀ ।

ଖବରପାଇ ଖୋର୍ଦ୍ଧା ଏସଡିପିଓ, ଆଦର୍ଶ ଥାନା ଅଧିକାରୀ ଜଟଣୀ ବିଧାୟକ ସୁର ରାଉତରାୟ, ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ଏବଂ ବିଜେପି ନେତା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲା ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଓ ରାସ୍ତା କାମ କରୁଥିବା ଥିବା ସଂସ୍ଥା ପକ୍ଷରୁ ୫ଲକ୍ଷ କ୍ଷତିପୂରଣ ଘୋଷଣା ପରେ ରାସ୍ତା ରୋକ୍ ହଟିଥିଲା । ପରିବାର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ କୁଳମଣି । ତାଙ୍କ ମୃତ୍ୟୁ ପରେ ପରିବାର ଏବେ ବେସାହାରା ହୋଇ ପଡ଼ିଛି । ସ୍ବାମୀକୁ ହରାଇ ମୁକ ପାଲଟି ଯାଇଛି ସ୍ତ୍ରୀ । ଯେଉଁ ଲୋକ ଖଟିଲେ ଘରେ ଚୁଲି ଜଳୁଥିଲା । ହେଲେ ଏବେ ତାଙ୍କ ମୃତ୍ୟୁ ପରେ କିପରି ଚଳିବ ତାଙ୍କ ପରିବାର । ଘରେ ୨ ଦୁଇଟା ଝିଅ । ପାଠ କେମିତି ପଢିବେ ।

ଏ ସମ୍ପର୍କରେ ଜଟଣୀ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ''ଗତକାଲି ଯେଉଁ ଦୁର୍ଘଟଣା ଘଟିଛି ସେଥିରେ ଜଣଙ୍କ ଜୀବନ ଯାଇଛି । ମୃତକ ଜଣଙ୍କ ହେଉଛନ୍ତି କୁଳମଣି ନିଶ । କୁଳମଣି ଅତ୍ୟନ୍ତ ଗରିବ । ମୂଲ ଲାଗିଲେ ଘରେ ତାଙ୍କର ଚୁଲି ଜଳେ । ପ୍ରତ୍ୟେକଦିନ ମୂଲ ଲାଗିକି ଯେଉଁ ୨ ପଇସା ଆଣେ ସେଥିରେ ତାର ତେଲ ଲୁଣ ସଂସାର ଚାଲିଥାଏ । ତେବେ କୁଳମଣିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଠିକାଦାର ତୃଟି ଯୋଗୁଁ ଜଣଙ୍କ ଜୀବନ ଚାଲିଗଲା । ତେଣୁ ଠିକାଦାର ଏଥିପାଇଁ ଭରପୋଷଣ କରିବ । ମୃତକଙ୍କ ପରିବାରକୁ ଏନେଇ ୫ ଲକ୍ଷ ଟଙ୍କା ମଧ୍ୟ ଦିଆଯାଉ। ତେଣୁ ଆଗକୁ ଯେଭଳି ଏହାର ପୁନରାବୃତ୍ତି ନଘଟେ ସେଥିପାଇଁ ଏହାକୁ ସୁରକ୍ଷା ଦିଅ । ଚାରିପଟେ ବ୍ୟାରିକେଟ ବୁଲାଅ''।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.