ETV Bharat / state

ମଲ୍ଲିକାର୍ଜୁନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ! ରାଜନୈତିକ ପାଣିପାଗ ହଟଚମଟ - ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

Mamata Banerjee and Kejriwal Proposes Mallikarjun As INDIA PM Face: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ଟକ୍କର ଦେବାକୁ ବିରୋଧୀ ମେଣ୍ଟ ଇଣ୍ଡିଆ ରଣନୀତି ପ୍ରସ୍ତୁତ କରୁଛି । ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତା ବାନର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବ ଏବେ ଦେଶର ରାଜନୈତିକ ପାଣିପାଗକୁ ଅଧିକ ରୋଚକ କରିଛି । ଅଧିକ ପଢନ୍ତୁ

ମଲ୍ଲିକାର୍ଜୁନଙ୍କୁ  ନେଇ ଚର୍ଚ୍ଚା
ମଲ୍ଲିକାର୍ଜୁନଙ୍କୁ ନେଇ ଚର୍ଚ୍ଚା
author img

By ETV Bharat Odisha Team

Published : Dec 20, 2023, 10:08 PM IST

ମଲ୍ଲିକାର୍ଜୁନଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦିନକୁ ଦିନ ଜାତୀୟ ସ୍ତରରେ ରାଜନୈତିକ ମାହୋଲ ସେତେ ଉଷ୍ମତା ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ଟକ୍କର ଦେବାକୁ ବିରୋଧୀ ମେଣ୍ଟ ଇଣ୍ଡିଆ ରଣନୀତି ପ୍ରସ୍ତୁତ କରୁଛି । ବିଜେପିକୁ ଗାଦିଚ୍ୟୁତ କରି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ଶାସନ କ୍ଷମତାକୁ ଆସିବାକୁ ମେଣ୍ଟ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ତେବେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତା ବାନର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବ ଏବେ ଦେଶର ରାଜନୈତିକ ପାଣିପାଗକୁ ଅଧିକ ରୋଚକ କରିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଲ୍ଲିକାର୍ଜୁନଙ୍କୁ ତୁଳନା କରିଛି ଇଣ୍ଡିଆ ମେଣ୍ଟ । ମୋଦି ଭର୍ସେସ ମଲ୍ଲିକାର୍ଜୁନ । ଇଣ୍ଡିଆ ମେଣ୍ଟ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟାନର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଲ୍ଲିକାର୍ଜୁନଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ରଖିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ କହିଛି ମଲ୍ଲିକାର୍ଜୁନ ଜଣେ ଅନୁଭବୀ ଏବଂ ଦଳିତ ନେତା । ମେଣ୍ଟର ସହଯୋଗୀ ନେତାମାନଙ୍କ ଇଚ୍ଛାକୁ କଂଗ୍ରେସ ସମ୍ମାନ ଦେଉଛି । ହେଲେ ନୀତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସେପଟେ ରାଜନୈତିକ ସମୀକ୍ଷକ ମାନେ ଏଭଳି ପ୍ରସ୍ତାବ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିଛନ୍ତି ।

ତେବେ ଏନେଇ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଛନ୍ତି, "ଦେଶରେ ଏକ ଦଳିତ ଚେହେରା ଭାବେ ମଳିକାର୍ଜୁନ ପରିଚିତ । ତାଙ୍କ ପ୍ରାର୍ଥୀତ୍ବରେ କୌଣସି ଅସୁବିଧା ନାହିଁ । ମେଣ୍ଟ ସହଯୋଗୀମାନଙ୍କର ପ୍ରସ୍ତାବ ଦେବାର ଅଧିକାର ରହିଛି । ଏନେଇ ଆମ ଦଳର ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ପ୍ରଥମେ 300 ରୁ ଅଧିକ ସିଟରେ କେମିତି 121 ଲଢେଇ ହୋଇପାରିବ ସେ ନେଇ ଆମେ ପ୍ରସ୍ତୁତ ହେବା ଦରକାର । ବର୍ତମାନ ନେତା ଚୟନ ଆବଶ୍ୟକତା ନୁହେଁ ବରଂ ନୀତି ଠିକ ହେବା ଦରକାର । ଇଣ୍ଡିଆ ମେଣ୍ଟରେ ସବୁଠୁ ବଡ଼ ଦଳ ହେଉଛି କଂଗ୍ରେସ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଜୋଡୋ ଯାତ୍ରାରେ ସ୍ପଷ୍ଟ କରିଥିଲେ, ପ୍ରଧାନମନ୍ତ୍ରୀ ହେବାରେ ମୋର କୌଣସି ଇଛାଶକ୍ତି ନାହିଁ କି ମୁଁ କୌଣସି ଆଶା ଆକାଂକ୍ଷା ନେଇ ଏ ଯାତ୍ରା କରୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ.....‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡ଼ଗେ ! ବୈଠକରେ ପ୍ରସ୍ତାବ ଦେଲେ ଦିଦି ଓ କେଜ୍ରିଓ୍ବାଲ

ତେବେ ରାଜନିତୀ ସମୀକ୍ଷକ ରବି ଦାଶ କହିଛନ୍ତି, "ଉଭୟ ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ପ୍ରସ୍ତାବରେ କୌଣସି ଅସୁବିଧା ନାହିଁ । ସବୁବେଳେ ଦେଶରେ ଚର୍ଚ୍ଚା ହେଉଛି ନରେନ୍ଦ୍ର ମୋଦି ବିଜେପିର ଚେହେରା କଂଗ୍ରେସ ର କିଏ ? ମମତାଙ୍କ ପ୍ରସ୍ତାବରେ କେଜ୍ରିୱାଲଙ୍କ ସମର୍ଥନ ନିଶ୍ଚିତ ଭାବେ ଅନୁକୂଳ ଚିନ୍ତାଧାରା । ଏଥିରେ କୌଣସି ତ୍ରୁଟି ନାହିଁ । କାରଣ ମେଣ୍ଟରେ ସବୁଠୁ ବଡ଼ ଦଳ ହେଉଛି କଂଗ୍ରେସ ଏବଂ ଜଣେ ବରିଷ୍ଠ ଏବଂ ଅନୁଭବୀ ସମ୍ପର୍ଣ୍ଣ ନେତା ହେଉଛନ୍ତି ମଲ୍ଲିକାର୍ଜୁନ । ଦେଶରେ ସେ ଜଣେ ଦଳିତ ସମ୍ପ୍ରଦାୟର ବଡ଼ ଚେହେରା । ପୂର୍ବ ନିର୍ବାଚନରେ ଦଳିତ ଭୋଟ ବହୁ ସଂଖ୍ୟାରେ ବିଜେପି ଆଡକୁ ଯାଇଛି । ତେଣୁ ମଲ୍ଲିକାର୍ଜୁନଙ୍କୁ ନେଇ ଦଳିତ ଭୋଟ ହାତେଇବାରେ ମେଣ୍ଟର ପ୍ରସ୍ତାବ ସ୍ୱାଗତଯୋଗ୍ୟ । ସାରା ଭାରତବର୍ଷରେ ଜଣେ ଦଳିତ ପ୍ରଧାନମନ୍ତ୍ରୀ ହେବା ଦଳିତମାନଙ୍କ ଭିତରେ ଏଇଟା ଶେଷ ଆଶା । ଦିଲ୍ଲୀରେ 20 ପ୍ରତିଶତ ହେଉଛନ୍ତି ଦଳିତ । ସେହିପରି ପଞ୍ଜାବରେ 37 ପ୍ରତିଶତ, ଉତ୍ତରପ୍ରଦେଶରେ 24 ପ୍ରତିଶତ ଅଛନ୍ତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ନେଇ ଆଗ୍ରହୀ ବୋଲି କୋଉଠି ବି କହିନାହାଁନ୍ତି । ଇଣ୍ଡିଆ ମେଣ୍ଟ ଏକ ବଡ଼ ମେଣ୍ଟ । ଭାରତ ହେଉଛି ଏକ ସଂସଦୀୟ ଗଣତନ୍ତ୍ର । ମଲ୍ଲିକାର୍ଜୁନ ମଧ୍ୟ କହିଛନ୍ତି ପ୍ରଥମେ ଆମେ ଜିତିବା ତା ପରେ ପ୍ରଧାନମନ୍ତ୍ରୀ କଥା ଭାବିବା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.