ETV Bharat / state

ଗଡିଲା ପରିମଳ ସଚେତନତା ରଥ - launches

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ୨୦୧୯ ଉଦଘାଟିତ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନରେ ଶୁଭାରମ୍ଭ କରାଯାଇଛି । ୩ ମାସ ଧରି ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ । ପ୍ରାୟ ୧କୋଟି ପରିବାର ୪୬.୨୮ଲକ୍ଷ ୦-୫ ବର୍ଷ ବୟସ୍କ ପିଲାମାନଙ୍କୁ ସ୍ବତନ୍ତ୍ର ସେବା ପ୍ରଦାନ କରାଯିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 17, 2019, 3:08 PM IST

ଭୁବନେଶ୍ବର: ବର୍ଷାଦିନେ ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିଥାଏ । ଏହାକୁ ରୋକିବା ପାଇଁ ବାହାରିଲା ସଚେତନତା ରଥ । ଏହି ଅବସରରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ୨୦୧୯ ଉଦଘାଟିତ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନରେ ଶୁଭାରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଗକୁ ବର୍ଷା ଋତୁ ଆସୁଥିବାରୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆରେ ରାଜ୍ୟରେ ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ନହେଉ ,ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ମାସ ଧରି ରାଜ୍ୟର ୩୦ଟି ଜିଲ୍ଲା ଓ ୫ ଟି ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ । ପ୍ରାୟ ୧ କୋଟି ପରିବାର ୪୬.୨୮ଲକ୍ଷ ୦-୫ ବର୍ଷ ବୟସ୍କ ପିଲାମାନଙ୍କୁ ସ୍ବତନ୍ତ୍ର ସେବା ପ୍ରଦାନ କରାଯିବ।

ବର୍ଷାଦିନେ ଜଳ ବାହିତ ରୋଗ ବ୍ୟାପୁଥିବାରୁ, ଏହାର ପ୍ରତିରୋଧ ଓ ପ୍ରତିଷେଧକ ଉପାୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଚଳିତ ବର୍ଷ ୩ ମାସ ପାଇଁ ସଚେତନତା ରଥ ବାହାରିଛି । ସରକାରୀସ୍ତରରେ ଗାଇଡ଼ ଲାଇନ ଜାରି କରାଯାଇଛି । କିଭଳି ଏ ରୋଗ ବ୍ୟାପିବ ନାହିଁ ସେ ନେଇ ଗାଁ କଲ୍ୟାଣ ସମିତି ,ଆଶା କର୍ମୀ, ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ ଠୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ସଚେତନ ରଖାଯିବ । ସମସ୍ତେ ଆଲର୍ଟ ରହିବେ ।

ସରକାରଙ୍କ ଶିଶୁ ବିକାଶ ,ପଞ୍ଚାୟତିରାଜ ବିଭାଗ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସମସ୍ତେ ସହଯୋଗର ହାତ ବଢାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

ବାହାରିଲା ସଚେତନତା ରଥ।ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ୨୦୧୯ ଉଦଘାଟିତ ହୋଇଛି।ଆଗକୁ ବର୍ଷା ଋତୁ ଆସୁଥିବାରୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆରେ ରାଜ୍ୟରେ ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ନହେଉ ,ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନ ଜୁନ୧୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୬ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି  ରାଜ୍ୟର ୩୦ ଟି ଜିଲ୍ଲା ଓ ୫ ଟି ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେବ।ଏହି ଅଭିଯାନରେ ପ୍ରାୟ ୧ କୋଟି ପରିବାର ୪୬.୨୮ଲକ୍ଷ ୦-୫ ବର୍ଷ ବୟସ୍କ ପିଲାମାନଙ୍କୁ ସ୍ୱତନ୍ତ୍ର ସେବା ପ୍ରଦାନ କରାଯିବ।

ବର୍ଷାଦିନେ ଜଳ ବାହିତ ରୋଗ ବ୍ୟାପୁଥିବାରୁ, ଏହାର ପ୍ରତିରୋଧ ଓ ପ୍ରତିଷେଧକ ଉପାୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ।ଚଳିତ ବର୍ଷ ୩ ମାସ ପାଇଁ ସଚେତନତା ରଥ ବାହାରିଛି।ସରକାରୀ ସ୍ତରରେ ଗାଇଡ଼ ଲାଇନ ଜାରି କରାଯାଇଛି।କିଭଳି ଏ  ରୋଗ ବ୍ୟାପିବ ନାହିଁ  ସେ ନେଇ ଗାଁ କଲ୍ୟାଣ ସମିତି ,ଆଶା କର୍ମୀ, ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ ଠୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ସଚେତନ ରଖାଯିବ।ସମସ୍ତେ ଆଲର୍ଟ ରହିବେ।ସରକାର ଙ୍କ ଶିଶୁ ବିକାଶ ,ପଞ୍ଚାୟତିରାଜ ବିଭାଗ, ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ସମସ୍ତେ ସହଯୋଗର ହାତ ବଢାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଡଃ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.