ETV Bharat / state

ଗୁରୁଜଙ୍ଗ ଗୁଳିମାଡ ଘଟଣା, ଧରାପଡିଲା ମୁଖ୍ୟ ଅଭିଯୁକ୍ତ - ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଗୁରୁଜଙ୍ଗରେ ହୋଇଥିବା ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗତ ଡିସେମ୍ବର 8 ତାରିଖରେ ଘଟିଥିଲା ଏହି କାଣ୍ଡ । ଅଧିକ ପଢନ୍ତୁ...

ଗୁରୁଜଙ୍ଗ ଗୁଳିମାଡ ଘଟଣା, ଧରାପଡିଲା ମୁଖ୍ୟ ଅଭିଯୁକ୍ତ

author img

By

Published : Feb 27, 2021, 9:41 PM IST

ଖୋର୍ଦ୍ଧା: ଗୁରୁଜଙ୍ଗରେ ହୋଇଥିବା ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗତ ଡିସେମ୍ବର 8 ତାରିଖ ଦିନ ଗୁରୁଜଙ୍ଗ ରାସ୍ତାରେ ଗାଡିକୁ ବାଟ ଛାଡିବା ଘଟଣାକୁ ନେଇ ସୃଷ୍ଟି ବଚସାରୁ ଗୁଳିମାଡ ହୋଇଥିଲା । ଯେଉଁଥିରେ ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଶେଷରେ ଶନିବାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁମାରବସ୍ତ ଗ୍ରାମର ଦୀପକ ପ୍ରଧାନ ଓରଫ ଲିପୁକୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ ।

ଗୁରୁଜଙ୍ଗ ଗୁଳିମାଡ ଘଟଣା, ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ଏହି ଗୁଳିମାଡ ପରେ ଘଟଣାର ତଦନ୍ତ କରି ଆଦର୍ଶ ଥାନା ପୋଲିସ ପୂର୍ବରୁ 8ଟି ବାଇକ ସହିତ ଅନ୍ୟ ଅପରାଧିକୁ ଗିରଫ କରିଥିଲା । ମାତ୍ର ମୁଖ୍ୟ ଅଭିଯୁକ୍ତ ଦୀପକ ଫେରାର ଥିଲା । ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି ।

ସେହିପରି ପୂର୍ବରୁ ମଧ୍ୟ ଦୀପକ ନାମରେ ହତ୍ୟାକାଣ୍ଡ ଭଳି ଅନେକ ଅପରାଧିକ ମାମଲା ରହିଛି । ସେ ଜେଲରୁ ଆସି ଏହି ଗୁଳିକାଣ୍ଡ ଘଟାଇଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖୋର୍ଦ୍ଧା ଏସଡିପିଓ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.