ETV Bharat / state

Maha Shivratri: ଲିଙ୍ଗରାଜ ମନ୍ଦିରରେ 3 ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ - ମହାଶିବରାତ୍ରୀ 2023

ମହାଶିବରାତ୍ରୀରେ ମହାପ୍ରଭୁ ଲିଙ୍ଗରାଜଙ୍କଠାରେ ବିଳମ୍ବିତ ରାତିରେ ମହାଦୀପ ଉଠିଛି । ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପାଇଁ ନୀତିରେ ବିଳମ୍ବ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

mahadipa raised atop Lingaraj temple
ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ
author img

By

Published : Feb 19, 2023, 8:00 AM IST

Updated : Feb 19, 2023, 2:09 PM IST

Maha Shivratri: ଲିଙ୍ଗରାଜ ମନ୍ଦିରରେ 3 ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ

ଭୁବନେଶ୍ବର: ମହାଶିବରାତ୍ରୀରେ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପୁଥିଲା ଚର୍ତୁଃଦିଗ । ଦିନ ଯାକ ଉପବାସ ରହି ମନ୍ଦିର ବେଢାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଦୀପ ଜାଳୁଥିଲେ । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ମହାଦୀପ ଉଠିବାକୁ ଚାତକ ପରି ତାହିଁ ବସିଥିଲେ ଶ୍ରଦ୍ଧାଳୁ । ମାତ୍ର ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ଠାରୁ 3 ଘଣ୍ଟା ବିଳମ୍ବରେ ମହାଦୀପ ଉଠିଛି । ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ନୀତି ବିଳମ୍ବର କାରଣ ହୋଇଛି ।

ନିର୍ଦ୍ଧାରିତ ସମୟଠୁ ପାଖାପାଖି 3 ଘଣ୍ଟା ବିଳମ୍ବରେ ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରକୁ ଆସିଥିଲେ । ଶଙ୍ଖ ଧ୍ବନି ସାଙ୍ଗକୁ ହରିବୋଲ, ହୁଳହୁଳି, କାହାଳୀ, ମୃଦଙ୍ଗରେ ଫାଟି ପଡିଥିବା ମନ୍ଦିର ପରିସର । ଏହା ପରେ ସେବାୟତମାନେ ମହାଦୀପ ଧରି ମନ୍ଦିର ଉପରକୁ ଉଠିଥିଲେ । ବିଳମ୍ବିତ ରାତି ପ୍ରାୟ 1ଟା 10ରେ ମହାଦୀପ ଉଠିଥିଲା । ସେବାୟତମାନେ ମନ୍ଦିର ଚୂଡାରେ ମହାଦୀର ଖଞ୍ଜିବା ପରେ ଭକ୍ତ ସେହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ । ମହାଶିବରାତ୍ରୀରେ ଆରାଧ୍ୟ ଶ୍ରୀଲଙ୍ଗରାଜଙ୍କ ମନ୍ଦିର ପରିସରରେ ଏକ ଅପୂର୍ବ ଭାବମୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥିଲେ ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ...ଲିଙ୍ଗରାଜ ମନ୍ଦିରର ଅଲୌକିକ ସ୍ଥାନ, ହସି ହସି ଦର୍ଶନ ଦିଅନ୍ତି ହସମୁଖ ସୁର୍ଯ୍ୟନାରୟଣ

ମହାଦୀପ ଉଠିବା ସମୟ ରାତି 10ଟା ରହିଥିଲା । ମାତ୍ର ରାତି 1ଟା 10 ମିନିଟ୍ ସମୟରେ ମହାଦୀପ ଉଠିଲା । ନୀତିରେ ବିଳମ୍ବ ନେଇ ଭକ୍ତ ମହଲରେ ସାମାନ୍ୟ ଅସନ୍ତୋଷ ଦେଖିବାକୁ ମିଳିଥିବା । ମାତ୍ର ପ୍ରଭୁଙ୍କ ପ୍ରତି ଥିବା ଶ୍ରଦ୍ଧା ଶ୍ରଦ୍ଧାଳୁଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା । କିଛି ମାତ୍ରରେ ଭକ୍ତ ମହାଦୀପ ଉଠିବା ପୂର୍ବରୁ ମନ୍ଦିରରୁ ଘରକୁ ଫେରିଥିଲେ । ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ବିଳମ୍ବ ହେବାକୁ ଘରକୁ ଫେରିଥିଲେ । ମହାଦୀପ ଉଠିବା ନେଇ ବିଳମ୍ବ ହେବାରୁ ଜଟଣୀ ବିଧାୟକ ସୁର ରାଉତରାୟ କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ବିଧାୟକ ସୁର ରାଉତରାୟ କହିଥିଲେ ଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଅନ୍ୟ ଶୈବ ପୀଠରେ ମହାଦୀପ ଉଠିଥାଏ କିନ୍ତୁ ଏଠି ବିଳମ୍ବ ହୋଇଛି । ଏନେଇ ସେବାୟତ ଓ ପ୍ରଶାସନ ସହ ଆଲୋଚନା କରିଥିଲେ ବିଧାୟକ ସୁର ରାଉତରାୟ ଓ ମନ୍ତ୍ରୀ ଅଶୋକ ପଣ୍ଡା । ପରେ ରାତି 1ଟା 10 ମିନିଟରେ ମହାଦୀପ ଉଠିଥିଲା ।

ମହାଶିବରାତ୍ରୀ ନେଇ ଭୋରରୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ପରେ ଗୋଟିଏ ଗୋଟିଏ ନୀତିକାନ୍ତି ହୋଇଥିଲା । ପ୍ରାରମ୍ଭରୁ ନୀତି ବିଳମ୍ବ ହୋଇଥିବାରୁ ମହାଦୀପ ଉଠିବାରେ ବିଳମ୍ବ ହୋଇଥିବା କୁହାଯାଉଛି । ପୂର୍ବ ବର୍ଷମାନଙ୍କରେ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ ଅଧିକ ଥିଲା । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ମନ୍ଦିରର ସିଂହଦ୍ବାରରୁ ବ୍ୟାରିକେଡ ପୂର୍ଣ୍ଣ ହୋଇ ନୂଆ ଲିଙ୍ଗରାଜ ମାର୍କେଟ ଆଡକୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଧାଡି ଲମ୍ବିଥିଲା । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ମନ୍ଦିରରେ ଦୀପଦାନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ବେଢାକୁ ପ୍ରବେଶ କରିଥିଲେ । ବିଳମ୍ବିତ ରାତ୍ରୀ ଯାଏ ମହାଦୀପ ଉଠିବାକୁ ଚାହିଁ ବସିଥିଲେ । ଶେଷରେ ରାତି 1ଟା 10ରେ ସମର୍ଥା ସେବାୟତମାନେ ମନ୍ଦିର ଉପରକୁ ମହାଦୀପ ଉଠାଇଥିଲେ । ଏହା ପରେ ଉପବାସ ଭଙ୍ଗ କରିଥିଲେ ଶ୍ରଦ୍ଧାଳୁ ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Feb 19, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.