ETV Bharat / state

ବ୍ଲାକ୍‌ ପଲସର ଆତଙ୍କ, 3 ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

author img

By

Published : Jul 30, 2023, 8:46 PM IST

Updated : Jul 30, 2023, 10:59 PM IST

ରାଜଧାନୀରେ ଆତଙ୍କ ରଚୁଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ମର୍ଣ୍ଣିଂ ଓ୍ବାକରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ସୁନା ଚେନ୍ ଓ ମୋବାଇଲ ଲୁଟ୍ କରୁଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

3 ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ
3 ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ
3 ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଲୁଟ୍ କରି ରାଜଧାନୀରେ ଆତଙ୍କ ରଚୁଥିବା ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଏମାନେ ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଆଉ ମୌକା ଦେଖି ଲୋକମାନଙ୍କଠାରୁ ଝାମ୍ପି ନେଉଥିଲେ ମୋବାଇଲ ଓ ସୁନାଚେନ୍‌ । ଆଉ ଲୁଟ ସୁନାକୁ ବିକ୍ରି କରି ଅଏସ ଓ ଆରାମରେ ଦିନ କାଟୁଥିଲେ । ବ୍ଲାକ୍‌ ପଲସରରେ ଆସି ଲୁଟ୍ କରି ରାଜଧାନୀବାସୀଙ୍କ ନିଦ ହଜାଇ ଥିବା 3 ଲୁଟେରାଙ୍କୁ କାବୁ କରିଛି ମଞ୍ଚେଶ୍ବର ଥାନା ପୋଲିସ ।

ଲୁଟେରାମାନଙ୍କ ଭିତରେ ଅଛନ୍ତି ଏସ କେ ସାହିଲ ଓରଫ ସୋନୁ, ପିଣ୍ଟନ ଦଳାଇ ଓରଫ ଦୀପୁ ଓ ସାଜଦ ଖାଁ । ଏହି 3 ଜଣ ମିଶି ବିଭିନ୍ନ ଗଳିକନ୍ଦିରେ ବୁଲି ଲୁଟପା୍ଟ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, ସୋନୁ ଗାଡି ଚଲାଉଥିଲା ଓ ଅନ୍ୟ ଦୁହେଁ ବାଇକରେ ବସି ସୁନା ଚେନ୍ ଓ ମୋବାଇଲ ଝାମ୍ପି ନେଉଥିଲେ । ଆଖି ପିଛୁଳାକେ ଆସି ଏହି 3 ଜଣ ଲୁଟେରା ଝାମ୍ପି ନେଇ ଛୁ' ମାରୁଥିଲେ । 3 ଲୁଟେରାଙ୍କୁ ଗିରଫ ପରେ ସେମାନଙ୍କଠୁ ୫ଟି ମୋବାଇଲ ସମେତ ଗୋଟିଏ ପଲସର୍‌ ବାଇକ ଓ ଗୋଟିଏ ସୁନା ଚେନ ଜବତ ହୋଇଛି ।

ଏନେଇ ଏସିପି କେସି ପଲେଇ କହିଛନ୍ତି, "ପିଣ୍ଟନ ଦଳାଇ ନାଁରେ ପୁର୍ବରୁ ୧୨ଟି ମାମଲା ଥିବାବେଳେ ସୋନୁ ନାଁରେ ୭ଟି ଓ ସାଜଦ ଖାନ ନାଁରେ ୩ଟି ମାମଲା ରହିଛି । ଏମାନେ ବାରମ୍ବାର ଏଭଳି ଅପରାଧ କରିଥିବାରୁ ବେଲ୍‌ ନାକଚ ପାଇଁ ଆବେଦନ କରିବେ । ଆବଶ୍ୟକ ପଡିଲେ ଏମାନଙ୍କୁ ତଡ଼ିପାର ପାଇଁ ବ୍ୟବସ୍ଥା କରାଯିବ ।" ତେବେ ବାରମ୍ବାର ପୋଲିସ କେସ୍‌ ଥାଇ ବି ଜାମିନରେ ଜେଲ୍‌ରୁ ମୁକୁଳି ସେହି ଅପରାଧ ଘଟାଇ ଚାଲିଛନ୍ତି ଅଭିଯୁକ୍ତ । ଯାହାକୁ ନେଇ ପୋଲିସର ପାରିବାପଣିଆ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହା ବି ପଢନ୍ତୁ...ରାଜଧାନୀରେ ଲୁଟେରାଙ୍କ ଉତ୍ପାତ, ୫ ଗିରଫ

ACP କହିଛନ୍ତି, "ଏମାନେ ଗତ ୨୪ ଜୁଲାଇ ସକାଳ ସମୟରେ ମାନସ ମହାନ୍ତି ନାମକ ଜଣେ SBI ମ୍ୟାନେଜର ମର୍ଣ୍ଣିଂ ଓ୍ବାକ୍ କରୁଥିଲେ । ପଳାଶୁଣି ହାଟ ପାଖ ଦେଇ ଯିବାବେଳେ ହଠାତ 3 ଜଣ ଲୁଟେରା ବ୍ଲାକ୍‌ ପଲସର‌ ଯୋଗେ ଆସିଲେ । ପ୍ରଥମେ ସୋନୁ ଗାଡିରେ ଥିବାବେଳେ ଅନ୍ୟ 2 ଜଣ ପିଣ୍ଟନ ଓ ସାଜଦ ଓହ୍ଲାଇ ପଡ଼ି ବ୍ୟାଙ୍କ ମ୍ୟାନେଜରଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ପରେ ଏନେଇ ସେ ଥାନାରେ ରିପୋର୍ଟ ଦେଇଥିଲେ । ଯା‌ହାକୁ ଭିତ୍ତି କରି ଏହି ଛିନତାଇ କେସର ତଦନ୍ତ କରାଯାଇଥିଲା ।"

ପରେ ତଦନ୍ତ ବେଳେ ସିସିଟିଭିରେ ଏମାନଙ୍କ କାରନାମା ସାମ୍ନାକୁ ଆସିବା ପରେ ପୋଲିସ ସେମାନଙ୍କୁ ଟ୍ରାକ୍‌ କରି ଖବର ପାଇଥିଲା‌ । ଏହା ପରେ ତିନିଜଣଙ୍କୁ କାବୁ କରି ଗିରଫ କରିବା ସହ ଏମାନଙ୍କଠାରୁ ସୁନା ଚେନ୍‌ ମଧ୍ୟ ଠାବ କରିଛି ପୋଲିସ । 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ମର୍ଣ୍ଣିଂୱାକରେ ଯାଉଥିବା ଲୋକଙ୍କୁ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 30, 2023, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.