ETV Bharat / state

Weather Update: ୧୮ ବେଳକୁ ଲଘୁଚାପ ସମ୍ଭାବନା - ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

୧୮ ତାରିଖ ବେଳକୁ ଲଘୁଚାପ ସମ୍ଭାବନା । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Weather Update
Weather Update
author img

By

Published : Aug 16, 2023, 1:33 PM IST

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ସ୍ବାଭାବିକ ଅବସ୍ଥାକୁ ଫେରିଛି । ବର୍ଷାର ପରିମାଣ ଓ ବିସ୍ତୃତି ବଢିଛି । ଆସନ୍ତା ୧୮ ତାରିଖ ବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି । ଏବେ ଉତ୍ତର-ପୂର୍ବ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଥିବା ଆକଳନ କରିଛ ପାଣିପାଗ ବିଭାଗ । ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ୍ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଠାରୁ ୨୧ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ । ତେବେ ଆଜି ରାଜ୍ୟର ୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲେ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୋଳ ଓ ଦେବଗଡ । ଏହି ଜିଲ୍ଲା ଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ପାଇଁ ମଧ୍ୟ ଅନେକ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Weather Update: ଘୂର୍ଣ୍ଣିବଳୟ ପ୍ରଭାବ, ସ୍ବାଭାବିକ ଅବସ୍ଥାକୁ ଫେରିଲା ମୌସୁମୀ

ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୌସୁମୀ ସିଜିନରେ ରାଜ୍ୟରେ ସ୍ବାଭାବିକ ଠାରୁ ୮ ପ୍ରତିଶତ ନିଆଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ୧୧ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ ଦିନରେ ହେବାକୁ ଥିବା ବର୍ଷା ନିଅଣ୍ଟିଆ ଭରଣ କରିବା ସମ୍ଭବ ନୁହେଁ ।

ଏହାମଧ୍ୟ ପଢନ୍ତୁ: ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଗଲାଣି ୬୬ରୁ ଅଧିକ ଜୀବନ

ଚଳିତ ବର୍ଷ ଦେଶର ବିଭିନ୍ନ ସ୍ଥାନରେ ପ୍ରକୃତିରେ କୋପ ଦେଖିବାକୁ ମିଳୁଛି । କେଉଁଠି ବର୍ଷା ପାଇଁ ଜମି ଶୁଖି ଆଁ କରିଥିବା ବେଳେ ଆଉ କେଉଁଠି ଜଳପ୍ରଳୟ ହେଉଛି । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୩ ଦିନରେ ୬୬ ଜଣଙ୍କ ମୃତ୍ୟୁ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.