ETV Bharat / state

Lord Lingaraj Ritual Resume: ସ୍ୱାଭାବିକ ହେଲା ସେବା, ଟ୍ରଷ୍ଟ ବୋର୍ଡରୁ ବ୍ରାହ୍ମଣ-ପୂଜା ପଣ୍ଡା ନିଯୋଗଙ୍କ ଇସ୍ତଫା - ବୋର୍ଡରୁ ଇସ୍ତଫା ଦେଲେ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ

ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ସେବା ନୀତି । ଜମି ବିବାଦକୁ ନେଇ ତିନିଦିନ ଧରି ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ଥିଲା । ଅଧିକ ପଢନ୍ତୁ

ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ସେବା ନୀତି

author img

By ETV Bharat Odisha Team

Published : Oct 28, 2023, 7:10 AM IST

ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ସେବା ନୀତି

ଭୁବନେଶ୍ବର: ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ସେବା ନୀତି । ଜମି ବିବାଦକୁ ନେଇ ତିନିଦିନ ଧରି ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ଥିଲା । ଏହାକୁ ନେଇ ମହାପ୍ରଭୁ ଲିଙ୍ଗରାଜ ୩ ଦିନ ଧରି ଉପାସ ରହିଥିଲେ । ହେଲେ ଗତକାଲି(ଶୁକ୍ରବାର) ତାଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ । ତେବେ ବନ୍ଦୋବସ୍ତ ଜମି ବିବାଦର ସମାଧାନ ସ୍ୱରୂପ ସବୁ ନିଯୋଗକୁ ସମାନ ଭାବରେ ମହାପ୍ରଭୁଙ୍କ ଜମି ଦିଆଯାଉ ବୋଲି ମହାପ୍ରଭୁଙ୍କ ନୀତିକାନ୍ତି ସେବାୟତମାନେ କରିଥିଲେ । ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ନୀତିରେ ଅସହଯୋଗ କରିବାରୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଦେଖାଯାଇଥିଲା ।

ଆଶାଥିଲା ୨୦୧୮ ମସିହାରୁ ଚାଲିଆସୁଥିବା ଏହି ବିବାଦର ସମାଧାନ ହେବ । କିନ୍ତୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଦେବୋତ୍ତର କମିଶନ ଏହାର ସମାଧାନ ଦିଗରେ ଫେଲ ମାରିଛନ୍ତି । ୬ ବର୍ଷ ଧରି ବିବାଦ ବଢୁଛି ସିନା ପ୍ରଶାସନ କିନ୍ତୁ ଏହାର ସମାଧାନ ଦିଗରେ ଅସଫଳ ହୋଇଛି । ଆଜିବି ସେଇ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୁରୁବାର ବସିଥିବା ବୈଠକ ଖାମଖିଆଲ ଭାବେ ଅନୁଷ୍ଠିତ ହୋଇଛି ଦାବି ପୂରଣ ନକରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରିବା ନେଇ ନିର୍ଦ୍ଦେଶ ଦିଆଯାଇଛି l ADM ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ତାଙ୍କୁ ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ନୀତିକାନ୍ତି ସମ୍ବନ୍ଧରେ କିଛି ଜ୍ଞାନ ନାହିଁ ତାଙ୍କ କାନ୍ଧରେ ବନ୍ଧୁକ ରଖି ଦେବୋତ୍ତର କମିଶନ ଏପରି ଗୁଳି ଚାଳନା କରିଛି ବୋଲି ମତ ରଖିଛନ୍ତି ପୂଜା ପଣ୍ଡା । ଏଥିସହ ଦେବୋତ୍ତର କମିଶନର ଏଭଳି ନିଷ୍ପତ୍ତିରେ ନାରାଜ ହୋଇ ମନ୍ଦିର ଟ୍ରଷ୍ଟ ବୋର୍ଡରୁ ଇସ୍ତଫା ଦେଇଛନ୍ତି ହେମନ୍ତ କୁମାର ପଣ୍ଡା ଓ ପ୍ରସନ୍ନ କୁମାର ପୂଜା ପଣ୍ଡା l

ଏହା ମଧ୍ୟ ପଢନ୍ତୁ...Suspension Of Lord Lingaraj Rituals: ଜମି ବିବାଦକୁ ନେଇ ଉପାସରେ ପ୍ରଭୁ ଲିଙ୍ଗରାଜ, ସମାଧାନ ପାଇଁ ବସିବ ବୈଠକ

ବ୍ରାହ୍ମଣ ନିଯୋଗ ସେବାୟତ ବିରଞ୍ଚି ନାରାୟଣ ପତି କହିଛନ୍ତି, ‘‘ମନ୍ଦିର ପ୍ରଶାସନ ଆମର ସମସ୍ୟା ସମାଧାନ ପାଇଁ ତତ୍ପର ନୁହେଁ କି ଆଗ୍ରହୀ ନୁହେଁ । ତେଣୁ ଆମର ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ଦୁଇ ସଦସ୍ୟ ଟ୍ରଷ୍ଟ ବୋର୍ଡର ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଭକ୍ତଙ୍କ ଅସନ୍ତୋଷକୁ ନଜରେ ରଖି ସେବା ନୀତିକୁ ସ୍ୱାଭାବିକ କରାଯାଇଛି । ADM ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ତାଙ୍କୁ ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ନୀତିକାନ୍ତି ସମ୍ବନ୍ଧରେ କିଛି ଜ୍ଞାନ । ଦେବତ୍ତର କମିଟି ତାଙ୍କ କାନ୍ଦ ଉପରେ ବନ୍ଧୁକ ରଖି କାର୍ଯ୍ୟ କରୁଛନ୍ତି । ’’ ଅନ୍ୟପଟେ ଏନେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ କିଛି ବି ଉତ୍ତରର ରଖିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.