ETV Bharat / state

ଶ୍ରମିକ ବେଶରେ ବୁଲୁଛନ୍ତି ବିହାରି ଗ୍ୟାଙ୍ଗ୍, ଡକାୟତି ଉଦ୍ୟମ କରି ଧରାପଡିଲେ ୭ଜଣ

author img

By

Published : Mar 24, 2023, 9:47 PM IST

Updated : Mar 24, 2023, 10:26 PM IST

ବିହାରରୁ ଆସି ଶ୍ରମିକ ବେଶରେ ଲୁଟ ପାଇଁ ଯୋଜନା କରୁଥିଲେ ଡକାୟତ । ହେଲେ ଡକାୟତି ପୂର୍ବରୁ ପୋଲିସ ପହଞ୍ଚି ଯୋଜନାକୁ ଭଣ୍ଡୁର କରିଥିଲା । ଅଧିକ ପଢ଼ନ୍ତୁ

lootera gang busted in bhubaneswar
ଭୁବନେଶ୍ବରରୁ ବିହାରି ଡକାୟତ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ବିହାରି ଗ୍ୟାଙ୍ଗ । ଶ୍ରମିକ ବେଶରେ ବୁଲି କରୁଛନ୍ତି ଡକାୟତି । ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଡକାୟତି ଯୋଜନା ବେଳେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ୬ ଜଣ ବିହାରି ରହିଥିବାବେଳେ ଜଣେ ଓଡ଼ିଆ ରହିଛନ୍ତି । ପୋଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ସ୍ଥିତ ଓସ୍କାର ସିଟି ଲେନ ୪ରେ ଥିବା ଏକ ବିବାହ ମଣ୍ଡପ ପାଖରେ ଏମାନେ ଡକାୟତି ପାଇଁ ଯୋଜନା କରୁଥିଲେ । ହାତ ହତିଆର ଚିମୁଟା, ଶାବଳ, ଓ ମାରଣାସ୍ତ୍ର ସହ ଏକ ଅଣ୍ଡର କନଷ୍ଟ୍ରକସନ ଘରେ ଡକାୟତି ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ ହଠାତ ରାତିରେ ଉଠିଥିବା ଜଣେ ଲୋକ ଏସବୁ ଦେଖିବାକୁ ପାଇଥିଲେ । ବିଳମ୍ବିତ ରାତିରେ ଏମାନଙ୍କୁ ଦେଖି ସନ୍ଦେହ କରି ବ୍ୟକ୍ତି ଜଣକ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ୭ ଜଣଙ୍କୁ ଥାନା ଆଣି ପଚରାଉଚରା କରିବା ସହ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ପୋଲିସ । ତେବେ ଏମାନେ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ କରୁଛି ।

ପୋଲିସର କହିବା ଅନୁଯାୟୀ, ଅନେକ ସିଭିଲ ସୋସାଇଟରେ ଘରକାମ ଚାଲୁଛି । ଏହାର ଫାଇଦା ଉଠାଇ ବିହାରରୁ ଆସିଥିବା କିଛି ଡକାୟତି ଗ୍ୟାଙ୍ଗ ଶ୍ରମିକ ବେଶରେ ବୁଲୁଛନ୍ତି । ନିଛାଟିଆ ଘର ବା ଦୋକାନ ଦେଖି ରହିଯାଉଛନ୍ତି । ପରେ ଲୋକ ଚଳାଚଳ ଓ ସେ ଅଞ୍ଚଳର ଗତିବିଧି ଦେଖି ସେଠାରେ ଖସି ପଳାଉଛନ୍ତି । କେହି ନଥିବା ଘରେ ପଶି କଳାକନା ବୁଲାଇବାକୁ ଯୋଜନା କରୁଛନ୍ତି । ଏମାନେ ବିଶେଷ କରି ବୃଦ୍ଧ ବା ମହିଳା ଥିବା ଘରକୁ ଟାର୍ଗେଟ କରୁଛନ୍ତି । କିଛି ବର୍ଷ ତଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି କେତେକ ଘଟଣା ଦେଖିବାକୁ ମିଳିଥିଲା । ଶ୍ରମିକ ବେଶରେ ଆସି ଲୁଟ କରି ଛୁ ମାରିଥିଲେ ଅପରାଧୀ । ଏହି ଡକାୟତି ଗ୍ୟାଙ୍ଗ ପଶ୍ଚିମବଙ୍ଗରୁ ଆସିଥିବା ନେଇ ଘଟଣା ସାମ୍ନାକୁ ଆସିଥିଲା । ତେଣୁ ଘରେ ରହୁଥିବା ବେଳେ ସଚେତନତା ଅବଲମ୍ବନ କରିବାକୁ ପୋଲିସ ପରାମର୍ଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 24, 2023, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.