ETV Bharat / state

ଡକାୟତି ଉଦ୍ୟମ ସମୟରେ 7ଜଣଙ୍କୁ ବାନ୍ଧିଲା ପୋଲିସ, ମାରଣାସ୍ତ୍ର ଜବତ

author img

By

Published : May 13, 2022, 6:29 PM IST

ଡକାୟତି ଉଦ୍ୟମ ପଣ୍ଡକଲା ପୋଲିସ । ଟ୍ରକ ଡ୍ରାଇଭରଙ୍କୁ ବାଟରେ ଅଟକାଇ ଲୁଟ୍ ସମୟରେ 7 ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଅଧିକ ପଢନ୍ତୁ

ଡକାୟତି ଉଦ୍ୟମ ସମୟରେ 7 ଜଣଙ୍କୁ ବାନ୍ଧିଲା ପୋଲିସ, ମାରଣାସ୍ତ୍ର ଜବତ

ଖୋର୍ଦ୍ଧା: ଡକାୟତି ଉଦ୍ୟମ ପଣ୍ଡକଲା ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିବା ସହ 7 ଜଣ ଅଭିଯୁକ୍ତ ଗିରଫ । ଏହି 7 ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ପୋଲିସ ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜଟଣୀ ବାଇପାସ ରାସ୍ତାର ମୋଦି ପଡିଆ ନିକଟରେ ଯାଉଥିବା ଟ୍ରକକୁ ଅଟକାଇଥିଲେ 7 ଜଣ । ଡ୍ରାଇଭରଙ୍କ ଠାରୁ ଲୁଟ୍ କରିବା ସମୟରେ ପୋଲିସ ପହଞ୍ଚି ଚଢାଉ କରିବା ସହ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ଗୋଟିଏ କଟୁରୀ, 4ଟି ଲୁହା ରଡ଼, ଗୋଟିଏ ଭୁଜାଲି, ଦୁଇଟି ଖେଳନା ବନ୍ଧୁକ, ଲାଠି ଓ ତିନୋଟି ମୋବାଇଲ ଫୋନ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତି ରଞ୍ଜନ ନନ୍ଦ, ରାଜ ଦଳବେହେରା, ଇମ୍ରାନ ଖାନ, ଅବିଦ ଖାନ, ଅଜହର ଖାନ, ମହମ୍ମଦ ଖାନ ଏବଂ ସୁଦୀପ୍ତ ନାୟକ । ଏହି ଗିରଫ ଅଭିଯୁକ୍ତମାନଙ୍କ ନାମରେ ଖୋର୍ଦ୍ଧା ଆଦର୍ଶ ଥାନାରେ ବହୁ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.