ETV Bharat / state

ଓଡିଶାରେ ପ୍ରଥମ ଥର ପାଇଁ ପାଳନ ହେବ ଲୋକ ସେବା ଦିବସ - ଓଡିଶାରେ ପ୍ରଥମ ଥର ପାଇଁ

ଜନସେବା କାର୍ଯ୍ୟରେ ଶ୍ରେଷ୍ଠତା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିବାର ଅବସର ଭାବରେ ପାଳନ କରାଯାଏ ଲୋକ ସେବା ଦିବସ । ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୯୪୭ ମସିହାରେ ଦିଲ୍ଲୀର ମେଟକାଫ ହାଉସରେ ଭାରତୀୟ ପ୍ରଶାସନିକ ସେବାର ଯୁବ ପ୍ରୋବେସନରମାନଙ୍କୁ ଏହି ଦିବସରେ ସମ୍ବୋଧିତ କରିଥିଲେ । ଅଧିକ ପଢନ୍ତୁ

ଓଡିଶାରେ ପ୍ରଥମ ଥର ପାଇଁ ପାଳନ ହେବ ଲୋକ ସେବା ଦିବସ

author img

By

Published : Apr 20, 2023, 10:49 PM IST

ଭୁବନେଶ୍ବର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ପାଳନ କରାଯିବ ରାଜ୍ୟସ୍ତରୀୟ ଲୋକ ସେବା ଦିବସ-୨୦୨୩ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଆସନ୍ତାକାଲି ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ଅପରାହ୍ନ ସାଢ଼େ ୪ ଟାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ ।

ଲୋକସେବା ଦିବସ ନାଗରିକମାନଙ୍କ ଉଦ୍ଦେଶ୍ୟରେ ନିଜକୁ ପୁନଃ ସମର୍ପିତ କରିବା ଏବଂ ଜନସେବା କାର୍ଯ୍ୟରେ ଶ୍ରେଷ୍ଠତା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିବାର ଅବସର ଭାବରେ ପାଳନ କରାଯାଏ । ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୯୪୭ ମସିହାରେ ଦିଲ୍ଲୀର ମେଟକାଫ ହାଉସରେ ଭାରତୀୟ ପ୍ରଶାସନିକ ସେବାର ଯୁବ ପ୍ରୋବେସନରମାନଙ୍କୁ ଏହି ଦିବସରେ ସମ୍ବୋଧିତ କରିଥିଲେ । ସେମାନଙ୍କୁ ପ୍ରକୃତ 'ସେବା ଭାବନା'କୁ ଗ୍ରହଣ କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ସେହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୧ ତାରିଖରେ ଲୋକସେବା ଦିବସ ପାଳନ କରାଯାଉଛି ।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଛି । ଅଭିନବ ଏବଂ ବ୍ୟାପକ '୫ଟି' ମଡେଲ ଯୋଗ୍ୟଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବାରେ ଏହା ମୂଲ୍ୟବାନ ପ୍ରମାଣିତ ହୋଇଛି । ପ୍ରଶାସନିକ ସଂସ୍କାର ସରକାର ଏବଂ ନାଗରିକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଛି । ସରକାରୀ ଅଧିକାରୀମାନେ ଅଧିକ ଦାୟିତ୍ୱବାନ ଓ ଉତ୍ତରଦାୟୀ ହୋଇଥିବା ବେଳେ ଲୋକମାନେ ଅଧିକ ସଚେତନ ଓ ଆକାଂକ୍ଷୀ ହୋଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ IAS ଅମରଜିତ ସିହ୍ନା ପ୍ରିପାରିଂ ସିଭିଲ ସର୍ଭିସେସ ଫର ଟ୍ରାନ୍ସଫରମେଟିଭ୍ ଗଭର୍ଣ୍ଣାନ୍ସ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିବେ । ସେ ବର୍ତ୍ତମାନ ପବ୍ଲିକ ଏଣ୍ଟରପ୍ରାଇଜେସ ଚୟନ ବୋର୍ଡର ସଦସ୍ୟ ଭାବେ ଅବସ୍ଥାପିତ ଅଛନ୍ତି । ସେ ପୂର୍ବରୁ ଗତ ଜୁଲାଇ 2021 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଥିଲେ । ତାଙ୍କର ସିଭିଲ ସର୍ଭିସ କ୍ଷେତ୍ରରେ ବିଶେଷ କରି ଗ୍ରାମୀଣ ଏବଂ ସାମାଜିକ କ୍ଷେତ୍ରରେ ଦୀର୍ଘ 39 ବର୍ଷର ଅଭିଜ୍ଞତା ରହିଛି । ସର୍ବଶିକ୍ଷା ଅଭିଯାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଇତ୍ୟାଦି, ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବାରେ ସେ ଅନ୍ୟତମ ସ୍ଥାପତି । ମାନବ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ସେ ଭାରତର ୯୦ ପ୍ରତିଶତରୁ ଅଧିକ ଜିଲ୍ଲା ଭ୍ରମଣ କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ପବ୍ଲିକ୍‌ ପଲିସି ଉପରେ ସାତୋଟି ପୁସ୍ତକ ଏବଂ ପ୍ରମୁଖ ଭାରତୀୟ ପତ୍ରିକା ଏବଂ ଖବରକାଗଜରେ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି । ତାଙ୍କର ଶେଷ ପୁସ୍ତକ ଆନ ଇଣ୍ଡିଆ ଫର ଏଭ୍ରି ଓ୍ୱାନ - ଏପାଥ ଟୁ ଇନକ୍ଲୁସିଭ ଡେଭଲପମେଣ୍ଟ" - ଏକ ପ୍ରାମାଣିକ କାର୍ଯ୍ୟ ଭାବରେ ବ୍ୟାପକ ପ୍ରଶଂସିତ ଏବଂ ସ୍ୱୀକୃତି ଲାଭ କରିଛି ।

ଲୋକ ସେବା ଦିବସ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି । ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ସ୍ୱାଗତ ଭାଷଣ ଦେବେ । ଏହାସହ ଓଡ଼ିଶାରେ ଲୋକ ସେବା ଦିବସ-୨୦୨୩ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ । ରାଜ୍ୟରେ ପ୍ରଶାସନିକ ସେବାର ପ୍ରତିନିଧିତ୍ୱ କରୁଥିବା ସମସ୍ତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.