ETV Bharat / state

ଭୂତାଣୁ ଭୟ: ପୁଣି ଜାରି ଲକଡାଉନରେ ଅସ୍ତବ୍ୟସ୍ତ କ୍ଷୁଦ୍ର ବ୍ୟବସାୟୀ - ଖୋର୍ଦ୍ଧାରେ କୋରୋନା ଅପଡେଟ

ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ପୁନଃ ଲକଡାଉନ ପାଇଁ ଖୋର୍ଦ୍ଧାର ଅନେକ କ୍ଷୁଦ୍ର ବ୍ୟବସାୟୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀ ।

khurdha latest news, lockdown effect in khurdha, corona effect in khurdha, corona update in khurdha, lockdown update in khurdha,ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଖୋର୍ଦ୍ଧାରେ ଲକଡାଉନ ପ୍ରଭାବ, ଖୋର୍ଦ୍ଧାରେ କୋରୋନା ପ୍ରଭାବ, ଖୋର୍ଦ୍ଧାରେ କୋରୋନା ଅପଡେଟ, ଖୋର୍ଦ୍ଧାରେ ଲକଡାଉନ ଅପଡେଟ
ଲକଡାଉନ ପ୍ରଭାବ: ପୁନଃ ଜାରି କଟକଣାରେ ଅସ୍ତବ୍ୟସ୍ତ କ୍ଷୁଦ୍ର ବ୍ୟବସାୟୀ
author img

By

Published : Jul 18, 2020, 8:59 PM IST

ଖୋର୍ଦ୍ଧା: ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଥିରେ ରାଜ୍ୟର 4ଟି ଜିଲ୍ଲା ଯଥା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲାର ପୌରାଞ୍ଚଳରେ ପୁଣି ଲକଡାଉନ ଘୋଷଣା କରାଯାଇଛି । ଯାହାକୁ ନେଇ ଖୋର୍ଦ୍ଧାର ଅନେକ କ୍ଷୁଦ୍ର ବ୍ୟବସାୟୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀ ।

ଲକଡାଉନ ପ୍ରଭାବ: ପୁନଃ ଜାରି କଟକଣାରେ ଅସ୍ତବ୍ୟସ୍ତ କ୍ଷୁଦ୍ର ବ୍ୟବସାୟୀ

ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଏକ ଉପାୟ ନୁହେଁ । ଏବେ ବାୟୁ ଦ୍ବାରା ମଧ୍ୟ ସଂକ୍ରମଣ ବ୍ୟାପିବାର ଡର ରହୁଥିବା ବେଳେ ଲକଡାଉନ ଦ୍ବାରା ଏହାକୁ ରୋକାଯାଇପାରିବ ନାହିଁ ବୋଲି ସେମାନେ ମତ ଦେଇଛସନ୍ତି । ଅପରପାର୍ଶ୍ବରେ କିଛି ଦିନର ବିରତି ପରେ ପୁଣି ବ୍ୟବସାୟ ଧିରେ ଧିରେ ସ୍ବାଭାବିକ ହେବାକୁ ବସିଥିବା ବେଳେ ଲକଡାଉନ ପାଇଁ ରୋଜଗାର ଉପରେ ଚଡକ ପଡିଛି ।

ତେଣୁ ସରକାର ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ଅନ୍ୟ କିଛି ଉପାୟର ଚିନ୍ତା କରିବା ଆବଶ୍ୟକତା ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀ । ଏଥିସହ ସହରାଞ୍ଚଳରେ ଯେପରି ଲକଡାଉନକୁ କଡାକଡି ପାଳନ ହେଉଛି ସେହିପରି ଗ୍ରାମାଞ୍ଚଳରେ ମଧ୍ୟ କଡାକଡି କରିବାର ଆବଶ୍ୟକତା ରହିଛି । ସେହିପରି ପ୍ରତିଦିନ ସବୁ ଅଞ୍ଚଳକୁ ସାନିଟାଇଜ କରାଯିବା ଦରକାର ବୋଲି ମତ ପ୍ରକାଶ ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.