ETV Bharat / state

ଜାରି ରହିବ ମହାନଦୀକୁ ନେଇ ନ୍ୟାୟିକ ଲଢେଇ: ବିଜେଡି

author img

By ETV Bharat Odisha Team

Published : Dec 5, 2023, 10:25 PM IST

ଛତିଶଗଡରେ ବିଜେପି ସରକାର ଥିବା ବେଳେ ମହାନଦୀ ପ୍ରସଙ୍ଗ ଆରମ୍ଭ ହୋଇଥିଲା । ଏବେ ସତ୍ତା ପରିବର୍ତ୍ତନ ହୋଇ ପୁନର୍ବାର ବିଜେପି ସରକାର ଗଠନ ହେବାକୁ ଯାଉଛି । ତେଣୁ ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାରଙ୍କ ଠାରୁ ଓଡିଶା ବିଶେଷ ଆଶାବାଦୀ ନାହିଁ । ଓଡିଶା ସରକାର ନ୍ୟାୟିକ ଲଢେଇ ଲଢୁଛନ୍ତି ବୋଲି କହିଛନ୍ତି ବିଧାୟକ ଦେବୀ ମିଶ୍ର । ଅଧିକ ପଢନ୍ତୁ

ଜାରୀ ରହିବ ମହାନଦୀକୁ ନେଇ ନ୍ୟାୟିକ ଲଢେଇ : ବିଜେଡି

ଜାରି ରହିବ ମହାନଦୀକୁ ନେଇ ନ୍ୟାୟିକ ଲଢେଇ

ଭୁବନେଶ୍ବର: ଛତିଶଗଡରେ ବିଜେପି ସରକାର ଥିବା ବେଳେ ମହାନଦୀ ପ୍ରସଙ୍ଗ ଆରମ୍ଭ ହୋଇଥିଲା । ଏବେ ସତ୍ତା ପରିବର୍ତ୍ତନ ହୋଇ ପୁନର୍ବାର ବିଜେପି ସରକାର ଗଠନ ହେବାକୁ ଯାଉଛି । ତେଣୁ ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାରଙ୍କ ଠାରୁ ଓଡିଶା ବିଶେଷ ଆଶାବାଦୀ ନାହିଁ । କେନ୍ଦ୍ର ନିକଟରୁ ନିରାଶ ହେବା ପରେ ଓଡିଶା ସରକାର ନ୍ୟାୟିକ ଲଢେଇ ଲଢ଼ୁଛନ୍ତି । ଆଗାମୀ ଦିନରେ ଏହା ଜାରି ରହିବ । ଏହା କହିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଅଧିକ ପଢନ୍ତୁ- Mahanadi Water Dispute: ଟ୍ରିବ୍ୟୁନାଲ ଦ୍ବାରା ହେବନି ସମାଧାନ, ଦ୍ବିପାକ୍ଷିକ ଆଲୋଚନା ଦରକାର !

ଦେବୀ କହିଛନ୍ତି ଯେ, ଛତିଶଗଡ଼ରେ ପୁନର୍ବାର ବିଜେପିର ସରକାର ଆସିଲା । ରମଣ ସିଂଙ୍କ ସମୟରେ ଛତିଶଗଡ଼ର ସ୍ଥାନୀୟ ବିଜେପି ସରକାର ମହାନଦୀକୁ ଅକ୍ତିଆର କରିଥିଲେ । ସେଠାରେ ବନ୍ଧ ନିର୍ମାଣ କରିଥିଲେ । 2000ରେ କେନ୍ଦ୍ର ଓ ଛତିଶଗଡ଼ରେ ବିଜେପି ସରକାର ଥିଲା । କେନ୍ଦ୍ରର ବିଜେପି ସରକାର ଯେମିତି ଢଙ୍ଗରେ ହସ୍ତକ୍ଷେପ କରିବା କଥା କରିନଥିଲେ । ସେଥିପାଇଁ ଓଡିଶା ସରକାର ଆଇନ ଦିଗରେ ଗଲେ । ଟ୍ରିବ୍ୟୁନାଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କଲେ ରାଜ୍ୟ ସରକାର । ସେମାନେ କାମ ବି ବନ୍ଦ କଲେ ନାହିଁ । ତେଣୁ ତାଙ୍କ ଠାରୁ କଣ ଆଶା କରିବା ।

ଅଧିକ ପଢନ୍ତୁ- ନିଜ ଅସଫଳତାକୁ ଲୁଚାଇବା ପାଇଁ ମହାନଦୀ ବିବାଦ ଉଠାଉଛନ୍ତି ଓଡ଼ିଶା ସରକାର: ଡି.ପୁରନ୍ଦେଶ୍ଵରୀ

ମହାନଦୀ ଓ ପୋଲାଭରମ ଉଭୟ ଘଟଣାରେ କେନ୍ଦ୍ର ସରକାର ଚୁପ ରହିବା ଯୋଗୁଁ ଓଡିଶା କ୍ଷତିଗ୍ରସ୍ତ ହେଲା । ଜାତୀୟ ସରକାର ଭାବେ କେନ୍ଦ୍ର ସରକାର ନିଜର ଆନ୍ତରିକତା ଓଡିଶା ପାଇଁ ଦେଖାଇଲେ ନାହିଁ । ଚୁପ ରହିବା ଯୋଗୁଁ ଓଡିଶା ନିରାଶ ହୋଇଥିଲା । ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ଅନୁମତି ଦେଇଥିଲେ । ମୋଦି ସରକାର ଆସିବା ପରେ ଅନୁଦାନ ପ୍ରଦାନ କରି ଆଗକୁ ନେଲେ । ଗ୍ରୀନ ଟ୍ରିବ୍ୟୁନାଲ ଯେଉଁ ସ୍ଥଗିତାଦେଶ ଦେଇଥିଲେ, ତାହାକୁ କେନ୍ଦ୍ର ସରକାର ଉଠାଇଦେଲେ । କେନ୍ଦ୍ର ବିଜେପି ସରକାର ମହାନଦୀ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଚୁପ ରହିବାରୁ ଓଡିଶା ସୁପ୍ରିମକୋର୍ଟ ଯାଇଛି । ନ୍ୟାୟିକ ଲଢେଇ ଜାରି ରହିଛି ।

ମହାନଦୀ ପ୍ରସଙ୍ଗରେ ନ୍ୟାୟିକ ଲଢେଇର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ସାକ୍ଷ୍ୟ ଓ ପ୍ରମାଣ ଗ୍ରହଣ ଚାଲିଛି । ମାମଲାର ଅଗ୍ରଗତି ହୋଇଛି । ମହାନଦୀ ଓଡିଶାର 15 ଜିଲ୍ଲାର ଜନଜୀବନକୁ ପ୍ରଭାବିତ କରୁଛି । ରାଜ୍ୟର ସଂଗ୍ରାମ ବିଭିନ୍ନ କ୍ଷେତ୍ରରେ ଜାରି ରହିଛି । ଏବେ ନ୍ୟାୟିକ ଲଢେଇ ଲଢ଼ୁଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.